Advertisment

‘ହୀରା ମଣ୍ଡି’ରେ ରେଖାଙ୍କ ବଦଳରେ ଐଶ୍ୱର୍ଯ୍ୟାଙ୍କ ଏଣ୍ଟ୍ରି

ସଞ୍ଜୟ ଲୀଲା ଭଂସାଲୀ ଐଶ୍ୱର୍ଯ୍ୟାଙ୍କ ସହ କାମ କରିବାକୁ ଚିନ୍ତା କରୁଛନ୍ତି। ଯଦି ସବୁ ଠିକ୍ ହୁଏ, ତେବେ ଐଶ୍ୱର୍ଯ୍ୟା ୱେବ୍ ସିରିଜ୍‌ରେ ଦେଖିବାକୁ ମିଳିବେ। ବଲିଉଡ ହଙ୍ଗାମା ରିପୋର୍ଟ ଅନୁଯାୟୀ- “ୱେବ୍ ସିରିଜର ଯେଉଁଥି ପାଇଁ ପୂର୍ବରୁ ରେଖାଙ୍କ ନାମ ବିଚାର କରାଯାଉଥିଲା ବର୍ତ୍ତମାନ ସେ ସ୍ଥାନ ପାଇଁ ଐଶ୍ୱର୍ଯ୍ୟାଙ୍କ ନାମ ବିଚାରକୁ ନିଆଯାଉଛି । ପ୍ରକୃତ କଥା ହେଉଛି ସଞ୍ଜୟ ଲୀଲା ଭଂସାଲୀଙ୍କ କହିବା କଥା ଯେ ଗତ କିଛି ବର୍ଷ ମଧ୍ୟରେ ରେଖାଙ୍କୁ ନିର୍ଦ୍ଦେଶନା ଦେବା କଷ୍ଟସାଧ୍ୟ ହୋଇପଡିଛି।

‘ହୀରା ମଣ୍ଡି’ରେ ରେଖାଙ୍କ ବଦଳରେ ଐଶ୍ୱର୍ଯ୍ୟାଙ୍କ ଏଣ୍ଟ୍ରି

Sanjay Leela Bhansali

Advertisment

ମୁମ୍ବାଇ : ବଲିଉଡ୍‌ର ନିର୍ମାତାଙ୍କ ନାମ ଉଠିଲେ ସଞ୍ଜୟ ଲୀଲା ଭଂସାଲୀ ନିଶ୍ଚିତ ମନେପଡନ୍ତି। ଭଂସାଲୀ ନିଜ ଫିଲ୍ମର ନିଆରା ପଣ ଯୋଗୁଁ ଦର୍ଶକଙ୍କ ହୃଦୟ କିଣିବାରେ ସଫଳ ହୁଅନ୍ତି। ବଡ ପରଦା ପରେ ବର୍ତ୍ତମାନ ଓଟିଟି ପ୍ଲାଟ୍‌ଫର୍ମରେ ବି ସଂଜୟ ଲୀଲା ଭଂସାଲୀ ହଇଚଇ ଖେଳାଇବାକୁ ଯାଉଛନ୍ତି।

Advertisment

ନିକଟରେ ସେ ତାଙ୍କର ୱେବ୍ ସିରିଜ୍ 'ହୀରା ମଣ୍ଡି' ବିଷୟରେ କରିଛନ୍ତି, ଯାହା ଓଟିଟି ପ୍ଲାଟ୍‌ଫର୍ମ ନେଟ୍‌ଫ୍ଲିକ୍ସରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ୱେବ୍ ସିରିଜରେ କାମ କରୁଥିବା ପାଇଁ ଏପର୍ଯ୍ୟନ୍ତ ଅନେକ ଶ୍ରେଷ୍ଠ ଅଭିନେତ୍ରୀଙ୍କ ନାମ ପ୍ରକାଶ ପାଇ ସାରିଛି । ବର୍ତ୍ତମାନ ସାମ୍ନାକୁ ଆଉ ଏକ ନୂଆ ନାମ ଆସୁଛି। ଏହି ନାମ ହେଉଛିଓ ଐଶ୍ୱର୍ଯ୍ୟା ରାୟ ବଚ୍ଚନ। ତେବେ ‘ହୀରା ମଣ୍ଡି’ କୁ ଐଶ୍ୱର୍ଯ୍ୟାଙ୍କ ନାମ ବହୁ ଚର୍ଚ୍ଚାରେ ଅଛି।

Advertisment

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସଞ୍ଜୟ ଲୀଲା ଭଂସାଲୀ ଐଶ୍ୱର୍ଯ୍ୟାଙ୍କ ସହ କାମ କରିବାକୁ ଚିନ୍ତା କରୁଛନ୍ତି। ଯଦି ସବୁ ଠିକ୍ ହୁଏ, ତେବେ ଐଶ୍ୱର୍ଯ୍ୟା ୱେବ୍ ସିରିଜ୍‌ରେ ଦେଖିବାକୁ ମିଳିବେ। ବଲିଉଡ ହଙ୍ଗାମା ରିପୋର୍ଟ ଅନୁଯାୟୀ- “ୱେବ୍ ସିରିଜର ଯେଉଁଥି ପାଇଁ ପୂର୍ବରୁ ରେଖାଙ୍କ ନାମ ବିଚାର କରାଯାଉଥିଲା ବର୍ତ୍ତମାନ ସେ ସ୍ଥାନ ପାଇଁ ଐଶ୍ୱର୍ଯ୍ୟାଙ୍କ ନାମ ବିଚାରକୁ ନିଆଯାଉଛି । ପ୍ରକୃତ କଥା ହେଉଛି ସଞ୍ଜୟ ଲୀଲା ଭଂସାଲୀଙ୍କ କହିବା କଥା ଯେ ଗତ କିଛି ବର୍ଷ ମଧ୍ୟରେ ରେଖାଙ୍କୁ ନିର୍ଦ୍ଦେଶନା ଦେବା କଷ୍ଟସାଧ୍ୟ ହୋଇପଡିଛି। ଏକ ଚଳଚ୍ଚିତ୍ରରେ ରେଖାଙ୍କ ବ୍ୟବହାର ଯୋଗୁଁ ତବୁଙ୍କୁ ତାଙ୍କ ସ୍ଥାନରେ କାଷ୍ଟ୍‌ କରାଯାଇଥିଲା। ଏହି ଚଳଚ୍ଚିତ୍ରଟି ଥିଲା ‘ଫିତୁର୍‌’।

କଥା ଏଇଆ ଯେ, 'ଫିତୁର୍‌'ରେ ନିର୍ଦ୍ଦେଶକ ଅଭିଷେକ କପୁରଙ୍କ ସହ ରେଖାଙ୍କ ଆଡୁସାଡୁ ବ୍ୟବହାର ବିଷୟରେ ଜାଣିବା ପରେ ଭଂସାଲୀ ୱ୍ୱେବ୍ ସିରିଜ୍ ପାଇଁ ରେଖାଙ୍କ ସାଇନକୁ ନେଇ ନିଜର ମତ ପରିବର୍ତ୍ତନ କରିଥିଲେ। ଖବର ଅନୁଯାୟୀ, 'ଫିତୁର୍‌' ବେଳେ ରେଖାଙ୍କ ବ୍ୟବହାରରେ ଭଂସାଲୀ ଅତ୍ୟନ୍ତ ବିରକ୍ତ ହୋଇଥିଲେ। ରେଖା ରାତାରାତି ଫିଲ୍ମ କରିବାକୁ ମନା କରିବା ପରେ ତବୁଙ୍କୁ ଏହି ଫିଲ୍ମରେ କାଷ୍ଟ୍‌ କରାଯାଇଥିଲା। ଏଭଳି ପରିସ୍ଥିତିରେ, ସେଟ୍‌ରେ କୌଣସି ପ୍ରକାରର ସମସ୍ୟାକୁ ଏଡେଇନା ନେଇ ସେ ରେଖାଙ୍କୁ କାଷ୍ଟିଂ କରିବାର ଧାରଣା ବଦଳାଇଲେ ଏବଂ ବର୍ତ୍ତମାନ ତାଙ୍କ ସ୍ଥାନରେ ଐଶ୍ୱର୍ଯ୍ୟାଙ୍କ ନାମ ବିଚାର କରାଯାଉଛି।

Advertisment

ସଞ୍ଜୟ ଲୀଲା ଭଂସାଲୀଙ୍କ ବହୁ ପ୍ରତୀକ୍ଷିତ ୱେବ୍ ସିରିଜରେ ହୁମା କୁରେଶି ଏବଂ ସୋନାକ୍ଷୀ ସିହ୍ନାଙ୍କ ପରି ଅଭିନେତ୍ରୀମାନେ ଯୌନ କର୍ମୀ ଭୂମିକାରେ ନଜର ଆସିବେ। ଅନ୍ୟପକ୍ଷରେ, ଐଶ୍ୱର୍ଯ୍ୟା ଏହି ୱେବ୍ ସିରିଜ୍ କରିବା ପାଇଁ ଚିନ୍ତା କରୁଥିବା ଜଣାଯାଏ। ଯଦି ଉଭୟ ପକ୍ଷ ଏଥିରେ ସହମତ ହୁଅନ୍ତି, ତେବେ ଐଶ୍ୱର୍ଯ୍ୟା ଚାରି ବର୍ଷ ପରେ ଭଂସାଲୀଙ୍କ ସହ କାମ କରିବେ। ଏହାପୂର୍ବରୁ ଐଶ୍ୱର୍ଯ୍ୟା ସଞ୍ଜୟ ଲୀଲା ଭଂସାଲୀଙ୍କ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।

Heera Mandi Sanjay Leela Bhansali Aishwarya Rai Bachchan Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ