Advertisment

ଆର୍ଯ୍ୟନଙ୍କୁ ଜେଲ୍‌ରେ ରଖନ୍ତୁ ନାହିଁ, ମୁଁ ଆପଣଙ୍କୁ ଜଣେ ବାପା ଭାବରେ ଭିକ୍ଷା ମାଗୁଛି; ଶାହରୁଖ ଖାନ୍

ଆର୍ଯ୍ୟନ୍ ଖାନଙ୍କ ଡ୍ରଗ୍ ମାମଲା ନେଇ ପୂର୍ବତନ ଏନ୍‌ସିବି ଅଧିକାରୀ ସମୀର ୱାଙ୍ଖେଡେଙ୍କୁ ଅନୁରୋଧ କରିଛନ୍ତି ଶାହରୁଖ ଖାନ। ଖୁଲାସା ହୋଇଛି ଉଭୟଙ୍କ ଚାଟ୍। ଦେଖନ୍ତୁ ଶାହରୁଖ କ’ଣ ଲେଖିଛନ୍ତି।

shah rukh khan begs sameer wankhede in Aryan khan case

shah rukh khan begs sameer wankhede in Aryan khan case

Advertisment

ଗତ କିଛି ଦିନ ହେବ ଆର୍ଯ୍ୟନ୍ ଖାନଙ୍କ ଡ୍ରଗ୍ ମାମଲା ନିରନ୍ତର ଆଲୋଚନାରେ ରହିଆସୁଛି। ପୂର୍ବତନ ଏନ୍‌ସିବି ଅଧିକାରୀ ସମୀର ୱାଙ୍ଖେଡେ କିଛି ଟଙ୍କା ପାଇଁ ଆର୍ଯ୍ୟନ ଖାନଙ୍କୁ ଜବରଦସ୍ତ ଏହି ମାମଲାରେ ଫସେଇଥିବା ଅଭିଯୋଗ ହୋଇଛି। ଏହି ଖୁଲାସା ସାରା ଦେଶକୁ ଚକିତ କରିଦେଇଛି।

Advertisment

ସମୀର ୱାଙ୍ଖେଡେ ନିଜକୁ ନିର୍ଦ୍ଦୋଷ ବୋଲି ପ୍ରମାଣ କରିବାକୁ ଦିଲ୍ଲୀ ହାଇକୋର୍ଟରେ କିଛି ପ୍ରମାଣ ଦାଖଲ କରିଛନ୍ତି, ଯେଉଁଥିରେ ଶାହରୁଖ ଖାନଙ୍କ ସହ ତାଙ୍କର ଚାଟ୍ ରହିଛି। ଏହି ଚାଟ୍‌ରେ ଶାହରୁଖ ଖାନ ତାଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ପାଇଁ ନିବେଦନ କରୁଥିବା ଦେଖିବାକୁ ମିଳିଛି।

ଏହି ଚାଟ୍‌ରେ ଶାହରୁଖ ଖାନ ଲେଖିଛନ୍ତି, “ମୁଁ ପୂରା ଚେଷ୍ଟା କରିବି ଯେ ମୋ ପୁଅ ଆର୍ଯ୍ୟ ନ ଖାନ ଏପରି ଜଣେ ବ୍ୟକ୍ତି ହେଉ, ଯାହା ଉପରେ ସମସ୍ତେ ଗର୍ବ କରିବେ। ଏହି ଘଟଣା ତାଙ୍କ ପାଇଁ ଟର୍ନିଂ ପଏଣ୍ଟ ହୋ‍ଇପାରେ। ଆମ ଦେଶ ସଚ୍ଚୋଟ ଯୁବକ ଆବଶ୍ୟକ କରେ, ମୁଁ ଆର୍ଯ୍ୟନଙ୍କୁ ଜଣେ ଭଲ ମଣିଷ କରିବାକୁ ଚେଷ୍ଟା କରିବି।”

Advertisment

ଶାହାରୁଖ ଖାନ ଏହି ଚାଟ୍‌ରେ ଆହୁରି ଲେଖିଛନ୍ତି, “ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ଆର୍ଯ୍ୟନଙ୍କୁ ଜେଲ୍‌ରେ ରଖନ୍ତୁ ନାହିଁ। ସେ ଜଣେ ମଣିଷ ଭାବରେ ସମ୍ପୂର୍ଣ୍ଣ ଭାଙ୍ଗିଯିବ। ତା’ର ଆତ୍ମା ​​ନଷ୍ଟ ହୋଇଯିବ। ଆପଣ ମୋତେ ପ୍ରତିଶୃତି ଦେଇଥିଲ ଯେ ଆପଣ ତାଙ୍କୁ ସୁଧାରିବେବ ଏବଂ ତାଙ୍କୁ ଜେଲ୍‌କୁ ପଠାଇବେ ନାହିଁ। ସେ ସେଠାକୁ ଯାଇ ପୂରା ଭାଙ୍ଗି ଯିବ ଆଉ ନଷ୍ଟ ହୋଇ ଫେରିବ।”

ଏହି ଚାଟ୍‌ରେ ସେ ଆହୁରି ଲେଖିଛନ୍ତି, “ଆପଣ ଜଣେ ଭଲ ମଣିଷ, ଆପଣ ତା’ ସହ ଏପରି କାହିଁକି କରୁଛନ୍ତି? ମୁଁ ପ୍ରତିଜ୍ଞା କରୁଛି ଯେ ମୁଁ ସେହି ଲୋକଙ୍କ ପାଖକୁ ଯାଇ ସେମାନଙ୍କୁ ଭିକ୍ଷା ମାଗିବି କିନ୍ତୁ ମୋ ପୁଅକୁ ଘରକୁ ଫେରେଇ ଦିଅନ୍ତୁ। ଆପଣ ଭଲ ଭାବେ ଜାଣିଛନ୍ତି ଯେ ଆର୍ଯ୍ୟନ୍ ସହିତ ବହୁତ କିଛି ଘଟୁଛି। ମୁଁ ଆପଣଙ୍କୁ ଜଣେ ବାପା ଭାବରେ ଭିକ୍ଷା ମାଗୁଛି।”

Advertisment

ଚାଟ୍ ମାଧ୍ୟମରେ ଶାହରୁଖ ସମୀର ୱାଙ୍ଖେଡେଙ୍କ ସହ ଆହୁରି ଅନେକ କଥା ମଧ୍ୟ ହୋଇଥିବା ଜାତୀୟ ଗଣମାଧ୍ୟମ ଟାଇମ୍ସନାଓନିୟୁଜ୍‌ରୁ ଜଣାଯାଇଛି।

Shahrukh Khan chat With Sameer Wankhedeଶାହରୁଖ ଖାନଙ୍କ ସମୀର ୱାଙ୍ଖେଡେଙ୍କ ସହ ଚାଟ୍
shah rukh khan begs sameer wankhede in Aryan khan caseଶାହରୁଖ ଖାନଙ୍କ ସମୀର ୱାଙ୍ଖେଡେଙ୍କ ସହ ଚାଟ୍

ଏହି ସମୟ ମଧ୍ୟରେ ସମୀର ୱାଙ୍ଖେଡେ ମଧ୍ୟ ଶାହାରୁଖ ଖାନଙ୍କ ବାର୍ତ୍ତାର ଉତ୍ତର ଦେଇଛନ୍ତି। ସମୀର ଲେଖିଛନ୍ତି- "ଶାହରୁଖ, ମୁଁ ଜାଣେ ଆପଣ ଜଣେ ଭଲ ମଣିଷ। ଆପଣଙ୍କ ଶୁଭ କାମନା କରୁଛି। ନିଜର ଯତ୍ନ ନିଅନ୍ତୁ।" ତେବେ ୱାଙ୍ଖେଡ୍ ବର୍ତ୍ତମାନ ଏହି ଚାଟ୍ ସାହାଯ୍ୟରେ କୋର୍ଟରେ ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିବାକୁ ଚେଷ୍ଟା କରୁଛନ୍ତି।

ତେବେ ଲୋକମାନେ ଶାହରୁଖ ଖାନଙ୍କ ଏହି ଚାଟ୍‌ରୁ ଅନେକ ଅର୍ଥ ବାହାର କରୁଛନ୍ତି। ଶାହରୁଖ ଖାନଙ୍କ ପ୍ରଶଂସକମାନେ କହିଛନ୍ତି ଯେ ଆର୍ଯ୍ୟନ ଖାନଙ୍କ ପାଇଁ ଶାହରୁଖ ଖାନଙ୍କ ହୃଦୟ ଜଣେ ପିତା ଭାବରେ କାନ୍ଧୁଥିଲା, ଏହି କାରଣରୁ ସେ ସମୀର ୱାଙ୍ଖେଡେଙ୍କ ସାମ୍ନାରେ ଅସହାୟ ବାପାଙ୍କ ପରି ଭିକ୍ଷା ମାଗୁଥିଲେ।

Aryan Khan Shahrukh Khan Shahrukh Khan Son
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ