ଚେୟାରରୁ ଉଠିପାରିଲେନି ସଲମାନ୍ ! ସିଟରୁ ଉଠିବାକୁ ସଂଘର୍ଷ କରୁଥିବା ଭିଡିଓ ଭାଇରାଲ୍

ସୁପରଷ୍ଟାର ସଲମାନ୍ ଖାନ୍ ନିଜ ସିଟରୁ ଉଠି ଛିଡ଼ାହେବାକୁ ସଂଘର୍ଷ କରୁଥିବା ଭିଡିଓ ଭାଇରାଲ୍ । ଆଶୁ ଆରୋଗ୍ୟ କାମନା କରିଛନ୍ତି ଫ୍ୟାନ୍ସ ।

Salman Khan

ନିକଟରେ ବଲିଉଡ୍ ସୁପରଷ୍ଟାର ସଲମାନ୍ ଖାନ୍ ମୁମ୍ବାଇର ଏକ ଛୋଟ ପିଲାଙ୍କ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମର କେତେକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କାର୍ଯ୍ୟକ୍ରମରେ ସଲମାନଙ୍କ କିଛି ହରକତ ଦେଖି ଚିନ୍ତାରେ ପଡ଼ିଯାଇଛନ୍ତି ତାଙ୍କର ଫ୍ୟାନ୍ସ । 

ଭାଇରାଲ ହେଉଥିବା ଭିଡିଓରେ ସୁପରଷ୍ଟାର ସଲମାନ୍, କିଛି ସମସ୍ୟା ଅନୁଭବ କରୁଥିବା ନଜର ଆସୁଛନ୍ତି । ନିଜ ସିଟରୁ ଉଠି ଛିଡ଼ାହେବାକୁ ସଂଘର୍ଷ କରୁଥିବା ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳୁଛି । କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଥିବା ସୋନାଲି ବିନ୍ଦ୍ରାଙ୍କୁ ହଗ୍ କରିବାକୁ ସଲମାନ୍ ନିଜ ସିଟରୁ ଉଠିବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ସଂପୂର୍ଣ୍ଣ ସୁସ୍ଥ ନଥିବା ଅନୁଭବ ହେଉଛି । 

ସଲମାନ ସଂପୂର୍ଣ୍ଣ ସୁସ୍ଥ ନଥିବା ମଧ୍ୟ ଏହି କାର୍ଯ୍ୟକ୍ରମରେ ଜଣାପଡ଼ିଛି । ପିଞ୍ଜରା ହାଡ଼ରେ (Rib injury) ସମସ୍ୟା ସତ୍ତ୍ୱେ ପ୍ରତିଶ୍ରୁତି ରକ୍ଷାକରିବା ସହ କାର୍ଯ୍ୟକ୍ରମରେ ଯୋଗଦେଇଥିବାରୁ ସଲମାନଙ୍କୁ ଅଭିନେତ୍ରୀ ତଥା ସାମାଜିକ କର୍ମୀ ଅମୃତା ଫଡନାଭିସ୍ ଧନ୍ୟବାଦ ଜଣାଇଥିଲେ । ଭାଇରାଲ ହେଉଥିବା ଭିଡିଓରେ ମଧ୍ୟ ଏହା ଦେଖାଯାଉଛି ଯେ ସଲମାନ୍ ନିଜ ସିଟରୁ ଉଠିବାକୁ ସଂଘର୍ଷ କରୁଛନ୍ତି ଓ ନିଜ ପିଞ୍ଜରାକୁ ପ୍ରେସ୍ କରୁଛନ୍ତି । 

ତେବେ ଗଣେଶୋତ୍ସବ କାର୍ଯ୍ୟକ୍ରମର ଅନ୍ୟ କେତେକ ଭିଡିଓରେ 'ମେରା ହି ଜଲୱା' ଗୀତରେ ସଲମାନ୍ ଡ୍ୟାନ୍ସ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି । ସେପଟେ ଭାଇରାଲ ଭିଡିଓକୁ ଦେଖି କିଛି ଫ୍ୟାନ୍ସ ଚିନ୍ତାବ୍ୟକ୍ତ କରିଛନ୍ତି । କିଛି ୟୁଜର୍ସ ଲେଖିଛନ୍ତି, ଆମର ପିଲାଦିନର ହିରୋ ବୃଦ୍ଧ ହେଉଛନ୍ତି । ଅନ୍ୟକିଛି ୟୁଜର୍ସ ଆମ ପସନ୍ଦର ହିରୋ ବୃଦ୍ଧାବସ୍ଥାରେ ପହଞ୍ଚିଲେଣି ଲେଖିବାସହ ଆଶୁ ଆରୋଗ୍ୟ କାମନା କରିଛନ୍ତି ।   

ତେବେ ସଲମାନ ନିଜର ଆଗାମୀ ଫିଲ୍ମ 'ସିକନ୍ଦର' ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଫିଲ୍ମରେ ରଶ୍ମିକା ମନ୍ଦାନା, ସୁନୀଲ ସେଟ୍ଟୀଙ୍କ ଭଳି ଷ୍ଟାର ରହିଥିବା କୁହାଯାଉଛି । ଏହି ଫିଲ୍ମ ପାଇଁ ସଲମାନ ନିଜର ୱେଟ୍ କମାଉଥିବା ମଧ୍ୟ ଚର୍ଚ୍ଚା ହେଉଛି । ୨୦୨୫ ଇଦ୍ ଅବସରରେ ଫିଲ୍ମ ରିଲିଜ ପାଇଁ ଯୋଜନା ଥିବା ଜଣାପଡ଼ିଛି ।