Shah rukh khan says jai shri ram at anant ambani radhika merchant pre wedding bash
ଜାମନଗରରେ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ପ୍ରି ୱେଡିଂରେ ଅନେକ ସେଲିବ୍ରେଟିଙ୍କ ଭିଡ ଦେଖିବାକୁ ମିଳିଥିଲା। ଏହି ସମାରୋହରେ ବଲିଉଡ୍ ବାଦଶାହ ଶାହରୁଖ ଖାନ ମଧ୍ୟ ସାମିଲ୍ ହୋଇଥିଲେ। ସବୁଠାରୁ ବଡ ଓ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଥିଲା ଯେ ସେ 'ଜୟ ଶ୍ରୀରାମ'ର ସ୍ଲୋଗାନ୍ ଦେଇଥିଲେ।
ଅନନ୍ତ-ରାଧିକାଙ୍କ ପ୍ରି ୱେଡିଂର ଦ୍ୱିତୀୟ ଦିନରେ ଶାହରୁଖ ହୋଷ୍ଟିଂ କରୁଥିଲେ। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଭିଡିଓରେ, ସେ କାର୍ଯ୍ୟକ୍ରମରେ ଥିବା ଲୋକଙ୍କ ସହ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳେ।
ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଶାହରୁଖ 'ଜୟ ଶ୍ରୀରାମ' କହି ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ସେ ଏହାକୁ ବହୁତ ଭଲ ଭାବରେ ବ୍ୟାଖ୍ୟା ମଧ୍ୟ କରିଥିଲେ। ଏହା ପରେ ଶାହରୁଖ ଅମ୍ବାନୀ ପରିବାରର ମହିଳାମାନଙ୍କୁ ଦେବୀ ବୋଲି କହିଥିଲେ। ଚଳଚ୍ଚିତ୍ର ମଞ୍ଚରେ ମଧ୍ୟ ପ୍ରଦର୍ଶନ କରିଥିଲେ।
ଭିଡିଓରେ ଶାହରୁଖ ଖାନଙ୍କୁ କଳା ପୋଷାକରେ ଦେଖିବାକୁ ମିଳିଥିଲା। ସେ ମଞ୍ଚ ଉପରକୁ ଆସନ୍ତି ଏବଂ କୁହନ୍ତି, “… ଏବଂ ଏହା ଏକ ସୁନ୍ଦର ଉପାୟ, ‘ଜୟ ଶ୍ରୀରାମ’। ଭଗବାନ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆପଣମାନେ ଡ୍ୟାନ୍ସ ଦେଖନ୍ତୁ। ଭାଇମାନେ ଡ୍ୟାନ୍ସ କଲେ ଭଉଣୀମାନେ ଡ୍ୟାନ୍ସ କଲେ... କିନ୍ତୁ ପ୍ରାର୍ଥନା ଏବଂ ଆଶୀର୍ବାଦ ବିନା ଏକତା ଆଗକୁ ବଢିପାରିବ ନାହିଁ।”
ଶାହରୁଖ ଖାନ ହୋଷ୍ଟିଂ ବ୍ୟତୀତ ଆମୀର ଖାନ ଏବଂ ସଲମାନ ଖାନଙ୍କ ସହ ଫିଲ୍ମା 'RRR'ର ‘ନାଟୁ ନାଟୁ' ଗୀତରେ ଡ୍ୟାନ୍ସ ମଧ୍ୟ କରିଥିଲେ। ଏହି ଓସ୍କାର ବିଜେତା ଗୀତରେ ବଲିଉଡର ତ୍ରି-ଖାନ ଏକାଠି ମଞ୍ଚରେ ନଜର ଆସିଥିଲେ। ତିନିଜଣଙ୍କୁ ଏକାଠି ଦେଖି ସେଠାରେ ସମସ୍ତେ ଖୁବ୍ ଉତ୍ସାହିତ ହୋଇପଡିଥିଲେ ଆଉ ଚିତ୍କାର ମଧ୍ୟ କରିଥିଲେ। ଶାହରୁଖ, ସଲମାନ ଏବଂ ଆମୀର ' RRR ' ଗୀତର ହୁକ୍ ଷ୍ଟେପ୍ରେ ନାଚିବା ଏବଂ ବଲ ଖେଳିବା ଦେଖିବାକୁ ମିଳିଥିଲା!
ଏହା ବ୍ୟତୀତ ପଞ୍ଜାବୀ ଗାୟକ ତଥା ଅଭିନେତା ଦିଲଜିତ ଦୋସାଞ୍ଜ ମଧ୍ୟ ପ୍ରଦର୍ଶନ କରିଥିଲେ। ତାଙ୍କ ଗୀତରେ ଶାହରୁଖ ଖାନଙ୍କ ସହ ସୁହାନା ଖାନ, ଅନନ୍ୟା ପାଣ୍ଡେ, ନବ୍ୟା ନଭେଲି ନନ୍ଦା ଏବଂ ଶନାୟା କପୁର ମଧ୍ୟ ନାଚୁଥିବା ନଜର ଆସିଥିଲେ। ଏହି ମ୍ୟୁଜିକ୍ ନାଇଟ୍ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କର ତିନି ଦିନିଆ ବିବାହ ଉତ୍ସବର ଏକ ଅଂଶ ଥିଲା।
ଶାହରୁଖ, ସଲମାନ ଏବଂ ଆମୀରଙ୍କ ବ୍ୟତୀତ ସିଦ୍ଧାର୍ଥ ମଲହୋତ୍ରା, କିଆରା ଆଡଭାନୀ, ସୈଫ୍ ଅଲି ଖାନ, କରୀନା କପୁର ଖାନ, ମାଧୁରୀ ଦୀକ୍ଷିତ, ବରୁଣ ଧାୱନ, ଅନିଲ କପୁର, ସାରା ଅଲି ଖାନ, ଇବ୍ରାହିମ ଅଲି ଖାନ, ଅନନ୍ୟା ପାଣ୍ଡେ ଏବଂ ଆଦିତ୍ୟ ରୟ କାପୁର ମଧ୍ୟ ଏଠି ଉପସ୍ଥିତ ଥିଲେ। ଏହି ପାର୍ଟିରେ ଆହୁରି ଅନେକ ସେଲିବ୍ରେଟିଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1709451428.jpg)