Advertisment

Tiger 3: ‘ଟାଇଗର ୩’ ସହ ଆକ୍ସନ ମୋଡ୍‌ରେ ଆସୁଛନ୍ତି ସଲମାନ; ଏହିଦିନ ହେବ ରିଲିଜ୍

ଲୋକେ ‘ଟାଇଗର ୩’ କୁ ଉତ୍ସାହର ସହିତ ଅପେକ୍ଷା କରିଥିବା ବେଳେ ସଲମାନ ଖାନ ତାଙ୍କ ପ୍ରଶଂସକଙ୍କୁ ଏକ ଉପହାର ଦେଇଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ‘ଟାଇଗର ୩’ ର ପୋଷ୍ଟର ରିଲିଜ୍‌ କରି ସଲମାନ ଖାନ କ୍ୟାପ୍‌ସନ୍‌ରେ ଟାଇଗର ଭୂମିକାରେ ଆସିବା ନେଇ କହିଛନ୍ତି।

ଅଦ୍ୟତନ ହୋଇଛି
Salman khan tiger-3 released on diwali

Salman khan tiger-3 released on diwali

Advertisment

ଶାହରୁଖଙ୍କ ‘ପଠାନ’ରେ ଟାଇଗରଙ୍କ ଝଲକ ଦେଖିବା ପରେ ପ୍ରଶଂସକମାନେ ସଲମାନ ଖାନଙ୍କ ‘ଟାଇଗର ୩’ କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ସମୟରେ ସଲମାନ ଖାନ ତାଙ୍କ ପ୍ରଶଂସକଙ୍କୁ ଏକ ଉପହାର ଦେଇଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ‘ଟାଇଗର ୩’ ର ପୋଷ୍ଟର ରିଲିଜ୍‌ କରି ସଲମାନ ଖାନ କ୍ୟାପ୍‌ସନ୍‌ରେ ଟାଇଗର ଭୂମିକାରେ ଆସିବା ନେଇ କହିଛନ୍ତି। ଏହାକୁ ଦେଖି ପ୍ରଶଂସକଙ୍କ ଉତ୍ସାହ ଦ୍ୱିଗୁଣିତ ହେବା ସହ ସେମାନ ଫାୟାର ଏବଂ ହାର୍ଟ ଇମୋଜି ବାଣ୍ଟିବାରେ ଲାଗିଛନ୍ତି।

Advertisment

ଏହି ପୋଷ୍ଟରରେ ଦେଖାଯାଏ ଯେ ସଲମାନଙ୍କ ହାତରେ ବନ୍ଧୁକ ଅଛି ଏବଂ ତାଙ୍କ ମୁହଁରେ କ୍ଷତ ଦେଖାଯାଉଛି। ଏଥିସହିତ କ୍ୟାଟ୍ରିନା କୈଫ ମଧ୍ୟ ହାତରେ ବନ୍ଧୁକ ଧରି ଆକ୍ସନ ମୋଡ୍‌ରେ ନଜର ଆସିଛନ୍ତି। ସେ ଏହି ଚଳଚ୍ଚିତ୍ରରେ ଜୋୟା ଭୂମିକାରେ ଅଭିନୟ କରିଛନ୍ତି। ପୋଷ୍ଟରରେ ସଲମାନ ଖାନଙ୍କ ଟାଇଗର ଲୁକ୍ ଦେଖିବାକୁ ମିଳିଛି। ଏହି ପୋଷ୍ଟର ଶେୟାର କରି ସଲମାନ ଖାନ କ୍ୟାପ୍‌ସନ୍‌ରେ ଲେଖିଛନ୍ତି, 'ମୁଁ ଆସୁଛି। ଦୀପାବଳିରେ ‘ଟାଇଗର ୩’ ରିଲିଜ୍ ହେବ।” ଏହି ଚଳଚ୍ଚିତ୍ର ହିନ୍ଦୀ ସହିତ ତାମିଲ ଏବଂ ତେଲୁଗୁ ଭାଷାରେ ପରଦାକୁ ଆସିବ।

YRF ‘ଟାଇଗର ୩’ ର ପ୍ରଥମ ପୋଷ୍ଟର’ ଲଞ୍ଚ କରିଛି। ଏହା ସହିତ ଏହି ଫିଲ୍ମ ‘ଟାଇଗର ଜିନ୍ଦା ହେ’, ‘ୱାର୍’, ଏବଂ ‘ପଠାନ’ର ଘଟଣାକୁ ଅନୁସରଣ କରୁଛି ବୋଲି ପ୍ରକାଶ କରିଛି। YRF ଦ୍ୱାରା ନିର୍ମିତ ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ଅଭିନୀତ ‘ଟାଇଗର ୩’ ଦୀପାବଳିରେ ମୁକ୍ତିଲାଭ କରିବ।

Advertisment

YRF ଆଜି ‘ଟାଇଗର ୩’ର ପ୍ରଥମ ପୋଷ୍ଟର ଲଞ୍ଚ କରିଛି ଏବଂ ଏଥିରେ ଦୁଇ ସୁପର ଗୁପ୍ତଚର ସଲମାନ ଏବଂ କ୍ୟାଟ୍ରିନା ସେମାନଙ୍କ ଘାତକ ମିଶନ ଆରମ୍ଭ କରିବାବେଳେ ଏହା ଏକ ଜବରଦସ୍ତ ଆକ୍ସନ ଓ ଜବରଦସ୍ତ ଡ୍ରାମାକୁ ନେଇ ଆସୁଥିବା କୁହାଯାଇଛି।

ଟାଇଗର ଓରଫ ସଲମାନ ଖାନ YRF ସ୍ପାଏ ୟୁନିଭର୍ସର OG ଯେହେତୁ ‘ଏକ ଥା ଟାଇଗର’ (୨୦୧୨)ରେ ଚୁପଚାପ୍ ଚରମ ସୁପର-ଗୁପ୍ତଚର ସୃଷ୍ଟି କରିବାର ଯୋଜନା ପ୍ରସ୍ତୁତ କରିଛି, ଯାହା ଭାରତୀୟ ସିନେମା ପୂର୍ବରୁ କେବେ ଦେଖି ନାହିଁ।

Advertisment


ସ୍ପାଇ ୟୁନିଭର୍ସର 'ଟାଇଗର' 'ହେଉଛି ପଞ୍ଚମ ଚଳଚ୍ଚିତ୍ର:

‘ଟାଇଗର ୩’କୁ ନିର୍ଦ୍ଦେଶନା ଦେଇଛନ୍ତି ମନୀଷ ଶର୍ମା, ଯିଏ ପୂର୍ବରୁ‘ ବ୍ୟାଣ୍ଡ୍‌ ବାଜା ବାରାତ୍’ ଏବଂ ‘ଫ୍ୟାନ୍’ ଭଳି ଚଳଚ୍ଚିତ୍ର ନିର୍ମାଣ କରିଥିଲେ। ୟଶ୍‌ ରାଜ୍‌ ଫିଲ୍ମସର ସ୍ପାଇ ୟୁନିଭର୍ସର ଏହା ହେଉଛି ପଞ୍ଚମ ଚଳଚ୍ଚିତ୍ର। ଏହାର ଚତୁର୍ଥ ଚଳଚ୍ଚିତ୍ର ଥିଲା ଶାହାରୁଖ ଖାନଙ୍କ 'ପଠାନ୍', ଯାହା ୨୦୨୩ ମସିହାରେ ବକ୍ସ ଅଫିସରେ ଏକ ଆଲୋଡ଼ନ ସୃଷ୍ଟି କରିଥିଲା।​|

ସଲମାନ ଖାନଙ୍କ 'ଟାଇଗର ୩'ରେ କ୍ୟାଟ୍ରିନା କୈଫଙ୍କ ବ୍ୟତୀତ ଇମ୍ରାନ ହାଶମୀ, ରଣବୀର ସୌରୀ, ବିଶାଲ ଜେଠୱା, ରେବତୀ, ରିଦ୍ଧି ଡୋଗ୍‌ରାଙ୍କ ଭଳି ତାରକା ନଜର ଆସିବେ। ଏଥିରେ ଇମ୍ରାନ୍ ହାଶମୀ ଭିଲେନ୍ ହୋଇ ସଲମାନ ଖାନଙ୍କ ସହ ଲଢୁଥିବା ଦେଖିବାକୁ ମିଳିବ। ଏଥି ସହିତ ଶାହାରୁଖ ଖାନ 'ଟାଇଗର'ରେ କେମିଓ ଭୂମିକାରେ ନଜର ଆସିବେ, ଯେପରି ସଲମାନ ଖାନ 'ପଠାନ'ରେ କରିଥିଲେ।

Salman Khan Bollywood Tiger 3
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ