Advertisment

Jawan: ରିଲିଜ୍ ହେବାକୁ ୨ ଦିନ ବାକି ; ରୋଜଗାର କଲାଣି ୧୭ କୋଟି !

ଲୋକମାନେ ଶାହରୁଖ ଖାନଙ୍କ ‘ଜବାନ’କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନିକଟରେ ଲଞ୍ଚ୍‌ ହୋଇଥିବା ଏହାର ଟ୍ରେଲର ଏହି ଉତ୍ସାହକୁ ଆହୁରି ବଢେଇଦେଇଛି। ନୂଆ ତଥ୍ୟ ଅନୁଯାୟୀ ‘ଜବାନ’ର ଉଦ୍‌ଘାଟନୀ ଦିନରେ ୫ ଲକ୍ଷରୁ ଅଧିକ ଟିକେଟ୍ ବିକ୍ରି ହୋଇସାରିଛି।

ଅଦ୍ୟତନ ହୋଇଛି
Shah rukh khan jawan sells over 5 lakh tickets

Shah rukh khan jawan sells over 5 lakh tickets

Advertisment

ସାରା ଦେଶରେ ଲୋକମାନେ ଶାହରୁଖ ଖାନଙ୍କ ‘ଜବାନ’କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନିକଟରେ ଲଞ୍ଚ୍‌ ହୋଇଥିବା ଏହାର ଟ୍ରେଲର ଏହି ଉତ୍ସାହକୁ ଆହୁରି ବଢେଇଦେଇଛି। ଫିଲ୍ମର ଟ୍ରେଲରକୁ ନେଇ ଲୋକମାନେ ମିଶ୍ର ପ୍ରତିକ୍ରିୟା ଦେଉଛନ୍ତି, କିନ୍ତୁ ଅଧିକାଂଶ ପ୍ରଶଂସକ ‘ଜବାନ’ ପାଇଁ ବହୁତ ଉତ୍ସାହିତ ଅଛନ୍ତି।

Advertisment

ଏହି ଚଳଚ୍ଚିତ୍ରଟି ୭ ସେପ୍ଟେମ୍ବରରେ ଦେଶର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ପ୍ରସ୍ତୁତ ହେଉଛି ଏବଂ ଏହା ପରଦାକୁ ଆସିବା ପୂର୍ବରୁ ଜବରଦସ୍ତ ବୁକିଂ ପାଇବାରେ ଲାଗିଛି। ଏହି ସମୟରେ, ଫିଲ୍ମ ଟ୍ରେଡ୍ ଆନାଲିଷ୍ଟ୍ ମନୋବାଲା ବିଜୟବାଲାନ ଭାରତରେ ‘ଜୱାନ’ର ଅଗ୍ରୀମ ବୁକିଂ ସମ୍ବନ୍ଧରେ ଏକ ନୂଆ ଏବଂ ପ୍ରଥମ ଅପଡେଟ୍ ଦେଇଛନ୍ତି।

ଗତ ସପ୍ତାହରେ ଭାରତରେ ଆକ୍ସନ୍ ଫିଲ୍ମ ପାଇଁ ଆଡଭାନ୍ସ ବୁକିଂ ଖୋଲା ଯାଇଥିଲା ଏବଂ ତା’ପରେ କିଛି ପ୍ରେକ୍ଷାଳୟରେ ଟିକେଟ୍ ବିକ୍ରି ୨.୪ ଲକ୍ଷ ପର୍ଯ୍ୟନ୍ତ ଯାଇଥିଲା। କିନ୍ତୁ​​ ନୂଆ ତଥ୍ୟ ଅନୁଯାୟୀ ‘ଜବାନ’ର ଉଦ୍‌ଘାଟନୀ ଦିନରେ ୫ ଲକ୍ଷରୁ ଅଧିକ ଟିକେଟ୍ ବିକ୍ରି ହୋଇସାରିଛି।

Advertisment

ମଲ୍ଟିପ୍ଲେକ୍ସର ସଂଖ୍ୟା ଶେୟାର କରି ମନୋବାଲା ବ୍ଲକ୍ ସିଟ୍ ବିନା ଟ୍ୱିଟ୍ କରି କହିଛନ୍ତି, “‘ଜବାନ’ ଭାରତରେ ପ୍ରଥମ ଦିନରେ ୫,00,000 ଟିକେଟ୍‌ର ଅଗ୍ରୀମ ବୁକିଂ ମାର୍କ ଅତିକ୍ରମ କରିଛି। ନ୍ୟାସ୍‌ନାଲ୍‌ ମଲ୍ଟିପ୍ଲେକ୍ସରେ ‘ଜବାନ’ର ଅଗ୍ରୀମ ବୁକିଂରେ PVR ୧,୧୨,୨୯୯, Inox ୭୫,୬୬୧, cinepolis ୪୦,୫୭୭ ଟିକେଟ୍‌ ବିକ୍ରି କରିଛନ୍ତି। ମିଳିତ ଭାବେ ୨,୨୮,୫୩୮ ଟିକେଟ୍ ବିକ୍ରି ହୋଇଛି।”

ଏହା ପରେ ମନୋଜ ଭାଜାଇବାଲାନ୍ ଆଗକୁ ଲେଖିଛନ୍ତି, “ସିଟି ୱାଇଡ୍, ସମସ୍ତ ପ୍ରେକ୍ଷାଳୟ - ଦିଲ୍ଲୀ ଏନ୍‌ସିଆର୍‌ - ୩୯,୫୩୫ (୧.୯୧ କୋଟି ଟଙ୍କା), ମୁମ୍ବାଇ - ୩୯,୬୦୦ (୧.୫୭ କୋଟି ଟଙ୍କା), ବେଙ୍ଗାଲୁରୁ - ୩୯,୩୨୫ (୧.୪୨ କୋଟି ଟଙ୍କା), ହାଇଦ୍ରାବାଦ - ୫୮,୮୯୮ (୧.୩୫ କୋଟି ଟଙ୍କା), କୋଲକାତା - ୪୦,୦୩୫ (୧.୧୬ କୋଟି ଟଙ୍କା) । ସମଗ୍ର ଭାରତରେ, ସମସ୍ତ ପ୍ରେକ୍ଷାଳୟରେ ବ୍ଲକ୍‌ ସିଟ୍‌କୁ ଛାଡି ୧୪ ରୁ ୧୭ କୋଟି ଟଙ୍କା ମୂଲ୍ୟର ୫,୧୭,୭୦୦ ରୁ ଅଧିକ ଟିକେଟ୍ ବିକ୍ରି ହୋଇଛି।

Advertisment

ଟ୍ରେଡ୍ ଆନାଲିଷ୍ଟ୍ ତରଣ ଆଦର୍ଶ ମଧ୍ୟ ଟ୍ୱିଟ୍ କରି ‘ଜବାନ’ର ଅଗ୍ରୀମ ବୁକିଂ ଏବଂ ବିଭିନ୍ନ ସହରରେ ସକାଳ ଶୋ’ ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, “‘ଜବାନ’ ଯେତେବେଳେ ଜାତୀୟ ଚେନ୍‌ରେ ଜବରଦସ୍ତ ଅଗ୍ରଗତି କରୁଛି, ଅଣ ଜାତୀୟ ଚେନ୍‌ରେ ‘ଜବାନ’ର ଅଗ୍ରୀମ ବୁକିଂ ଅଦ୍ଭୁତଜନକ ରହିଛି। ଦିଲ୍ଲୀ, ୟୁପି, ରାଜସ୍ଥାନ, ବିହାର ଏବଂ ହିନ୍ଦୀ ବେଲ୍ଟରେ ସିଙ୍ଗଲ୍ ସ୍କ୍ରିନ୍ ଅସାଧାରଣ ଫଳାଫଳ ଦେଖାଉଛି। ଏତେ ପରିମାଣର ଚାହିଦା ହେତୁ ଅନେକ ପ୍ରଦର୍ଶକ ସକାଳ ୬ଟାରେ ଶୋ’ ଆରମ୍ଭ କରୁଛନ୍ତି।”

ଲୋକମାନେ ଯେଉଁଭଳି ଭାବେ ଆଗୁଆ ବୁକିଂ କରୁଛନ୍ତି, ଏଥିରୁ ଲାଗୁଛି ‘ଜବାନ’ ବକ୍ସ ଅଫିସରେ ବହୁତ ଭଲ ପ୍ରଦର୍ଶନ କରିବ। ଶାହରୁଖ ଏବେ ତାଙ୍କ ବ୍ଲକବଷ୍ଟର ସ୍ପାଇ ଚଳଚ୍ଚିତ୍ର 'ପଠାନ' ଭଳି ଲଗାତର ଦ୍ୱିତୀୟ ଥର ପାଇଁ ୧୦୦ କୋଟିରୁ ଖାତା ଖୋଲିବେ ବୋଲି ଆଶା କରାଯାଉଛି। କୁହାଯାଉଛି ଯେ ‘ଜବାନ’ ଶାହରୁଖଙ୍କ ପାଇଁ ଆଉ ଚଳିତ ବର୍ଷର ଆଉ ଏକ ୧୦୦୦ କୋଟି ଟଙ୍କା ରୋଜଗାର କରିବାର ଫିଲ୍ମ ହୋଇପାରିବ।

Bollywood Shahrukh Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ