Advertisment

'ବୟକଟ୍' ନା ମତେ ନା ମୋ ଫିଲ୍ମକୁ ପ୍ରଭାବିତ କରିପାରିବ : ଶାହରୁଖ ଖାନ୍

ସୋସିଆଲ୍ ମିଡିଆରେ ‘ବୟକଟ୍ ବଲିଉଡ୍ ଟ୍ରେଣ୍ଡ୍ କରୁଛି’। ଏନେଇ ବଳି ପଡିଲାଣି ଅନେକ ଫିଲ୍ମ। ଏହାକୁ ନେଇ କିନ୍ତୁ କିଙ୍ଗ୍ ଖାନ ବ୍ୟସ୍ତ ନଥିବା ଜଣାଯାଏ। ଏହା ତାଙ୍କୁ ପ୍ରଭାବିତ କରିବ ନାହିଁ ବୋଲି ସେ କହିଥିବା ତାଙ୍କର ଏକ ଭାଇରାଲ ଭିଡିଓରେ ଶୁଣିବାକୁ ମିଳେ।

Shah Rukh Khan talks about boycott

Shah Rukh Khan talks about boycott

Advertisment

ବଲିଉଡ୍‌ ଏବେ ନେଟିଜେନ୍ସଙ୍କ ଟାର୍ଗେଟରେ। ସୋସିଆଲ୍‌ ମିଡିଆରେ ଏହାକୁ ନେଇ ଚାଲିଛି ବିରୋଧ। ଦୀର୍ଘ ଦିନ ଧରି ଟ୍ୱିଟର୍‌ରେ 'ବୟକଟ୍ ବଲିଉଡ୍' ହ୍ୟାସ୍‌ଟ୍ୟାଗ୍‌ ଟ୍ରେଣ୍ଡ୍‌ କରୁଛି, ଯେଉଁଥିରେ ପ୍ରତ୍ୟେକ ବଲିଉଡ୍‌ ଫିଲ୍ମକୁ ଟାର୍ଗେଟ୍‌ କରାଯାଉଛି। ଗତ କିଛି ଦିନ ମଧ୍ୟରେ 'ଶମ୍‌ଶେରା', 'ସମ୍ରାଟ ପୃଥ୍ୱୀରାଜ', 'ଲାଲ୍‌ ସିଂହ ଚଡ୍‌ଢା' ସମେତ ଅନେକ ଫିଲ୍ମକୁ ‘ବୟକଟ୍’ର ସାମ୍ନା କରିବାକୁ ପଡିଛି। ଫଳରେ ଏହା ସିଧାସଳଖ ବ୍ୟବସାୟକୁ ପ୍ରଭାବିତ କରିଛି।

Advertisment

ବଲିଉଡ୍‌ର ଆଗାମୀ ଚଳଚ୍ଚିତ୍ରଗୁଡ଼ିକୁ ନେଇ ଆଜିଠାରୁ ବୟକଟ୍ ଆରମ୍ଭ ହୋଇଯାଇଛି। ଏହି ତାଲିକାରେ ଶାହାରୁଖ ଖାନଙ୍କ ଫିଲ୍ମ 'ପଠାନ' ମଧ୍ୟ ରହିଛି। କିନ୍ତୁ କିଙ୍ଗ୍ ଖାନ୍ ବୟକଟ୍‌କୁ ନେଇ ଜମାରୁ ବି ବ୍ୟସ୍ତ ନଥିବା ଜଣାଯାଏ। ଏହାକୁ ନେଇ ସେ ଯେଉଁ ଦମ୍ଭ ଦେଖେଇଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବା ଭଳି। ତେବେ ଆସନ୍ତୁ ବୟକଟ୍ ମାମଲାକୁ ନେଇ ଶାହାରୁଖ ଖାନ କ’ଣ କହିଛନ୍ତି ଆସନ୍ତୁ ଜାଣିବା।

ଗତ କିଛି ଦିନ ମଧ୍ୟରେ ବଲିଉଡ୍‌ର ଅନେକ ତାରକା ବୟକଟ୍‌କୁ ନେଇ ସେମାନଙ୍କର ପ୍ରତିକ୍ରିୟା ଦେଇଛନ୍ତି। କିନ୍ତୁ ଶାହାରୁଖ ଖାନ ୨୦୧୫ରେ ଏହି ପ୍ରସଙ୍ଗରେ ନିଜର ମତ ରଖିଥିଲେ, ଯାହାର ଭିଡିଓ ବର୍ତ୍ତମାନ ଭାଇରାଲ ହେଉଛି। ଏହି ଭିଡିଓରେ ଶାହାରୁଖ ଖାନ କହିଛନ୍ତି ଯେ ବେଳେବେଳେ ବୟକଟ୍ ମଧ୍ୟ ଭଲ ହୋଇଥାଏ। ସେ କହିଥିଲେ, “ବେଳେବେଳେ ଏହା ଭଲ ହୋଇଥାଏ ଯେତେବେଳେ ଫିଲ୍ମ ଭଲ କାମ କରେ ନାହିଁ ସେତେବେଳେ ଏକ ବାହାନା ମିଳିଯାଏ ଯେ ସୋସିଆଲ୍ ବୟକଟ୍ ଯୋଗୁଁ ଏମିତି ହେଲା।

Advertisment

ଏହା ପରେ ଶାହାରୁଖ ଖାନ କହିଥିଲେ ଯେ “ମା ଭଲ ଖାଦ୍ୟ ହିଁ ପ୍ରସ୍ତୁତ କରନ୍ତି, ଆପଣଙ୍କୁ ଏହାକୁ ପସନ୍ଦ କରିବାକୁ ପଡିବ। ଏହି ସାକ୍ଷାତକାରରେ ସାମ୍ବାଦିକ ଶାହାରୁଖ ଖାନଙ୍କୁ ପ୍ରଶ୍ନ କରିଥିଲେ ଯେ ଯିଏ ସେହି ଖାଦ୍ୟ ଖାଇବ ସେ ହିଁ କହିବ ଯେ ଖାଦ୍ୟ ଭଲ କି ନୁହେଁ। ଏହାକୁ ନେଇ ଶାହାରୁଖ କହିଥିଲେ ଯେ ହଁ ଏହା ମା’କୁ ଖରାପ କରିଦିଏ ନାହିଁ। ପରେ ବଲିଉଡ୍‌ରେ ଭୟର ବାତାବରଣକୁ ନେଇ କିଙ୍ଗ ଖାନ କହିଥିଲେ ଯେ ସତ କହିବି... ବଡ଼ କଥା କହିବି ନାହିଁ। ପବନରେ ଦୋହଲିଯିବି ନାହିଁ। ପବନରେ ଶୁଖିଲା ଡାଙ୍ଗ ଭାଙ୍ଗିପଡେ।

ଶେଷରେ ଶାହାରୁଖ ଖାନ ଏମିତି କହିଥିଲେ ଯେ “ଏହି ଦେଶରେ ମତେ ଯେତେ ଭଲ ପାଇବା ମିଳିଛି, ମୁଁ ଏ କଥା ଦୃଢତାର ସହ କହିବି ଯେ ଏମିତି ଭଲ ପାଇବା ଖୁବ କମ ଲୋକଙ୍କୁ ମିଳିଥାଏ। ମତେ ଲାଗୁ ନାହିଁ ଯେ ଏହା (ବୟକଟ୍) ମୋତେ କିମ୍ବା ମୋ ଫିଲ୍ମକୁ ପ୍ରଭାବିତ କରିଛି କିମ୍ବା ମୋତେ କିମ୍ବା ମୋ ଫିଲ୍ମକୁ କେବେ ପ୍ରଭାବିତ କରିବ।

Advertisment

ଶାହାରୁଖ ଖାନଙ୍କ କାମର କଥା କହିଲେ ତାଙ୍କୁ ଅନେକ ହିଟ୍ ଫିଲ୍ମରେ ଦେଖିବାକୁ ମିଳିବ। ୨୦୨୩ରେ ତାଙ୍କର ବ୍ୟାକ୍ ଟୁ ବ୍ୟାକ୍ କେତେକ୍ ଫିଲ୍ମ ରିଲିଜ୍ ହେବ। ଆସନ୍ତା ବର୍ଷ ଜାନୁୟାରୀ ୨୫ରେ ରିଲିଜ ହେବାକୁ ଥିବା ଫିଲ୍ମ 'ପଠାନ'ରେ ସେ ଦୀପିକା ପାଦୁକୋନ ଏବଂ ଜନ୍ ଆବ୍ରହାମ୍‌ଙ୍କ ସହ ନଜର ଆସିବେ। ସେହିପରି ତାଙ୍କର ଆଉ ଏକ ଫିଲ୍ମ 'ଜବାନ୍' ଜୁନ୍ ୨ରେ ପ୍ରେକ୍ଷାଳୟକୁ ଆସିବ। ଏହା ବ୍ୟତୀତ ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ 'ଡଙ୍କି'ରେ ମଧ୍ୟ ଶାହରୁଖଙ୍କୁ ଦେଖିବାକୁ ମିଳିବ। ଏହି ଫିଲ୍ମ ଆସନ୍ତା ବର୍ଷ ଡିସେମ୍ବର ୨୩ରେ ମୁକ୍ତିଲାଭ କରିବ।

Shah Rukh Khan Bollywood Pathan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ