Advertisment

ସପନା ଚୌଧରୀ ଜାରୀକଲେ ନୂଆ ପ୍ରୋଜେକ୍ଟର ପୋଷ୍ଟର୍

ହରିୟାଣା ଡ୍ୟାନ୍ସର ତଥା ସିଙ୍ଗର ସପନା ଚୌଧରୀ ନିକତରେ ନିଜ ଅପକମିଙ୍ଗ ପ୍ରୋଜେକ୍ଟ ବିଷୟରେ ପ୍ରଶଂସକମାନଙ୍କୁ କହିଛନ୍ତି। ସପନା ନିଜର ନୂଆ ମ୍ୟୁଜିକ୍ ଭିଡିଓର ମୋଶନ ପୋଷ୍ଟର୍ ସୋସିଆଲ୍ ମିଡିଆ ଆକାଉଣ୍ଟରେ ସେୟାର୍ କରିଛନ୍ତି। ଏହି ପୋଷ୍ଟରକୁ ଦେଖି ଲାଗୁଛି ଯେ ଗୀତ ନିଶ୍ଚିତ ଭାବରେ ବହୁତ ଭାବବିହ୍ୱଳ ହୋଇଥିବ। ଫଟୋରେ ହରିୟାଣୀ କ୍ୱିନ୍‌ଙ୍କ ସାଧାରଣ ବେଶବୁଶା ଦେଖିବାକୁ ମିଳେ।

ସପନା ଚୌଧରୀ ଜାରୀକଲେ ନୂଆ ପ୍ରୋଜେକ୍ଟର ପୋଷ୍ଟର୍

Sapna Choudhary

Advertisment

ମୁମ୍ବାଇ : ହରିୟାଣା ଡ୍ୟାନ୍ସର ତଥା ସିଙ୍ଗର ସପନା ଚୌଧରୀ ନିକତରେ ନିଜ ଅପକମିଙ୍ଗ ପ୍ରୋଜେକ୍ଟ ବିଷୟରେ ପ୍ରଶଂସକମାନଙ୍କୁ କହିଛନ୍ତି। ସପନା ନିଜର ନୂଆ ମ୍ୟୁଜିକ୍ ଭିଡିଓର ମୋଶନ ପୋଷ୍ଟର୍ ସୋସିଆଲ୍ ମିଡିଆ ଆକାଉଣ୍ଟରେ ସେୟାର୍ କରିଛନ୍ତି। ଏହି ପୋଷ୍ଟରକୁ ଦେଖି ଲାଗୁଛି ଯେ ଗୀତ ନିଶ୍ଚିତ ଭାବରେ ବହୁତ ଭାବବିହ୍ୱଳ ହୋଇଥିବ। ଫଟୋରେ ହରିୟାଣୀ କ୍ୱିନ୍‌ଙ୍କ ସାଧାରଣ ବେଶବୁଶା ଦେଖିବାକୁ ମିଳେ।

Advertisment

ସପନା ଚୌଧରୀ ଇନ୍‌ଷ୍ଟାଗ୍ରାମ୍‌ ମାଧ୍ୟମରେ ପ୍ରାୟ ସମୟରେ ତାଙ୍କ ପ୍ରଶଂସକଙ୍କ ସହ ଜଡିତ ରୁହନ୍ତି ଏବଂ ସମୟ ସମୟରେ ନିଜ ବିଷୟରେ ଅପ୍‌ଡେଟ୍ ଦିଅନ୍ତି। ସପନାଙ୍କ ପ୍ରଶଂସକମାନେ ତାଙ୍କ ଆଗାମୀ ପ୍ରୋଜେକ୍ଟ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ସପନାଙ୍କ ସୋସିଆଲ ମିଡିଆରେ ବର୍ତ୍ତମାନର ଏକ ପୋଷ୍ଟ୍‌ ପ୍ରଶଂସକଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିଦେଇଛି। ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କ ଗୀତର ମୋସନ ପୋଷ୍ଟର ସେୟାର କରି ସପନା କ୍ୟାପ୍‌ସନ୍‌ରେ ଲେଖିଛନ୍ତି, “# ଗୁର୍ଶଲ ଏହା କେବଳ ଏକ ଗୀତ ନୁହେଁ ବରଂ ଏକ କାହାଣୀ, ଅନେକ ପିଲାଙ୍କ ପାଇଁ ଏହା ଏକ ଭରସା। ପ୍ରତ୍ୟେକ ଥର ଭଳି ଆପଣମାନଙ୍କୁ ଆମର ଏହି କାମ ମଧ୍ୟ ପସନ୍ଦ ଆସିବ।, ଖୁବ ଶୀଘ୍ର ଆମେ ଭେଟିବା, ନୂଆ କାମ, ନୂଆ ଆଶା, ନୂଆ କାହାଣୀ ସହିତ। ଭଲ ପାଇବା ଓ ଆଶୀର୍ବାଦ ଦେବେ।”

Advertisment

ସେୟାର ହୋଇଥିବା ଏହି ପୋଷ୍ଟର୍‌ରେ ଏକ ଛୋଟ ପିଲା ନଜର ଆସେ, ଯିଏ ପୋଷ୍ଟର୍‌ରେ ଉପସ୍ଥିତ ଥିବା ସପନା ଚଉଧୁରୀଙ୍କ ହାତ ଧରିଛି। ସପନା ଅନ୍ୟ ହାତରେ ସ୍କୁଲ ବ୍ୟାଗ ଧରିଛନ୍ତି। ଏଥିରେ ସପନାଙ୍କ ହରିୟାଣୀ ଷ୍ଟାଇଲ୍ ନଜର ଆସୁଛି। ସେ ବହୁତ ସରଳ ଦେଖାଯାଉଛନ୍ତି। ଏହି ଭିଡିଓର ନାମ 'ଗୁର୍ଶଲ' ହେବାକୁ ଯାଉଛି। ଏହା ଅଗଷ୍ଟ ୨୦ ରେ ମୁକ୍ତିଲାଭ କରିବ। କିଛି ସମୟ ପୂର୍ବରୁ ସେୟାର ହୋଇଥିବା ଏହି ପୋଷ୍ଟର୍‌ରେ ୧ ଲକ୍ଷରୁ ଅଧିକ ଲାଇକ୍ ମିଳି ସାରିଛି। ଏହି ପୋଷ୍ଟର ଉପରେ ପ୍ରଶଂସକମାନଙ୍କର ମନ୍ତବ୍ୟର ସୁଅ ଛୁଟିଛି।

Advertisment

ସପନା ଚୌଧରୀଙ୍କ ଫ୍ୟାନ୍-ଫଲୋର୍ସ ଏପରି ଯେ ତାଙ୍କ ଗୀତ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଭଲ ଚାଲେ। ତାଙ୍କର ଲକ୍ଷ ଲକ୍ଷ ଫଲୋର୍ସ ଅଛନ୍ତି ଆଉ ଯେତେବେଳେ ବି ତାଙ୍କର କିଛି ନୂଆ ଗୀତ ଆସେ, ପ୍ରଶଂସକମାନେ ତାଙ୍କ ଗୀତରେ ସେମାନଙ୍କ ଭଲ ପାଇବା ଅଜାଡି ଦିଅନ୍ତି। ବର୍ତ୍ତମାନ ସପନା ଷ୍ଟେଜ୍‌ ସୋ ଠାରୁ ଦୂରରେ ଅଛନ୍ତି। କିନ୍ତୁ ସେ ଲଗାତାର ନୂଆ ନୂଆ ମ୍ୟୁଜିକ୍ ଆଲବମ୍ ରିଲିଜ୍ କରୁଛନ୍ତି, ଯେଉଁଥିପାଇଁ ସେ ତାଙ୍କ ପ୍ରଶଂସକଙ୍କୁ ପାଗଳ କରୁଛନ୍ତି।

Entertainment Sapna Choudhary
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ