Advertisment

ଆସନ୍ତୁ ଜାଣିବା ସାରା ଅଲି ଖାନଙ୍କ ସିକ୍ରେଟ୍

ଅଭିନେତ୍ରୀ ସାରା ଅଲି ଖାନ ଖୁବ୍ ଶୀଘ୍ର ଆନନ୍ଦ ଏଲ୍ ରାୟଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଅନ୍ତରଙ୍ଗୀ ରେ'ରେ ଏକ ଦେଶୀ ଲୁକ୍‌ରେ ନଜର ଆସିବେ। ତେବେ ଏହି ଅବସରରେ ଆସନ୍ତୁ ଜାଣିନେବା ତାଙ୍କର କିଛି ସିକ୍ରେଟ୍ ବିଷୟରେ।

ଅଦ୍ୟତନ ହୋଇଛି
Sara Ali Khan reveals many secrets

Sara Ali Khan reveals many secrets

Advertisment

ଚଳିତ ବର୍ଷ ଖୁବ୍ ଭଲ ଥିଲା:

ସାରା ଅଲ୍ଲୀ ଖାନଙ୍କ ପାଇଁ ଚଳିତ ବର୍ଷ ଖୁବ ଭିନ୍ନ ଥିଲା ବୋଲି ସେ କୁହନ୍ତି। ଏହି ବର୍ଷ କିପରି ଚାଲିଗଲା ସେ ଜାଣିପାରିଲେ ନାହିଁ। ସେ କୁହନ୍ତି ଯେ “ଗୋଟିଏ ଜିନିଷ ଭଲ ହେଲା, ଯେତେବେଳେ ମୋର କାମର ଖୁବ ଆବଶ୍ୟକ ପଡୁଥାଏ ସେତେବେଳେ ଆନନ୍ଦ ଜୀ ମୋ ପାଖକୁ ଫିଲ୍ମର କାର୍ଯ୍ୟସୂଚୀ ନେଇ ଆସିଯାଆନ୍ତି। 'ଲଭ୍ ଆଜ୍ କଲ୍-୨' ରିଲିଜ୍ ହେବା ପରେ ପରେ ଏହି ଫିଲ୍ମଟି ଆରମ୍ଭ ହୋଇଥିଲା। ଏହି ବର୍ଷରେ ବହୁତ କିଛି ଶିଖିଲି। ମୁଁ ଧ୍ୟାନକରିବା ଆରମ୍ଭ କଲି। ବର୍ତ୍ତମାନ ଓମିକ୍ରନ୍‌କୁ ନେଇ ମୁଁ ଟିକେ ଚାପଗ୍ରସ୍ତ ଥିଲେ ବି ବର୍ତ୍ତମାନ ମୁହୂର୍ତ୍ତରେ କିପରି ରହିବାକୁ ହେବ ତାହା ମୁଁ ଶିଖିନେଇଛି।

Advertisment

ଧାର୍ମିକ ସ୍ଥାନକୁ ଭଲ ପାଆନ୍ତି:

ସାରା ଆହୁରି କୁହନ୍ତି ଯେ ତାଙ୍କୁ ଧାର୍ମିକ ସ୍ଥାନକୁ ଯିବାକୁ ବହୁତ ଭଲ ଲାଗେ। ସେ କେଦାରନାଥ ହେଉ କି ସ୍ୱର୍ଣ୍ଣ ମନ୍ଦିର ବା ଅଜମେର୍ ଶରୀଫ ତାଙ୍କୁ ସବୁ ଧାର୍ମିକ ସ୍ଥଳରେ ଏକାଭଳି ଅନୁଭବ ହୁଏ ବୋଲି ସେ କୁହନ୍ତି। ସାରା ପ୍ରକୃତିକୁ ମଧ୍ୟ ବହୁତ ଭଲ ପାଆନ୍ତି। କେଦାରନାଥ ତାଙ୍କ ପାଇଁ ଖୁବ ସ୍ୱତନ୍ତ୍ର ବୋଲି ସେ କୁହନ୍ତି। କାରଣ ସେଠାରେ ହିଁ ତାଙ୍କର ପ୍ରଥମ ଫିଲ୍ମ ସୁଟିଂ ହୋଇଥିଲା। ଏନେଇ ଏହି ସ୍ଥାନ ସହ ତାଙ୍କର ଅନେକ ଆବେଗ ଜଡିତ ରହିଯାଇଛି। ତାଙ୍କ କହିବା କଥା ଯେ ଭାରତର ଭିନ୍ନ ଭିନ୍ନ ଜାଗାକୁ ଭ୍ରମଣ କରିବା ନେଇ ସେ ଖୁବ୍ ପସନ୍ଦ କରନ୍ତି।

ପ୍ରତି ବର୍ଷ କରନ୍ତି କି ଭ୍ରମଣ ଯୋଜନା:

ଏହି ପ୍ରଶ୍ନର ଉତ୍ତରରେ ସାରା ନା କହିବା ସହିତ ସବୁକିଛି ହଠାତ୍ ହୋଇଯାଏ ବୋଲି ସେ କୁହନ୍ତି। ସେ ଯେ କେବଳ ତୀର୍ଥଯାତ୍ରାରେ ଯାଆନ୍ତି ତାହା ନୁହେଁ ସେ ମଧ୍ୟ ଅନ୍ୟାନ୍ୟ ସ୍ଥାନ ପରିଦର୍ଶନ କରିବାକୁ ପସନ୍ଦ କରନ୍ତି। ସେ ଲଦାଖ ଓ ଉଦୟପୁର ଭ୍ରମଣ କରିଥିବା ବେଳେ ଲଦାଖର ମଠଗୁଡିକରେରେ ବହୁତ ଶକ୍ତି ଅଛି ବୋଲି ସେ କୁହନ୍ତି।

Advertisment

ଆନନ୍ଦ ଏଲ୍. ରାୟଙ୍କୁ ପ୍ରଶଂସା କଲେ ସାରା:

Sara Ali Khan reveals many secretsଆସନ୍ତୁ ଜାଣିବା ସାରା ଅଲି ଖାନଙ୍କ ସିକ୍ରେଟ୍

ଆନନ୍ଦ ଜୀ ସହିତ କାମ କରିବା ତାଙ୍କୁ ବହୁତ ଭଲ ଲାଗିଥିବା ସେ କୁହନ୍ତି। ସାରା ଆନନ୍ଦ ଏଲ୍. ରାୟକୁ ପ୍ରଶଂସା କରି କହିଛନ୍ତି ଯେ ସେ ତାଙ୍କ ଚଳଚ୍ଚିତ୍ରର ଅଭିନେତ୍ରୀମାନଙ୍କୁ ବହୁତ ସରଳ ଓ ଭଦ୍ର ଭାବେ ଉପସ୍ଥାପନ କରନ୍ତି। ବର୍ଷ ଶେଷରେ ସେ ତାଙ୍କ ସହିତ ଏକ ଫିଲ୍ମ କରିଥିବାବୁ ସାରା ବହୁତ ଉତ୍ସାହିତ ବୋଲି କହିଛନ୍ତି। ତେବେ ସାରା 'ଲଭ୍ ଆଜ୍ କଲ୍ ୨'ର ବିଫଳତା ପରେ ବହୁତ ଭାଙ୍ଗିପଡିଥିଲେ। କିନ୍ତୁ ଆନନ୍ଦ ହିଁ ତାଙ୍କୁ ସାହସ ଦେଇଥିଲେ ଆଉ ନିଜକୁ ଆଉଥରେ ଭଲ ପାଇବା ଶିଖେଇଥିଲେ ବୋଲି ସାରା କହିଛନ୍ତି।

'ଲଭ୍ ଆଜ୍ କଲ୍ ୨' ରିଲିଜ୍ ହେବାର ଦଶ ଦିନ ପରେ ବନାରସରେ 'ଅନ୍ତରଙ୍ଗୀ ରେ'ର ସୁଟିଂ ହେଉଥିଲା। ସୁଟିଂ ସମୟରେ ସାରାଙ୍କୁ ଆନନ୍ଦ ଜୀ କହିଥିଲେ ଯେ ସେ ନିଜର ଆତ୍ମବିଶ୍ୱାସ ହରାଇବା ଉଚିତ ନୁହେଁ। ଏହି ପିଲ୍ମରେ ଜଣେ ଆତ୍ମବିଶ୍ୱାସୀ ଝିଅକୁ ହିଁ ଦସ୍ତଖତ କରାଯାଇଥିବା ସେ ତାଙ୍କୁ କହି ତାଙ୍କ ଆତ୍ମବଳକୁ ବୃଦ୍ଧି କରିଥିଲେ।

Advertisment
Sara Ali Khan Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ