Shah Rukh Khan wants to visit theatres in telugu states but only this condition
ଅଭିନେତା ଶାହରୁଖ ଖାନ ତାଙ୍କର ଆଗାମୀ ଫିଲ୍ମ 'ପଠାନ'କୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମ ୨୫ ଜାନୁୟାରୀ ୨୦୨୩ରେ ରିଲିଜ୍ ହେବ। ଶାହରୁଖ୍ ଖାନଙ୍କ ପ୍ରଶଂସକ ସାରା ବିଶ୍ୱରେ ଅଛନ୍ତି। କେବଳ ହିନ୍ଦୀ ବେଲ୍ଟରେ ନୁହେଁ, ସାଉଥ୍ରେ ମଧ୍ୟ ତାଙ୍କ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।
ଏବେ ଶାହାରୁଖ ଖାନ ତେଲୁଗୁ ରାଜ୍ୟରେ ତାଙ୍କ ଚଳଚ୍ଚିତ୍ରର ପ୍ରମୋଶନ କରୁଥିବା ଦେଖିବାକୁ ମିଳେ। ନିକଟରେ ସେ ଏ ବିଷୟରେ ସୂଚନା ଦେଇଛନ୍ତି। ତେବେ ତେଲୁଗୁ ରାଜ୍ୟରେ 'ପଠାନ'ର ପ୍ରମୋଶନକୁ ନେଇ ଶାହରୁଖ ଖାନ କ’ଣ କହିଛନ୍ତି ଆସନ୍ତୁ ଜାଣିବା...
ପ୍ରକାଶଥାଉ ଯେ 'ପଠାନ୍' ରିଲିଜ୍ ହେବା ପୂର୍ବରୁ ଶାହରୁଖ ଖାନ୍ ସୋସିଆଲ ମିଡିଆରେ ତାଙ୍କ ଫିଲ୍ମକୁ ପ୍ରମୋଟ୍ କରିବାରେ ବ୍ୟସ୍ତ ଅଛନ୍ତି। କିଙ୍ଗ ଖାନ ପୁଣି ଥରେ ଟ୍ୱିଟର୍ରେ #AskSRK ସେସନ୍ ଆୟୋଜନ କରୁଥିବା ଦେଖିବାକୁ ମିଳିଥିଲା। ଏଥିରେ ପ୍ରଶଂସକମାନେ ଅନେକ ମଜାଦାର ଜବାବ ଦେଇଥିଲେ।
'ପଠାନ୍' ହିନ୍ଦୀ ସହିତ ତେଲୁଗୁ ଏବଂ ତାମିଲରେ ମଧ୍ୟ ମୁକ୍ତିଲାଭ କରିବାକୁ ଯାଉଛି। ଏ ସମ୍ପର୍କରେ ଜଣେ ପ୍ରଶଂସକ ଟ୍ୱିଟର୍ରେ ଶାହରୁଖ ଖାନଙ୍କୁ ପଚାରିଥିଲେ, ଫିଲ୍ମ ରିଲିଜ୍ ଦିନ ସେ ତେଲୁଗୁ ଥିଏଟରକୁ ଯିବେ କି? ଏହି ପ୍ରଶ୍ନ ଉପରେ ଶାହାରୁଖ ଏକ ସର୍ତ୍ତ ରଖିଛନ୍ତି।
ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତର ଦେଇ ଶାହରୁଖ ଖାନ କହିଛନ୍ତି, “ହଁ, ଯଦି ରାମ ଚରଣ ମୋତେ ନେବାକୁ ଆସନ୍ତି, ମୁଁ ନିଶ୍ଚିତ ଯିବି।” ରାମ ଚରଣ ଶାହରୁଖ ଖାନଙ୍କ ଏହି ଇଚ୍ଛା ପୂରଣ କରିବେ କି ନାହିଁ ତାହା ଦେଖିବା ମଜାଦାର ହେବ।
ଟ୍ୱିଟର୍ରେ '#AskSRK' ସେସନ୍ରେ ଜଣେ ବ୍ୟକ୍ତି ଶାହରୁଖଙ୍କୁ ପଚାରିଥିଲେ ଯେ 'ପଠାନ'ର ଟ୍ରେଲର ଦେଖିବା ପରେ ତାଙ୍କ ସାନପୁଅ ଅବରାମ କ’ଣ ଅନୁଭବ କରିଥିଲେ? ଏହାର ଉତ୍ତରରେ ଶାହରୁଖ କହିଛନ୍ତି, “ସେ ଟ୍ରେଲରକୁ ଦେଖି ଜେଟ୍ପ୍ୟାକ୍ ସିକ୍ୱେବ୍ସକୁ ପସନ୍ଦ କରିଥିଲା। ବର୍ତ୍ତମାନ ତାଙ୍କୁ ଏକ ଜେଟ୍ପ୍ୟାକ୍ ଦରକାର।”
ସୂଚନାଥାଉଯେ ଫିଲ୍ମ 'ପଠାନ' ମାଧ୍ୟମରେ ଶାହରୁଖ ଖାନ ପ୍ରାୟ ଚାରି ବର୍ଷର ବିରତି ପରେ ପରଦାକୁ ଫେରିବାକୁ ଯାଉଛନ୍ତି। ତାଙ୍କୁ ଶେଷ ଥର ପାଇଁ ଆନନ୍ଦ ଏଲ୍ ରାୟଙ୍କ ‘ଜିରୋ’ରେ ଦେଖିବାକୁ ମିଳିଥିଲା। ଫିଲ୍ମ 'ପଠାନ'ରେ ଦୀପିକା ପାଦୁକୋନ ଏବଂ ଜନ୍ ଅବ୍ରାହମ ମଧ୍ୟ ନଜର ଆସିବେ। ଏଥି ସହିତ ଅଶୁତୋଷ ରାଣା ଏବଂ ଡିମ୍ପଲ୍ କାପାଡିଆ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖାଦେବେ। 'ପଠାନ' ବ୍ୟତୀତ ଶାହରୁଖ ଫିଲ୍ମ 'ଜୱାନ୍' ଏବଂ 'ଡଙ୍କି'କୁ ନେଇ ମଧ୍ୟ ଚର୍ଚ୍ଚାରେ ଅଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1674373389.jpg)