Advertisment

ଇତିହାସ ରଚିଲେ ଶାହରୁଖ ଖାନ; ଏମିତି କରିବାରେ ପ୍ରଥମ ହିନ୍ଦି ଫିଲ୍ମ ହେଲା 'ଜବାନ'

ବିଶ୍ୱାସ କରାଯାଏ ଯେ 'ଜବାନ୍' ଶାହରୁଖଙ୍କ କ୍ୟାରିୟରର ସବୁଠାରୁ ବଡ ଏବଂ ସଫଳ ଚଳଚ୍ଚିତ୍ର ବୋଲି ପ୍ରମାଣିତ କରିପାରେ। ଏହି ସମୟରେ, ଶାହରୁଖ ଖାନଙ୍କ ପ୍ରଶଂସକମାନଙ୍କ ପାଇଁ ଆଉ ଏକ ଖୁସି ଖବର ସାମ୍ନାକୁ ଆସିଛି। କିଙ୍ଗ ଖାନ 'ଜବାନ' ପାଇଁ ଏପରି ଏକ ଇତିହାସ ସୃଷ୍ଟି କରିଛନ୍ତି, ଯାହା ଏପର୍ଯ୍ୟନ୍ତ କୌଣସି ବଲିଉଡ ଅଭିନେତା କରିପାରି ନାହାଁନ୍ତି।

ଅଦ୍ୟତନ ହୋଇଛି
Shah rukh khan film jawan will be screened at the biggest imax screen in the world

Shah rukh khan film jawan will be screened at the biggest imax screen in the world

Advertisment

ସୁପର୍‌ଷ୍ଟାର୍‌ ଶାହରୁଖ୍‌ ଖାନଙ୍କ ଫିଲ୍ମ 'ଜବାନ' ର କ୍ରେଜ୍ ଏବେ ଚାରିଆଡେ। ବର୍ତ୍ତମାନ ଏହି ଚଳଚ୍ଚିତ୍ର ରିଲିଜ୍ ପାଇଁ ଆଉ କିଛି ଦିନ ବାକି ଅଛି। ଏହାର ରିଲିଜ୍ ତାରିଖ ଯେତିକି ଯେତିକି ପାଖେଇ ଆସୁଛି ପ୍ରଶଂସକଙ୍କ ଉତ୍ସାହ ସେତିକି ସେତିକି ବଢିବାରେ ଲାଗିଛି। ବିଶ୍ୱାସ କରାଯାଏ ଯେ 'ଜବାନ୍' ଶାହରୁଖଙ୍କ କ୍ୟାରିୟରର ସବୁଠାରୁ ବଡ ଏବଂ ସଫଳ ଚଳଚ୍ଚିତ୍ର ବୋଲି ପ୍ରମାଣିତ କରିପାରେ।

Advertisment

ଏହି ସମୟରେ, ଶାହରୁଖ ଖାନଙ୍କ ପ୍ରଶଂସକମାନଙ୍କ ପାଇଁ ଆଉ ଏକ ଖୁସି ଖବର ସାମ୍ନାକୁ ଆସିଛି। କିଙ୍ଗ ଖାନ 'ଜବାନ' ପାଇଁ ଏପରି ଏକ ଇତିହାସ ସୃଷ୍ଟି କରିଛନ୍ତି, ଯାହା ଏପର୍ଯ୍ୟନ୍ତ କୌଣସି ବଲିଉଡ ଅଭିନେତା କରିପାରି ନାହାଁନ୍ତି।

କଥା ହେଉଛି ଶାହରୁଖ ଖାନଙ୍କ ଫିଲ୍ମ 'ଜବାନ' ଦୁନିଆର ସବୁଠୁ ବଡ ପରଦାରେ ପ୍ରଦର୍ଶିତ ହେବ। ମିଡିଆ ରିପୋର୍ଟ ଅନୁଯାୟୀ, ଜର୍ମାନୀର ଲିଓନବର୍ଗରେ ଥିବା ବିଶ୍ୱର ସର୍ବବୃହତ IMAX ପରଦାରେ କିଙ୍ଗ୍‌ ଖାନଙ୍କ 'ଜବାନ' ପ୍ରଦର୍ଶିତ ହେବ। କୁହାଯାଏ ଯେ ଏହି ପରଦା ୧୨୫ ଫୁଟ ଚଉଡା ଏବଂ ୭୨ ଫୁଟ ଲମ୍ବ। 'ଜବାନ୍' ହେଉଛି ପ୍ରଥମ ଭାରତୀୟ ଚଳଚ୍ଚିତ୍ର, ଯାହା ଦୁନିଆର ସବୁଠୁ ବଡ ପରଦାରେ ପ୍ରଦର୍ଶିତ ହେବାକୁ ପ୍ରସ୍ତୁତ ହେଉଛି। ପୂର୍ବରୁ କୌଣସି ହିନ୍ଦୀ ଫିଲ୍ମ ଏହି ରେକର୍ଡ କରିପାରି ନାହାଁନ୍ତି।

Advertisment

ଶାହରୁଖ ଖାନ୍ ଶୁକ୍ରବାର ଦିନ ‘ଜବାନ’ର ୫ଟି ଲୁକ୍‌ର ଝଲକ ଦେଖେଇଥିଲେ। ସେ ଇନଷ୍ଟାଗ୍ରାମ୍ ହ୍ୟାଣ୍ଡେଲ୍‌ରେ ଏକ ଭିଡିଓ ପୋଷ୍ଟ କରିଥିଲେ, ଯେଉଁଥିରେ ସେ ଭିନ୍ନ ଭିନ୍ନ ଚେହେରାରେ ନଜର ଆସିଥିଲେ। ଭିଡିଓ ଶେୟାର କରି ଶାହରୁଖ ଖାନ ଲେଖିଥିଲେ, "ୟେ ତୋ ଶୁରୁଆତ ହେ... ନ୍ୟାୟ କେ କଇ ଚେହେରେ... ୟେ ତୀର ହେ, ଅଭୀ ଢାଲ୍ ବାକି ହେ... ୟେ ଅନ୍ତ ହେ, ଅଭି କାଲ ବାକି ହେ... ୟେ ପୁଛ୍‌ ନା ହେ ଖୁଦ୍‌ ସେ କୁଛ୍... ଅଭି ଜବାବ ବାକି ହେ। ହର୍ ଚେହରେ କେ ପିଛେ ଏକ ମକସଦ ହେ, ଲେକିନ୍ ଅଭି ତୋ ୟହ ବସ୍ ଶୁରୁଆତ ହେ... ଆଗେ କି ଜାନକାରି କେ କିଏ ଅଭି ଇନ୍ତଜାର କରେ!!!” କିଙ୍ଗ୍ ଖାନ ଏହି ପୋଷ୍ଟ୍ ଦ୍ୱାରା ପ୍ରଶଂସକଙ୍କ ଉତ୍ସାହକୁ ଆହୁରି ବଢେଇ ଦେଇଛନ୍ତି।

'ଜବାନ୍' ଏଟ୍‌ଲୀଙ୍କ ନିର୍ଦ୍ଦେଶିକ, ଗୌରୀ ଖାନ୍‌ଙ୍କ ଦ୍ୱାରା ନିର୍ମିତ, ରେଡ୍ ଚିଲିସ୍ ଏଣ୍ଟର୍‌ଟେନମେଣ୍ଟ୍ ଦ୍ୱାରା ପ୍ରସ୍ତୁତ ଏକ ଆକ୍ସନ ଫିଲ୍ମ। ଏହି ଚଳଚ୍ଚିତ୍ରଟି ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ୭ ସେପ୍ଟେମ୍ବର ୨୦୨୩ ରେ ମୁକ୍ତିଲାଭ କରିବ।

Advertisment

ଶାହାରୁଖ ଖାନଙ୍କ ବ୍ୟତୀତ ‘ଜବାନ’ରେ ନୟନତାରା, ବିଜୟ ସେତୁପତି, ପ୍ରିୟାମଣି, ରିଦ୍ଧି ଡୋଗରା, ସୁନୀଲ ଗ୍ରୋଭର, ସାନ୍ୟା ମଲହୋତ୍ରା ଏବଂ ଯୋଗୀ ବାବୁଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ। ଦୀପିକା ପାଦୁକୋନ ମଧ୍ୟ ଏହି ଚଳଚ୍ଚିତ୍ରର ଏକ ଅଂଶ ଭାବେ ଦେଖାଦେବେ। ତାଙ୍କୁ 'ଜବାନ'ରେ ଏକ କେମିଓ ଭୂମିକାରେ ଦେଖିବାକୁ ମିଳିବ। ୩୦୦ କୋଟି ଟଙ୍କା ବଜେଟରେ 'ଜବାନ' ପ୍ରସ୍ତୁତ ହୋଇଥିବା ବେଳେ ଏହା କେତେ ରୋଜଗାର କରିବ ତାହା ସମୟ କହିବ।

Deepika Padukone Bollywood Nayanthara Shahrukh Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ