Advertisment

ସଲମାନ ଖାନଙ୍କ ଉପରେ ବି ଚଢିଲା 'ଉଁ ଅଣ୍ଟୱା'ର କ୍ରେଜ୍

ଆଜିକାଲି ସାଉଥ୍ ଫିଲ୍ମ ଓ ଗୀତ ପ୍ରତି ସମସ୍ତେ ପାଗଳ। ସାଉଥ୍ ଗୀତ ଆଜିକାଲି ସମସ୍ତଙ୍କ ମୁହଁରେ। ଏଥିରୁ ମଧ୍ୟ ତ୍ରାହୀ ପାଇ ନାହାନ୍ତି ସଲମାନ ଖାନ୍।

Salman Khan sings Samantha Ruth Prabhu pushpa oo antava song

Salman Khan sings Samantha Ruth Prabhu pushpa oo antava song

Advertisment

ସଲମାନ ଖାନ ବର୍ତ୍ତମାନ ହାଇଦ୍ରାବାଦରେ ତାଙ୍କର ଆଗାମୀ ଚଳଚ୍ଚିତ୍ର 'କଭି ଇଦ୍ କଭି ଦିୱାଲୀ'ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଦୀର୍ଘ ଦିନ ଧରି ସାଉଥ୍‌ରେ ସୁଟିଂ କରୁଥିବା ସଲମାନ ଅନୁଭବ କରୁଛନ୍ତି ଯେ ସେ ସାଉଥ୍‌ର ଚଳଚ୍ଚିତ୍ର ଏବଂ ଗୀତ ଦ୍ୱାରା ବହୁତ ପ୍ରଭାବିତ ହୋଇଛନ୍ତି। ନିକଟରେ ଏକ ପୁରସ୍କାର କାର୍ଯ୍ୟକ୍ରମରେ ଯେତେବେଳେ ସଲମାନଙ୍କୁ ତାଙ୍କର ପ୍ରିୟ ଗୀତ ବିଷୟରେ ପଚରାଯାଇଥିଲା, ସେତେବେଳେ ସେ ସୁପର୍‌ହିଟ୍ ଫିଲ୍ମ ‘ପୁଷ୍ପା’ର ଏକ ଗୀତ ବିଷୟରେ କହିଥିଲେ।

Advertisment

ସଲମାନ ଖାନ ‘ପୁଷ୍ପା’ ଫିଲ୍ମର ଏହି ଗୀତକୁ ମଧ୍ୟ ପସନ୍ଦ କରନ୍ତି, ଯାହା ବର୍ତ୍ତମାନ ସମସ୍ତଙ୍କ ଜିଭରେ ଅଛି। ଏହି ଗୀତରେ ଅଲୁ ଅର୍ଜୁନ ଏବଂ ସାମନ୍ଥା ରୁଥ୍ ପ୍ରଭୁଙ୍କୁ ଦେଖିବାକୁ ମିଳିଥିଲା।

ଯେତେବେଳେ IIFA ପୁରସ୍କାରକୁ ଆସିଥିବା ସଲମାନ ଖାନଙ୍କୁ ଯେତେବେଳେ ପଚରାଯାଇଥିଲା ଯେ ଗତ ବର୍ଷର ଏପରି କିଛି ଫିଲ୍ମ ବା ଗୀତ ଅଛି କି ଯାହା ସଲମାନ ଖାନଙ୍କୁ ପ୍ରେରଣା ଦେଇଛି କିମ୍ବା ତାଙ୍କୁ ଖୁବ୍ ପସନ୍ଦ ଆସିଛି? ଏହା ପରେ ସଲମାନ ହସିଦେଇ ‘ପୁଷ୍ପା’ ଚଳଚ୍ଚିତ୍ରର 'ଉଁ ଅଣ୍ଟୱା' ଗୀତକୁ ନିଜ ଶୈଳୀରେ ଗୁଣୁଗୁଣେଇ ଥିଲେ। ପ୍ରକାଶଥାଉ ଯେ ଏହି ଗୀତଟି ବହୁତ ଲୋକପ୍ରିୟ ହୋଇଛି ଏବଂ ଲୋକମାନେ ଏହି ଗୀତକୁ ପସନ୍ଦ ମଧ୍ୟ କରିଛନ୍ତି।

Advertisment

କଭି ଇଦ୍ କଭି ଦିୱାଲୀଙ୍କ ସୁଟିଂ ପାଇଁ ହାଇଦ୍ରାବାଦରେ ପହଞ୍ଚିଥିବା ସଲମାନ ଖାନ୍‌ଙ୍କୁ ଫିଲ୍ମ 'ଆର୍‌ଆର୍‌ଆର୍‌' ତାରକା ରାମ ଚରଣ ତାଙ୍କ ଘରକୁ ନିମନ୍ତ୍ରଣ କରିଥିଲେ। ରାମଚରଣଙ୍କ ସହ ସଲମାନ ଖାନଙ୍କ ଅନେକ ଫଟୋ ଭାଇରାଲ ହେବାରେ ଲାଗିଛି। ଏହି ସମୟରେ 'କଭୀ ଇଦ୍ କଭୀ ଦିୱାଲୀ' ଅଭିନେତ୍ରୀ ପୂଜା ହେଗ୍‌ଡେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ, ଯିଏ ଫଟୋରେ ମଧ୍ୟ ନଜର ଆସିଛନ୍ତି। ଏସବୁରୁ ଲାଗୁଛି ଯେ ସଲମାନ ସାଉଥ୍‌ର ତାରକା ଏବଂ ଚଳଚ୍ଚିତ୍ରକୁ ଖୁବ୍ ପସନ୍ଦ କରନ୍ତି।

Salman Khan Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ