Advertisment

ଏମିତି ରୂପ ନେଇ ଆସୁଛନ୍ତି ଶାହାରୁଖ୍; ଘୋଷଣା କଲେ 'ପଠାନ'ର ରିଲିଜ୍‌ ଡେଟ୍

ଭୟଙ୍କର ରୂପରେ ଆସୁଛନ୍ତି ଶାହାରୁଖ୍। ମୁହଁରେ ରକ୍ତର ଦାଗ। ମୁଣ୍ଡରେ ଲମ୍ବା କେଶ। ବଳିଷ୍ଠ ଚେହେରା ସହ ହାତରେ ବନ୍ଧୁକ। ଏହାକୁ ଯିଏ ଦେଖିବ ସେ ତାଜୁବ୍ ହେବ।

Shah Rukh Khan pathaan look twitter reaction

Shah Rukh Khan pathaan look twitter reaction

Advertisment

ବଲିଉଡ୍‌ କିଙ୍ଗ୍‌ ଖାନ୍‌ଙ୍କୁ ଇଣ୍ଡଷ୍ଟ୍ରିରେ ୩୦ ବର୍ଷ ପୂରି ଗଲାଣି। ଏହି ଅବସରରେ ସେ ନିଜ ପ୍ରଶଂସକଙ୍କୁ ଏକ ବଡ ଉପହାର ଦେଇଛନ୍ତି। ମୋସନ୍‌ ପୋଷ୍ଟର୍‌ ସହିତ ଶାହରୁଖ ଖାନ୍‌ ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ପଠାନ'ର ରିଲିଜ୍‌ ତାରିଖ ଘୋଷଣା କରିଛନ୍ତି। ମୋସନ୍‌ ପୋଷ୍ଟର୍‌ରେ ଶାହାରୁଖ ଖାନ୍‌ଙ୍କ ଲୁକ୍‌ ଦେଖି ପ୍ରଶଂସକମାନେ ଫିଲ୍ମ ପାଇଁ ବହୁତ ଉତ୍ସାହିତ ହୋଇ ଟ୍ୱିଟରରେ ସେମାନଙ୍କର ଖୁସି ପ୍ରକାଶ କରୁଛନ୍ତି।

Advertisment

ଏହି ମୋସନ୍‌ ପୋଷ୍ଟର୍‌ରେ ଶାହାରୁଖ ଖାନଙ୍କ ହାତରେ ବନ୍ଧୁକ ଥିବା ଦେଖିବାକୁ ମିଳେ। ଏହି ସମୟରେ, ମୁହଁରେ ରକ୍ତର ଦାଗ ଏବଂ ଖଣ୍ଡିଆ ଚିହ୍ନ ମଧ୍ୟ ଦେଖିବାକୁ ମିଳେ। ଆହୁରି ମଧ୍ୟ ଲମ୍ବା କେଶ ସହିତ ତାଙ୍କର ଶକ୍ତିଶାଳୀ ଚେହେରାକୁ ପ୍ରଶଂସକମାନେ ଖୁବ ପସନ୍ଦ କରୁଛନ୍ତି ଏବଂ ଶାହାରୁଖଙ୍କୁ ପ୍ରଶଂସା କରିବାରେ ପଛଘୁଞ୍ଚା ଦେଉ ନାହାନ୍ତି। ଜଣେ ଉପଭୋକ୍ତା ଲେଖିଛନ୍ତି ଯେ 'ଏହା ଏକ ମେଗା ବ୍ଲକ୍‌ବଷ୍ଟର୍‌ ହେବ'। ଆଉ ଜଣେ ଲେଖିଛନ୍ତି, 'ପଠାନର ପୋଷ୍ଟର୍ ଖୁବ ଭଲ ଲାଗୁଛି, ଭାରତୀୟ ସିନେମାର ରାଜା'।

ସେହିପରି ଅନ୍ୟ ଜଣେ ଲେଖିଛନ୍ତି, 'କିଛି ଲୋକ ପଠାନଙ୍କୁ ଅଟକାଇବାକୁ ଯାଇଥିଲେ... ସେମାନେ ଏବେ ପବନରେ ବି ନାହାଁନ୍ତି... ଏହା ହେଉଛି ବଲିଉଡ୍‌ର କିଙ୍ଗ୍‌ ଖାନଙ୍କ ଶକ୍ତି। ଅନ୍ୟ ଜଣେ କହିଛନ୍ତି, 'ପ୍ରଥମ ଦିନରେ ହିଁ ସବୁ ରେକର୍ଡ ଭାଙ୍ଗି ଦେବ ପଠାନ'।

Advertisment

ଏହା ବ୍ୟତୀତ ପ୍ରଶଂସକମାନେ ମଧ୍ୟ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି। ଜଣେ ଲେଖିଛନ୍ତି, '୨୦୨୩ ହେଉଛି ଶାହାରୁଖ ଖାନଙ୍କ ବର୍ଷ। ସେ ପଠାନ୍, ଜୱାନ୍ ଏବଂ ଡଙ୍କି ସହିତ ସମସ୍ତ ବକ୍ସ ଅଫିସ୍ ରେକର୍ଡ ଭାଙ୍ଗିବେ। ୨୦୨୩ SRK ଏବଂ ତାଙ୍କ ପ୍ରଶଂସକଙ୍କ ପାଇଁ। ଆମ ସମୟ ଆରମ୍ଭ।’ ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି, 'ପଠାନ ଷ୍ଟାଇଲରେ ଏଣ୍ଟ୍ରୀ କରି ସାରିଛି। ପୋଷ୍ଟରଟି ସମ୍ପୂର୍ଣ୍ଣ ନିଆଁ ଲଗଉଛି... ଶାହାରୁଖ ଖାନ ଏକ ଦମଦାର ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ହେଉଛନ୍ତି।’

Advertisment

୨୦୨୩ରେ ଶାହାରୁଖ ଖାନ ତିନୋଟି ଫିଲ୍ମ ନେଇ ଆସୁଥିବା ବେଳେ ପ୍ରଶଂସକମାନେ ତାଙ୍କୁ ଦୀର୍ଘ ୫ ବର୍ଷ ପରେ ବଡ ପରଦାରେ ଦେଖିପାରିବେ। ତାଙ୍କୁ ଶେଷ ଥର ପାଇଁ ୨୦୧୮ ରେ 'ଜିରୋ'ରେ ଦେଖିବାକୁ ମିଳିଥିଲା। କିନ୍ତୁ ଚଳିତ ବର୍ଷ 'ବ୍ରହ୍ମାସ୍ତ୍ର' ଏବଂ 'ରକେଟ୍ରି: ଦି ନାମ୍ବି ଇଫେକ୍ଟ'ରେ ତାଙ୍କର ଝଲକ ଦେଖିବାକୁ ମିଳିବ। କିନ୍ତୁ ପ୍ରଶଂସକମାନେ ତାଙ୍କ 'ଜୱାନ୍', 'ପଠାନ୍' ଏବଂ 'ଡଙ୍କି'କୁ ଅପେକ୍ଷା କରିଛନ୍ତି। ଦୀପିକା ପାଦୁକୋନ୍ ଏବଂ ଜନ୍ ଆବ୍ରାହମ୍ ତାଙ୍କ ସହ 'ପଠାନ୍'ରେ ନଜର ଆସିବେ ଏବଂ ଫିଲ୍ମ ୨୫ ଜାନୁୟାରୀ ୨୦୨୩ରେ ମୁକ୍ତିଲାଭ କରିବ।

Shah Rukh Khan Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ