Advertisment

ନାଗା ଚୈତନ୍ୟଙ୍କ ଯୋଗୁଁ ସାମନ୍ଥାଙ୍କ ହାତରୁ ଖସିଗଲା 'ଜୱାନ୍'

ଆସୁଛି ଶାହରୁଖଙ୍କ ଜବରଦସ୍ତ ଫିଲ୍ମ 'ଜୱାନ୍'। ଏହାର ଟିଜର ରିଲିଜ୍ ପରେ ସିନେପ୍ରେମୀଙ୍କ ଉତ୍ସାହ ବଢିଯାଇଛି। ଏଥିରେ ଶାହରୁଖଙ୍କ ସହ ନୟନତାରାଙ୍କୁ ଦେଖିବାକୁ ମିଳିବ। କିନ୍ତୁ ଫିଲ୍ମ ପାଇଁ ନୟନତାରା ନୁହେଁ ନିର୍ମାତାଙ୍କ ପ୍ରଥମ ପସନ୍ଦ ଥିଲେ ସାମନ୍ଥା ରୁଥ୍ ପ୍ରଭୁ। ଫିଲ୍ମକୁ କାହିଁକି ମନା କଲେ ସାମନ୍ଥା…

ଅଦ୍ୟତନ ହୋଇଛି
Samantha Ruth Prabhu opt out of Shah Rukh Khan jawan due to Naga Chaitanya

Samantha Ruth Prabhu opt out of Shah Rukh Khan jawan due to Naga Chaitanya

Advertisment

ଶାହରୁଖ ଖାନ ଶୁକ୍ରବାର ପ୍ରଶଂସକଙ୍କୁ ସେତେବେଳେ ଆଶ୍ଚର୍ଯ୍ୟଚକିତ କରିଦେଇଥିଲେ ଯେତେବେଳେ ସାଉଥ୍‌ର ଲୋକପ୍ରିୟ ନିର୍ଦ୍ଦେଶକ ଆଟ୍‌ଲୀଙ୍କ ସହ ନିଜର ଆଗାମୀ ଚଳଚ୍ଚିତ୍ର 'ଜୱାନ୍'ର ଘୋଷଣା ସହିତ ଫିଲ୍ମର ପ୍ରଥମ ଝଲକ ଦେଖେଇଥିଲେ। ଏହି ଚଳଚ୍ଚିତ୍ରର ଘୋଷଣା ପରଠାରୁ ପ୍ରଶଂସକମାନେ ଫିଲ୍ମକୁ ନେଇ ଅଧିକ ସୂଚନା ପାଇବାକୁ ଗୁଗୁଲ୍‌କୁ ଯାଉଛନ୍ତି।

Advertisment

ଚଳଚ୍ଚିତ୍ରର ରିଲିଜ୍ ତାରିଖ ଠାରୁ ଆରମ୍ଭ କରି ଫିଲ୍ମର କାଷ୍ଟ୍ ପର୍ଯ୍ୟନ୍ତ ଲୋକମାନେ ପ୍ରତ୍ୟେକ ବିବରଣୀ ଜାଣିବାକୁ ଚେଷ୍ଟା କରୁଛନ୍ତି। ସାଉଥ୍ ଅଭିନେତ୍ରୀ ନୟନତାରା ଏହି ଚଳଚ୍ଚିତ୍ର ମାଧ୍ୟମରେ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି, କିନ୍ତୁ ଆପଣ ଜାଣନ୍ତି କି ଏହି ଚଳଚ୍ଚିତ୍ର ପାଇଁ ନିର୍ମାତାଙ୍କ ପ୍ରଥମ ପସନ୍ଦ ନୟନତାରା ନୁହେଁ ବରଂ ସାମନ୍ଥା ରୁଥ୍ ପ୍ରଭୁ ଥିଲେ, କିନ୍ତୁ ନାଗା ଚୈତନ୍ୟ କାରଣରୁ ଫିଲ୍ମଟି ତାଙ୍କ ହାତରୁ ଖସିଗଲା।

ଶାହରୁଖ ଖାନଙ୍କ ଫିଲ୍ମ 'ଜୱାନ' ଆସନ୍ତା ବର୍ଷ ଜୁନ ୨ରେ ରିଲିଜ ହେବାକୁ ଯାଉଛି। ଫିଲ୍ମର ଟିଜର ଦେଖିବା ପରେ ପ୍ରଶଂସକଙ୍କ ଉତ୍ସାହ ସ୍ତର ଆହୁରି ବଢି ଯାଇଛି। ଏହି ଚଳଚ୍ଚିତ୍ରରେ ନୟନରାତାରାଙ୍କ ସହ କିଙ୍ଗ୍‌ ଖାନ୍‌ଙ୍କ ଯୋଡି ଦେଖିବାକୁ ମିଳିବ। କିନ୍ତୁ ଏହି ଚଳଚ୍ଚିତ୍ର ପାଇଁ ସାମନ୍ଥା ରୁଥ୍ ପ୍ରଭୁ ନିର୍ମାତାଙ୍କ ପ୍ରଥମ ପସନ୍ଦ ଥିବା ବେଳେ ଏମିତି କ’ଣ ହେଲା ଯେ ନୟନତାରାଙ୍କୁ ନେବାକୁ ପଡିଲା ଆସନ୍ତୁ ଜାଣିବା।

Advertisment

ରିପୋର୍ଟ ଅନୁଯାୟୀ, ୨୦୧୯ ରେ ସାମନ୍ଥା ରୁଥ୍ ପ୍ରଭୁଙ୍କୁ 'ଯୱାନ' ପାଇଁ ଅନୁରୋଧ କରାଯାଇଥିଲା। ସେ କିନ୍ତୁ ଏହି ଅଫରକୁ ମନା କରିଦେଇଥିଲେ। କୁହାଯାଉଛି ଯେ ଅଭିନେତ୍ରୀ ତାଙ୍କ ପତି ନାଗା ଚୈତନ୍ୟଙ୍କ ସହ ପରିବାରକୁ ଆଗକୁ ନେବାକୁ ଯୋଜନା କରୁଥିବାରୁ ଫିଲ୍ମକୁ ମନା କରିଥିଲେ। ସେ ମନା କହିବା ପରେ ନିର୍ମାତା ନୟନତାରାଙ୍କ ନିକଟକୁ ଯାଇଥିଲେ ଏବଂ ସେ ସଙ୍ଗେ ସଙ୍ଗେ ଫିଲ୍ମକୁ ହଁ କହିଥିଲେ।

ଅକ୍ଟୋବର ୨୦୨୧ରେ, ସାମନ୍ଥା ଏବଂ ନାଗା ପରସ୍ପରଙ୍କ ଠାରୁ ଅଲଗା ହୋଇଯାଇଥିଲେ। ତେବେ ଦୁହିଁ ରାସ୍ତା କାହିଁକି ଅଲଗା ହେଲା ଏହାର ରହସ୍ୟ ଆଜି ପର୍ଯ୍ୟନ୍ତ ଖୋଲି ପାରିନି। ନାଗା ନିଜ ବିବୃତ୍ତିରେ କହିଥିଲେ ଯେ ଏହା ସେମାନଙ୍କର ବ୍ୟକ୍ତିଗତ ନିଷ୍ପତ୍ତି। ଦୁହେଁ ଏହି ନିଷ୍ପତ୍ତିରେ ଖୁସି ଏବଂ ଉଭୟ ସେମାନଙ୍କର ବୃତ୍ତିଗତ ଜୀବନରେ ଭଲ ପ୍ରଦର୍ଶନ କରୁଛନ୍ତି ବୋଲି କହିଥିଲେ।

Advertisment

ତେବେ ହିନ୍ଦୀ ସହିତ ତାମିଲ, ତେଲୁଗୁ, ମଲାୟାଲମ୍ ଏବଂ କନ୍ନଡ ଭାଷାରେ 'ଜୱାନ୍' ରିଲିଜ୍ ହେବାକୁ ଯାଉଛି। ଗୌରୀ ଖାନ ଏହି ଚଳଚ୍ଚିତ୍ରର ପ୍ରଯୋଜନା କରୁଛନ୍ତି। କୁହାଯାଉଛି ଯେ ଶାହରୁଖ ଏବଂ ନୟନତାରାଙ୍କ ସହ ସାନ୍ୟା ମଲହୋତ୍ରା ମଧ୍ୟ ଏହି ଫିଲ୍ମରେ ନଜର ଆସିବେ।

Shah Rukh Khan Bollywood Samantha Ruth Prabhu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ