Shah rukh khan and nayanthara movie jawan cast fees budget
ଆକ୍ସନ୍ ଥ୍ରୀଲର ଫିଲ୍ମ 'ଜୱାନ୍'ର ପ୍ରିଭ୍ୟୁ ମୁକ୍ତିଲାଭ କରିଛି। ୨୪ ଘଣ୍ଟା ମଧ୍ୟରେ ଏହାକୁ ୧୧୨ ମିଲିୟନ୍ ଭ୍ୟୁ ମିଳିସାରିଛି। ଯେତେବେଳେ ଦର୍ଶକ ଏହାର ପ୍ରିଭ୍ୟୁକୁ ଏତେ ଭଲ ପାଇବା ଦେଇଛନ୍ତି, ସେତେବେଳେ ଟ୍ରେଲର ଏବଂ ପୂରା ଫିଲ୍ମକୁ ସେମାନେ କେତେ ଭଲ ପାଇବା ଦେବେ ତାହା କଳ୍ପନା କରିବା ମଧ୍ୟ କଷ୍ଟକର। ଏହି ଫିଲ୍ମରେ ଶାହରୁଖଙ୍କୁ ଡବଲ ରୋଲ୍ରେ ଦେଖିବାକୁ ମିଳିବେ ଓ ଦୀପିକା ପାଦୁକୋନ ଏକ କ୍ୟାମିଓ ଭୂମିକାରେ ନଜର ଆସିବେ।
ଏହି ଫିଲ୍ମରେ ସାଉଥ୍ ତାରକା ପ୍ରିୟାମଣି, ନୟନତାରା ଏବଂ ବିଜୟ ସେତୁପତି ମଧ୍ୟ ଅଛନ୍ତି। ଏହାର ପ୍ରିଭ୍ୟୁ ହିଁ ଦର୍ଶକଙ୍କ ହୃଦୟର ସ୍ପନ୍ଦନକୁ ବଢେଇ ଦେଇଛି। ଏଥିରେ ଯେଉଁ ଆକ୍ସନର ଝଲକ ଦେଖିବାକୁ ମିଳିଛି ଫିଲ୍ମରେ ତାହାର କେତେ ଗୁଣ ଯେ ନଥିବ ତାହାକୁ ନେଇ ଦର୍ଶକଙ୍କ ଉତ୍ସାହ ବଢିଯାଇଛି।
ଏହି ଫିଲ୍ମକୁ ଏଟଲୀ ଲେଖିଥିବା ବେଳେ ଏହାର ନିର୍ଦ୍ଦେଶନା ବି ଦେଇଛନ୍ତି। ଏହାର ପ୍ରଡକ୍ସନ ଦାୟିତ୍ୱ ଗୌରୀ ଖାନ ସମ୍ଭାଳିଥିଲେ। ଫିଲ୍ମର ମୋଟ୍ ବଜେଟ୍ ହେଉଛି ୨୦୦ କୋଟି ଟଙ୍କା। ତେବେ ଆସନ୍ତୁ ଜାଣିବା କିଏ କେତେ ନେଇଛନ୍ତି।
ଶାହରୁଖ ଖାନ:
ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଶାହରୁଖ ଖାନ ନଜର ଆସିଛନ୍ତି। ଏହାର ନିର୍ମାତା ହେଉଛନ୍ତି ଶାହରୁଖ ଖାନଙ୍କ ପତ୍ନୀ ଗୌରୀ ଖାନ। ତେବେ ଆପଣମାନେ ଭାବୁଥିବେ ସେ ଏନେଇ କୌଣସି ଫି’ ନେଇ ନଥିବେ। କିନ୍ତୁ କିନ୍ତୁ ଖବର ଅଛି ଯେ ଶାହରୁଖ ଏହି ଫିଲ୍ମ ପାଇଁ ୪୦ କୋଟି ଟଙ୍କା ନେଇଛନ୍ତି।
ନୟନତାରା:
ସାଉଥ୍ ସିନେମାର ଲୋକପ୍ରିୟ ଅଭିନେତ୍ରୀ ନୟନତାରା ପ୍ରଥମ ଥର ପାଇଁ ବଡ ପରଦାରେ ଶାହରୁଖ ଖାନଙ୍କ ସହ ରୋମାନ୍ସ କରୁଥିବା ଦେଖିବାକୁ ମିଳିବ। ଏହା ସହିତ ସେ ଫିଲ୍ମରେ ମଧ୍ୟ ଆକ୍ସନ୍ କରୁଥିବା ଦେଖିବାକୁ ମିଳିବେ। ଏସବୁ ପାଇଁ ନୟନତାରା ୧୦ କୋଟି ଟଙ୍କା ନେଇଛନ୍ତି।
ବିଜୟ ସେତୁପତି:
ସାଉଥ୍ ତାରକା ବିଜୟ ସେତୁପତିଙ୍କୁ ଏହି ଫିଲ୍ମରେ ମୁଖ୍ୟ ଭିଲେନ୍ ଭାବେ ଦେଖିବାକୁ ମିଳିବ। ଫିଲ୍ମର ପ୍ରିଭ୍ୟୁରେ ତାଙ୍କର ଘାତକ ଲୁକ୍ ମଧ୍ୟ ଦେଖାଦେଇଛି। ଏହି ଫିଲରେ କାମ କରିବା ପାଇଁ ବିଜୟ ୨୦ କୋଟି ଟଙ୍କା ନେଇଛନ୍ତି।
ସାନ୍ୟା ମାଲହୋତ୍ରା:
'ଦଙ୍ଗଲ' ଏବଂ 'ବଧାଇ ହୋ' ଭଳି ସୁପରହିଟ୍ ଫିଲ୍ମରେ ନଜର ଆସିଥିବା ସାନ୍ୟା ମାଲହୋତ୍ରା ମଧ୍ୟ ଏହି ଫିଲ୍ମରେ ନଜର ଆସିବେ। ଏଥିରେ ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ, ଯେଉଁଥିପାଇଁ ତାଙ୍କୁ ୨ କୋଟି ଟଙ୍କା ଫି’ ମିଳିଛି।
ପ୍ରିୟାମଣି:
ସାଉଥ୍ ଅଭିନେତ୍ରୀ ପ୍ରିୟାମଣି ମଧ୍ୟ ଏହି ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ, ଯେଉଁଥିପାଇଁ ତାଙ୍କୁ ଫି’ ବାବଦକୁ ୨ କୋଟି ଟଙ୍କା ମିଳିଛି।
ସୁନୀଲ ଗ୍ରୋଭର:
କମେଡି ଅଭିନେତା ସୁନୀଲ ଗ୍ରୋଭର ମଧ୍ୟ ଏହି ଫିଲ୍ମରେ ନଜର ଆସିବେ। ଏଥିରେ ତାଙ୍କର ଭୂମିକା କ’ଣ ହେବ ସେ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ନାହିଁ। ତେବେ ଏକ ଖବର ମୁତାବକ ସେ ତାଙ୍କ କାମ ପାଇଁ ୭୫ ଲକ୍ଷ ଟଙ୍କା ପାଇଛନ୍ତି।
ପ୍ରକାଶଥାଉ ଯେ ଦୀପିକା ପାଦୁକୋନ ଏବଂ ବିଜୟ ଥାଲାପତିଙ୍କ ଝଲକ ମଧ୍ୟ ଜୱାନ ଫିଲ୍ମରେ ଦେଖିବାକୁ ମିଳିବ। କିନ୍ତୁ ସେମାନେ ଏଥିପାଇଁ କେତେ ଟଙ୍କା ନେଇଛନ୍ତି ତାହା ରିପୋର୍ଟରେ କୌଣସି ସୂଚନା ନାହିଁ। ତେବେ ଆପଣ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ଏହି ଫିଲ୍ମକୁ ଉପଭୋଗ କରିପାରିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1689081342.jpg)