Advertisment

‘ଶଶୁରାଲ୍‌ ସିମର୍‌ କା’ର ଅଭିନେତ୍ରୀ ବୈଶାଳୀଙ୍କ ଆତ୍ମହତ୍ୟା

ଜଣାଶୁଣା ଟେଲି ଅଭିନେତ୍ରୀ ବୈଶାଳୀ ଠକ୍କର ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଆଜି ଇନ୍ଦୋର ସ୍ଥିତ ଘରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି।

ଅଦ୍ୟତନ ହୋଇଛି
Sasural Simar Ka Actress Vaishali Takkar Commits Suicide

Sasural Simar Ka Actress Vaishali Takkar Commits Suicide

Advertisment

ଜଣାଶୁଣା ଟେଲି ଅଭିନେତ୍ରୀ ବୈଶାଳୀ ଠକ୍କର ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଆଜି ଇନ୍ଦୋର ସ୍ଥିତ ଘରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଏକ ସୁଇସାଇଡ୍‌ ନୋଟ୍‌ ଜବତ କରିଛି। ମୃତଦେହ ନିକଟରୁ ଏହି ସୁଇସାଇଡ୍‌ ନୋଟ୍‌ ମିଳିଛି। 

Advertisment

ମିଳିଥିବା ସୂଚନା ଅନୁସାରେ, ଘଟଣାକୁ ନେଇ ତେଜାଜି ନଗର ପୋଲିସ୍‌ ଛାନ୍‌ଭିନ୍‌ ଆରମ୍ଭ କରିଛି। କେଉଁ କାରଣ ପାଇଁ ସେ ଆତ୍ମହତ୍ୟା କଲେ, ସେନେଇ ପୋଲିସ୍‌ ତଦନ୍ତ ଚଳାଇଛି। ଗତ ବର୍ଷେ ହେବ ବୈଶାଳୀ, ଇନ୍ଦୋରରେ ରହି ଆସୁଥିଲେ। ଛୋଟ ପରଦାରେ ଅଭିନୟ ପାଇଁ ବେଶ୍‌ ଲୋକପ୍ରିୟ ହୋଇଥିବା ବୈଶାଳୀଙ୍କ ମୃତ୍ୟୁ ଖବର ଫ୍ୟାନ୍ସଙ୍କଠୁ ଆରମ୍ଭ କରି ତାଙ୍କ ସାଙ୍ଗସାଥୀଙ୍କୁ ଏକ ପ୍ରକାର ଝଟ୍‌କା ଲାଗିଛି। ହଠାତ୍‌ ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବେ ବୋଲି କେହି ବିଶ୍ୱାସ କରିପାରୁ ନାହାନ୍ତି। 

Advertisment

ସିରିଏଲ୍‌ ‘ୟେ ରିସ୍ତା କ୍ୟା କେହଲାତା ହୈ’ ମାଧ୍ୟମରେ ବୈଶାଳୀ ଟିଭି ଇଣ୍ଡଷ୍ଟ୍ରିକୁ ଏଣ୍ଟ୍ରି କରିଥିଲେ। 'ଶଶୁରାଲ୍‌ ସିମର୍‌ କା’ ରେ ମଧ୍ୟ ସେ ଅଭିନୟ କରିଥିଲେ। ସିରିଏଲ୍‌ ବ୍ୟତୀତ ସେ ଅନେକ ପପୁଲାର୍‌ ଶୋ’ରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଥିଲା। ୨୦୧୫ ମସିହାରେ ସେ ଟିଭି ଇଣ୍ଡଷ୍ଟ୍ରିର ମୋଷ୍ଟ ପପୁଲାର୍‌ ଶୋ’ ‘ୟେ ରିସ୍ତା କ୍ୟା କେହଲାତା ହୈ’ରେ ଅଭିନୟ କରିଥିଲେ। ଏହି ସିରିଏଲ୍‌ରେ ସେ ସଞ୍ଜନା ଚରିତ୍ରରେ ଅଭିନୟ କରିଥିଲେ। ଏହାପରେ ସେ ‘Yeh Hai Aashiqui’ ଶୋ’ରେ ଅଭିନୟ କରିଥିଲେ। ବୈଶାଳୀ  'ଶଶୁରାଲ୍‌ ସିମର୍‌ କା’ରେ ଅଞ୍ଜଳି ଭରଦ୍ୱାଜ ନାଁରେ ଜଣାଶୁଣା ଥିଲେ। ଏହି ସିରିଏଲ୍‌ ମାଧ୍ୟମରେ ସେ ଆହୁରି ଅଧିକ ଲୋକପ୍ରିୟତା ହାସଲ କରିଥିଲେ। ଏତଦ୍‌ବ୍ୟତୀତ ‘ସୁପର ସିଷ୍ଟର’, ‘ମନମୋହିନୀ ସିଜନ୍ ୨’ରେ ମଧ୍ୟ ଅଭିନୟ କରିଥିଲେ। ଶେଷଥର ପାଇଁ ତାଙ୍କ ‘ରକ୍ଷାବନ୍ଧନ’ ଶୋ’ରେ ଦେଖିବାକୁ ମିଳିଥିଲା। 

Advertisment

ସୂଚନାଥାଉ କି, ମାସେ ଭିତରେ ସେ ତାଙ୍କର ନିର୍ବନ୍ଧ ଭାଙ୍ଗି ଦେଇଥିଲେ। ଗତବର୍ଷ ଏପ୍ରିଲରେ ବୈଶାଳୀଙ୍କ ଏନ୍‌ଗେଜ୍‌ମେଣ୍ଟ ହୋଇଥିଲା। ରୋକା ସେରିମୋନି ଭିଡିଓ ଶେୟାର କରି ଅଭିନେତ୍ରୀ ଫ୍ୟାନ୍ସଙ୍କ ଗୁଡ୍‌ ନ୍ୟୁଜ୍‌ ଦେଇଥିଲେ। ତେବେ ନିର୍ବନ୍ଧର ଠିକ୍‌ ମାସକ ପରେ ଏହାକୁ ସେ ଭାଙ୍ଗି ଦେଇଥିଲେ ଓ କହିଥିଲେ ଯେ, ଏବେ ସେ ତାଙ୍କ ମଙ୍ଗେତରଙ୍କୁ ବିବାହ କରିବେ ନାହିଁ। ବିବାହ ଭାଙ୍ଗି ପରେ ବୈଶାଳୀ ସୋସିଆଲ୍‌ ମିଡିଆରୁ ରୋକା ସେରିମୋନିର ଭିଡିଓ ମଧ୍ୟ ଡିଲିଟ୍‌ କରି ଦେଇଥିଲେ। 


 
 
 
 
 
 
 
 
 
 
 
 
 
 

A post shared by Vaishali Takkar (@misstakkar_15)

Tv Actress Suicide
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ