• Astrospeak
  • Live TV
  • Read In English

Sanjay Kapur's Net Worth: ୧୦ହଜାର ୩୦୦କେ।ଟିର ମାଲିକ, ଆୟରେ ବଲିଉଡ ସେଲିବ୍ରିଟିଙ୍କ ଠାରୁ ବି ଆଗରେ

ଆୟରେ ଶାହରୁଖ ଖାନଙ୍କୁ ବି ପଛରେ ପକାଇଛନ୍ତି ସଞ୍ଜୟ କପୁର । ପିତାଙ୍କ ମୃତ୍ୟୁ ପରେ ପରିବାରର ବ୍ୟବସାୟ ସମ୍ଭାଳିଥିଲେ । ୨୦୦୩ରେ ଅଭିନେତ୍ରୀ କରିସ୍ମା କପୁରଙ୍କୁ ବିବାହ କରି ଚର୍ଚ୍ଚାକୁ ଆସିଥିଲେ ।

Sanjay Kapur's Net Worth
Sanjay Kapur's Net Worth

ବ୍ୟବସାୟୀ ସଞ୍ଜୟ କପୁରଙ୍କ ହଠାତ ମୃତ୍ୟୁ ଖବର ସମସ୍ତଙ୍କୁ ଚକିତ କରିଛି। ସୋସିଆଲ ମିଡିଆରେ ଏହି ଖବର ପ୍ରକାଶ ପାଇବା ପରେ ଲୋକମାନେ ଶୋକ ପ୍ରକାଶ କରିଛନ୍ତି। ସଞ୍ଜୟଙ୍କ ମେ।ଟ ସଂପତ୍ତି କେତେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।

ବଲିଉଡର କିଙ୍ଗଖାନ ଶାହରୁଖ ଖାନଙ୍କ ଠାରୁ ବି ଅଧିକ ଧନୀ ସଞ୍ଜୟ କପୁର । ତାଙ୍କର ମେ।ଟ ସଂପତ୍ତି ୧.୨ ବିଲିୟନ ଡଲାର ବା ୧୦ହଜାର ୩୦୦ କେ।ଟି । ଇଂଲଣ୍ଡରେ ପେ।ଲେ। ମ୍ୟାଚ ଖେଳିବା ସମୟରେ ତାଙ୍କୁ ହାର୍ଟ ଆଟାକ୍ ହେ।ଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ହେ।ଇଥିଲା ।

ଅଧିକ ପଢ଼ନ୍ତୁ: ମାର୍କେଟ୍‌କୁ ଆସିଲା ମୋନାଲିସାଙ୍କ ପ୍ରଥମ ଗୀତ; ଜମୁଛି ଉତ୍କର୍ଷ ସିଂହଙ୍କ ସହ କେମେଷ୍ଟ୍ରୀ

ଏକ ରିପେ।ର୍ଟ ଅନୁସାରେ ସଞ୍ଜୟଙ୍କ ମେ।ଟ ସଂପତ୍ତି ଶାହରୁଖ ଖାନ ଓ କପୁର ପରିବାର ଠାରୁ ବି ଅଧିକ । ଶାହରୁଖ ଖାନଙ୍କ ମେ।ଟ ସଂପତ୍ତି ୮୮୦ ମିଲିୟନ ଡଲାର ବା ୭ହଜାର ୭୦୦ କେ।ଟି ଟଙ୍କା । କରିସ୍ମା କପୁରଙ୍କ ମେ।ଟ ସଂପତ୍ତି ୧୨୦ କେ।ଟି ବେ।ଲି କୁହାଯାଉଛି ।

ପିତା ସୁରିନ୍ଦର କପୁରଙ୍କ ମୃତ୍ୟୁ ପରେ ୨୦୧୫ରେ ସେ।ନା କମଷ୍ଟାର ବ୍ୟବସାୟରେ ପ୍ରବେଶ କରିଥିଲେ ସଞ୍ଜୟ । ସୁରିନ୍ଦର କପୁର ୧୯୯୫ରେ ସେ।ନା କମଷ୍ଟାରର ଲଞ୍ଚ କରିଥିଲେ । ଯାହା ଅଟେ।ପାର୍ଟସ୍ କ୍ଷେତ୍ରରେ ପ୍ରମୁଖ ଭୂମିକା ନେଇଛି ।

 ରିପେ।ର୍ଟ ଅନୁସ।ରେ ଗୁରୁଗ୍ରାମରେ ସେ।ନା କମଷ୍ଟାରର ମୁଖ୍ୟାଳୟ ରହିଛି । ଭାରତ, ଚୀନ, ମେକ୍ସିକେ।, ସର୍ବିୟା ଓ ଆମେରିକାରେ ୫ହଜାରରୁ ଅଧିକ କର୍ମଚାରୀ ସହ ୧୨ଟି କାରଖାନା ଚଳାଉଛି ସେ।ନା କମଷ୍ଟାର । ଇ-ଯାନବାହନର ବଢୁଥିବା ଡିମାଣ୍ଡ କଂପାନୀର ବ୍ୟବସାୟକୁ ବଢାଇଛି ।

ସଞ୍ଜୟ କପୁରଙ୍କ ମୃତ୍ୟୁର ପୃଷ୍ଟି ସେ।ନା କମଷ୍ଟାର ଓ ଅଟେ।ମେ।ଟିଭ କମ୍ପେ।ନେଟ ମ୍ୟାନୁଫ୍ୟାକଚର୍ସ ଆସେ।ସିଏସନ ଅଫ୍ ଇଣ୍ଡିଆ କରିଛି। କଂପାନୀ ପକ୍ଷରୁ ଜାରୀ ବୟାନରେ କୁହାଯାଇଛି ସଞ୍ଜୟ କପୁର ଜଣେ ସମ୍ମାନୀତ ଓ ଦୂରଦର୍ଶୀ ବ୍ୟକ୍ତି ଥିଲେ । ତାଙ୍କ ନେତୃତ୍ବରେ ACMAର ବିଶ୍ବସ୍ତରରେ ପ୍ରଗତି ହେ।ଇଛି ।

୨୦୦୩ ମସିହାରେ କରିସ୍ମା କପୁର ଦିଲ୍ଲୀର ବ୍ୟବସାୟୀ ସଞ୍ଜୟ କପୁରଙ୍କୁ ବିବାହ କରିଥିଲେ। ସେମାନେ ବହୁତ ଧୁମଧାମରେ ​​ବିବାହ କରିଥିଲେ। ଅଭିଷେକ ବଚ୍ଚନଙ୍କ ସହ କରିସ୍ମାଙ୍କ ନିର୍ବନ୍ଧ ଭାଙ୍ଗିବା ପରେ ହିଁ ସେମାନେ ପରସ୍ପରଙ୍କ ସମ୍ପର୍କରେ ଆସିଥିଲେ।

କିନ୍ତୁ ବିବାହର କିଛି ବର୍ଷ ପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହେବା ଆରମ୍ଭ ହୋଇଗଲା। ଏହି ବିବାହରୁ କରିସ୍ମା କପୁରଙ୍କର ଦୁଇଟି ସନ୍ତାନ, ଝିଅ ସମାଇରା ଏବଂ ପୁଅ କିୟାନ୍ ଅଛନ୍ତି। ପ୍ରାୟ ୧୦ ବର୍ଷ ବିବାହ ପରେ, ୨୦୧୬ରେ କରିସ୍ମା ସଞ୍ଜୟଙ୍କୁ ଛାଡପତ୍ର ଦେଇଥିଲେ। କରିସ୍ମା କପୁରଙ୍କୁ ଛାଡପତ୍ର ଦେବା ପରେ, ସଞ୍ଜୟ ପ୍ରିୟା ସଚଦେବଙ୍କୁ ବିବାହ କରିଥିଲେ।

ଅଧିକ ପଢ଼ନ୍ତୁ: ଫିଲ୍ମ ‘ଶକ୍ତିମାନ୍‌’କୁ ନେଇ ନୂଆ ଅପଡେଟ୍; ରଣବୀର ନୁହେଁ ଏହି ସାଉଥ୍ ସୁପର୍‌ଷ୍ଟାର୍ ହେବେ ସୁପର୍‌ଷ୍ଟାର୍!