Advertisment

Viral Video: ଅନନ୍ତ-ରାଧିକାଙ୍କ ବିବାହରେ ଗର୍ଭବତୀ ଦୀପିକାଙ୍କୁ ଭେଟିଲେ ଶାହରୁଖ; ଚୁମ୍ବନ ଦେଲେ, ଆଲିଙ୍ଗନ କଲେ

ଅନନ୍ତ-ରାଧିକାଙ୍କ ବିବାହରେ ଦୀପିକା ପାଦୁକୋନଙ୍କ ସହ ଭେଟ ହୋଇଗଲା ଶାହରୁଖଙ୍କ ସହ। ଭାଇରାଲ୍‌ ହେଉଛି ଏହି ଭିଡିଓ। ଦେଖିବାକୁ ମିଳେ ଯେ ଶାହରୁଖ ଖାନ ଗର୍ଭବତୀ ଥିବା ଦୀପିକା ପାଦୁକୋନଙ୍କୁ ଚୁମ୍ବନ ଦେଇ ଅଭିବାଦନ ଜଣାଇଛନ୍ତି, ଏହା ପରେ ସେ ତାଙ୍କୁ ଆଲିଙ୍ଗନ କରିଛନ୍ତି।

Shah rukh khan greets pregnant deepika padukone with kiss

Shah rukh khan greets pregnant deepika padukone with kiss

Advertisment

ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ଗ୍ରାଣ୍ଡ ବିବାହ ଜୁଲାଇ ୧୨ରେ ମୁମ୍ବାଇର ଜିଓ ୱାର୍ଲ୍ଡ କନ୍‌ଭେନ୍‌ସନ୍ ସେଣ୍ଟରରେ ହୋଇଯାଇଛି। ଚଳଚ୍ଚିତ୍ର ଜଗତର ଶତାଧିକ ତାରକା ଅତିଥି ଭାବରେ ଏହି ଯୋଡିଙ୍କ ବିବାହ ଉତ୍ସବରେ ଯୋଗ ଦେଇଥିଲେ। ଏହି ଅବସରରେ ସମସ୍ତ ତାରକା ପୂରା ଜମେଇକି ନାଚିଛନ୍ତି ଏବଂ ଏକ ମନୋରଂଜନର ପରିବେଶ ସୃଷ୍ଟି କରିଛନ୍ତି। ଅନନ୍ତ ଏବଂ ରାଧିକାଙ୍କ ବିବାହର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଶାହରୁଖ ଖାନ ଦୀପିକା ପାଦୁକୋନ ଏବଂ ରଣବୀର ସିଂହଙ୍କୁ ଏକ ଭିନ୍ନ ଢଙ୍ଗରେ ଭେଟିବାର ନଜର ଆସିଛନ୍ତି।

Advertisment

ଭାଇରାଲ୍‌ ହେଉଥିବା ଏହି ଭିଡିଓରେ ଦେଖିବାକୁ ମିଳେ ଯେ ଶାହରୁଖ ଖାନ ଗର୍ଭବତୀ ଥିବା ଦୀପିକା ପାଦୁକୋନଙ୍କୁ ଚୁମ୍ବନ ଦେଇ ଅଭିବାଦନ ଜଣାଇଛନ୍ତି। ଏହା ପରେ ସେ ତାଙ୍କୁ ଆଲିଙ୍ଗନ କରିଛନ୍ତି। ଦୀପିକା ଏବଂ ଶାହରୁଖ ଖାନଙ୍କ ମଧ୍ୟ ଭଲ ବଣ୍ଡିଂ ଅଛି। ଉଭୟ ତାରକା 'ଚେନ୍ନାଇ ଏକ୍ସପ୍ରେସ', 'ଜୱାନ' ଏବଂ 'ପଠାନ' ଭଳି ଚଳଚ୍ଚିତ୍ରରେ କାମ କରିଛନ୍ତି। ତେବେ ଶାହରୁଖ ଖାନଙ୍କ ଫିଲ୍ମ 'ଓମ୍ ଶାନ୍ତି ଓମ୍' ସହିତ ଦୀପିକା ପାଦୁକୋନ ବଲିଉଡ୍‌ରେ ପ୍ରବେଶ କରିଥିଲେ।

ଦୀପିକା ପାଦୁକୋନଙ୍କୁ ଭେଟିବା ପରେ ଶାହରୁଖ ଖାନ ତାଙ୍କ ପାଖରେ ବସିଥିବା ରଣବୀର ସିଂହଙ୍କ ସହ ହାତ ମିଳାଇ ତାଙ୍କୁ ଆଲିଙ୍ଗନ କରିଥିଲେ। କିଙ୍ଗ ଖାନ ତାଙ୍କୁ ଭଲମନ୍ଦ କଥା ପଚାରିବା ପରେ ଚାଲିଯାଇଥିଲେ। ଏହାପୂର୍ବରୁ ଶାହରୁଖ ଖାନଙ୍କର ଏକ ଭିଡିଓ ସାମ୍ନାକୁ ଆସିଥିଲା ​​ଯେଉଁଥିରେ ଅନନ୍ତ-ରାଧିକାଙ୍କ ବିବାହରେ ସେ ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ପାଦ ଛୁଇଁ ଆଶୀର୍ବାଦ ନେଉଥିବାର ନଜର ଆସିଥିଲେ।

Advertisment

ପ୍ରକାଶଥାଉ ଯେ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟ ଶୁକ୍ରବାର ଦିନ ବଡ ବଡ ଷ୍ଟାର୍‌ମାନଙ୍କ ଭିଡ ଭିତରେ ବିବାହ କରିଥିଲେ। ଶାହରୁଖ ଖାନ, ଦୀପିକା ପାଦୁକୋନ ଏବଂ ରଣବୀର ସିଂହଙ୍କ ବ୍ୟତୀତ ଏହି ଯୋଡିଙ୍କ ବିବାହରେ ମନୋରଞ୍ଜନ ଜଗତର ଅନେକ ତାରକା ଯୋଗ ଦେଇଥିଲେ।

Advertisment

ଏହି ତାଲିକାରେ ପ୍ରିୟଙ୍କା ଚୋପ୍ରା, ସଲମାନ ଖାନ, ମାଧୁରୀ ଦୀକ୍ଷିତ, ଜାହ୍ନଭୀ କପୁର, ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଭଳି ତାରକା ଅନ୍ତର୍ଭୁକ୍ତ। ଅନ୍ତର୍ଜାତୀୟ ସେନ୍‌ସେସ୍ କିମ୍‌ କାର୍ଦଶିଆନ୍ ଏବଂ ହଲିଉଡ ଅଭିନେତା ଜନ୍ ସିନା ମଧ୍ୟ ନଜର ଆସିଥିଲେ।

Deepika Padukone Ranveer Singh Viral Video Shahrukh Khan Anant Ambani
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ