Samrat Prithviraj failed in front of Vikram and Major
ଏହି ଶୁକ୍ରବାର ପ୍ରେକ୍ଷାଳୟରେ ଏକକାଳୀନ ତିନୋଟି ଚଳଚ୍ଚିତ୍ର ମୁକ୍ତିଲାଭ କରିଛି। ଏଭଳି ପରିସ୍ଥିତିରେ ପ୍ରଶଂସକମାନେ କାହାକୁ ଦେଖିବେ ଆଉ କାହାକୁ ନ ଦେଖିବେ ତାକୁ ନେଇ ଦ୍ୱନ୍ଦ୍ୱରେ ଥିଲେ। ଅକ୍ଷୟ କୁମାରଙ୍କ ‘ସମ୍ରାଟ ପୃଥ୍ୱୀରାଜ’ ଏବଂ କମଲ ହାସନଙ୍କ ‘ବିକ୍ରମ’ ମଧ୍ୟରେ ଏକ ଜବରଦସ୍ତ ପ୍ରତିଯୋଗିତା ଚାଲିଛି। ସେହିପରି ଆଦିୱି ଶେଷ୍ଙ୍କର ‘ମେଜର’ ମଧ୍ୟ ଭଲ ରୋଜଗାର କରୁଛି।
ଯେତେବେଳେ ବକ୍ସ ଅଫିସରେ କଡ଼ା ପ୍ରତିଯୋଗିତା ହେଉଛି ତେଣୁ ତିନୋଟି ଫିଲ୍ମର ସଂଗ୍ରହ ମଧ୍ୟ ପ୍ରଭାବିତ ହେଉଛି। ‘ବିକ୍ରମ’ ସାମ୍ନାରେ ଅକ୍ଷୟ କୁମାରଙ୍କ ‘ସମ୍ରାଟ ପୃଥ୍ୱୀରାଜ’ ଧରାଶାୟୀ ହୋଇଥିବା ଦେଖାଯାଉଛି। ତେବେ ଆସନ୍ତୁ ଜାଣିବା ଏହି ରବିବାର କେଉଁ ଚଳଚ୍ଚିତ୍ର କେତେ ରୋଜଗାର କରିଛି।
ବିକ୍ରମ:
କମଲ ହାସନଙ୍କ ଫିଲ୍ମ ‘ବିକ୍ରମ’ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ବହୁତ ଭଲ ଚାଲିଛି। ଦର୍ଶକଙ୍କ ହୃଦୟ ଜିତିବା ସହିତ ଫିଲ୍ମଟି ମଧ୍ୟ ଭଲ ରୋଜଗାର କରୁଛି। ଦୁଇ ଦିନ ମଧ୍ୟରେ ବିକ୍ରମ ଦେଶରେ ୬୦.୭୫ କୋଟି ଟଙ୍କା ରୋଜଗାର କରିଛି। ପ୍ରାରମ୍ଭିକ ଆକଳନ ଅନୁଯାୟୀ ତୃତୀୟ ଦିନର ସଂଗ୍ରହ ବିଷୟରେ କହିବାକୁ ଗଲେ ଏହି ଚଳଚ୍ଚିତ୍ର ସାରା ଦେଶରେ ସମସ୍ତ ଭାଷାରେ ୩୧ କୋଟି ରୋଜଗାର କରିଛି। ଏହି ଚଳଚ୍ଚିତ୍ରଟି ବର୍ତ୍ତମାନ ପର୍ଯ୍ୟନ୍ତ ସାରା ଦେଶରେ ୯୧.୭୫ କୋଟି ଟଙ୍କା ରୋଜଗାର କରିଛି।
ମେଜର୍:
ଆଦିୱି ଶେଷଙ୍କ ଫିଲ୍ମ ‘ମେଜର’ ରୋଜଗାର ଦୃଷ୍ଟିରୁ ଦୁଇ ନମ୍ବରରେ ରହିଛି। ଏହି ଚଳଚ୍ଚିତ୍ରଟି ପ୍ରଥମ ଦୁଇ ଦିନରେ ଘରୋଇ ବକ୍ସ ଅଫିସରେ ୧୪.୩୦ କୋଟି ଟଙ୍କା ରୋଜଗାର କରିଛି। ପ୍ରାରମ୍ଭିକ ଆକଳନ ଅନୁଯାୟୀ ତୃତୀୟ ଦିନରେ ଏହି ଚଳଚ୍ଚିତ୍ର ସାରା ଦେଶରେ ପ୍ରାୟ ୭ କୋଟି ଟଙ୍କା ରୋଜଗାର କରିଛି। ଏଭଳି ପରିସ୍ଥିତିରେ ସାରା ଦେଶରେ ଏହି ଚଳଚ୍ଚିତ୍ରର ସଂଗ୍ରହ ୨୧.୩୦ କୋଟି ଟଙ୍କା ହୋଇଛି।
ସମ୍ରାଟ ପୃଥ୍ୱୀରାଜ:
ସୁପର୍ଷ୍ଟାର୍ ଅକ୍ଷୟ କୁମାରଙ୍କ ଫିଲ୍ମ ‘ସମ୍ରାଟ ପୃଥ୍ୱୀରାଜ’ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଖରାପ ପ୍ରଦର୍ଶନ କରିଛି। ଏହି ଚଳଚ୍ଚିତ୍ରଟି ଦର୍ଶକଙ୍କୁ ସେମିତି ପସନ୍ଦ ଆସୁ ନାହିଁ। ପ୍ରଥମ ଦୁଇ ଦିନରେ ଏହି ଫିଲ୍ମ ସାରା ଦେଶରେ ୨୩.୩୦ କୋଟି ଟଙ୍କା ରୋଜଗାର କରିଥିଲା। ସେହିପରି ତୃତୀୟ ଦିନରେ ଚଳଚ୍ଚିତ୍ରଟି ସମସ୍ତ ଭାଷାରେ ଘରୋଇ ବକ୍ସ ଅଫିସରେ ୧୬.୨୦ କୋଟି ଟଙ୍କା ଆୟ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ମୋଟ ସଂଗ୍ରହ ୩୯.୫୦ କୋଟି ପର୍ଯ୍ୟନ୍ତ ପହଞ୍ଚିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1654515495.jpg)