Advertisment

ୟୋହାନୀଙ୍କ ‘ମନିକେ ମଗେ ହିଥେ’ ସଲମାନଙ୍କୁ ବିଭ୍ରାନ୍ତ କଲା

ଆଜିକାଲି ସଲମାନ ଖାନ ତାଙ୍କ ରିୟଲିଟି ଶୋ ‘ବିଗ୍ ବସ୍ ୧୫’କୁ ନେଇ ଚର୍ଚ୍ଚାର ପରିସରରେ ଅଛନ୍ତି। ପୂର୍ବ ମାସରେ ସଲମାନ୍‌ ‘ଟାଇଗର୍ ୩’ର ଇଣ୍ଟରନେସ୍‌ନାଲ୍ ସୁଟିଂ ଶେଷ କରି ମୁମ୍ବାଇ ଫେରିଥିଲେ। ଏବେ ସେ ବିଗ୍ ବସ୍‌କୁ ନେଇ ଖୁବ୍ ବ୍ୟସ୍ତ ରହୁଥିବା ଦେଖାଯାଏ। ଏହି ଶୋ’ରେ ପ୍ରାୟ ସମୟରେ କେହି ନା କେହି ନୂଆ କଳାକାର ଯୋଗ ଦିଅନ୍ତି ଓ ସଲମାନଙ୍କ ସହ ମସ୍ତି କରନ୍ତି। ଏଥର ମଧ୍ୟ ସେମିତି ହୋଇଥିଲା। ଏହି ଶନିବାର ସଲମାନ ଖାନ୍ ସିଜନ୍‌ର ପ୍ରଥମ ୱିକେଣ୍ଡ କା ଭାର୍‌କୁ ହୋଷ୍ଟ କରିଥିଲେ। ଏଥିରେ ଶ୍ରୀଲଙ୍କା କଣ୍ଠଶିଳ୍ପୀ ୟୋହାନୀ ଅଂଶଗ୍ରହଣ କରିଥିଲେ।

Salman Khan sings manike mage hithe with Yohani

Salman Khan sings manike mage hithe with Yohani

Advertisment

ମୁମ୍ବାଇ : ସୁପରଷ୍ଟାର୍ ସଲମାନ ଖାନ ବଲିଉଡର ଜଣେ ଚର୍ଚ୍ଚିତ ଚେହେରା। ସେ ଅନେକ ସମୟରେ କୌଣସି ନା କୌଣସି ଘଟଣାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। କିନ୍ତୁ ଆଜିକାଲି ସେ ତାଙ୍କ ରିୟଲିଟି ଶୋ ‘ବିଗ୍ ବସ୍ ୧୫’କୁ ନେଇ ଚର୍ଚ୍ଚାର ପରିସରରେ ଅଛନ୍ତି। ପୂର୍ବ ମାସରେ ସଲମାନ୍‌ ‘ଟାଇଗର୍ ୩’ର ଇଣ୍ଟରନେସ୍‌ନାଲ୍ ସୁଟିଂ ଶେଷ କରି ମୁମ୍ବାଇ ଫେରିଥିଲେ। ଏବେ ସେ ବିଗ୍ ବସ୍‌କୁ ନେଇ ଖୁବ୍ ବ୍ୟସ୍ତ ରହୁଥିବା ଦେଖାଯାଏ। ଏହି ଶୋ’ରେ ପ୍ରାୟ ସମୟରେ କେହି ନା କେହି ନୂଆ କଳାକାର ଯୋଗ ଦିଅନ୍ତି ଓ ସଲମାନଙ୍କ ସହ ମସ୍ତି କରନ୍ତି। ଏଥର ମଧ୍ୟ ସେମିତି ହୋଇଥିଲା। ଏହି ଶନିବାର ସଲମାନ ଖାନ୍ ସିଜନ୍‌ର ପ୍ରଥମ ୱିକେଣ୍ଡ କା ଭାର୍‌କୁ ହୋଷ୍ଟ କରିଥିଲେ। ଏଥିରେ ଶ୍ରୀଲଙ୍କା କଣ୍ଠଶିଳ୍ପୀ ୟୋହାନୀ ଅଂଶଗ୍ରହଣ କରିଥିଲେ।

Advertisment

ଏହି ଅବସରରେ ସଲମାନ୍ ଖାନ୍ କିଛି ପ୍ରତିଯୋଗୀଙ୍କ ସହ କ୍ଲାସ୍‌ କରିଥିବା ବେଳେ ବଲିଉଡ୍ ବୋଲ୍ଡ କ୍ୱିନ୍ ରାଖୀ ସାୱନ୍ତଙ୍କ ସହ ଦମଦାର ମସ୍ତି ମଧ୍ୟ କରିଥିଲେ। ଏହା ସହିତ ୟୋହାନୀଙ୍କ ସହିତ ମିଶି ତାଙ୍କର ଫେମସ୍‌ ଭାଇରାଲ ଗୀତ ‘ମନିକେ ମଗେ ହିଥେ’କୁ ସଲମାନ ଗାଇଥିଲେ। ଶୋ’ର ଆଉ ଏକ ପ୍ରୋମୋ ଗୀତ ମଧ୍ୟ ସୋସିଆଲ୍ ମିଡିଆରେ ଛାଇ ଯାଇଛି। ଏହି ଭିଡିଓରେ ସଲମାନ୍‌ଙ୍କ ଶୋ’ରେ ୟୋହାନୀ ନଜର ଆସିଛନ୍ତି।

Advertisment

ସଲମାନ୍‌ ୟୋହାନୀଙ୍କ ସହିତ ‘ମନିକେ ମଗେ ହିଥେ’ ଗାଉଥିବା ବେଳେ ଅନେକ ଜାଗାରେ ତାଙ୍କୁ ଭାଷା ଅବୁଝା ହୋଇଥିଲା। ତେଣୁ ସେ ଗୀତ ଗାଉ ଗାଉ ମଝିରେ ମଝିରେ ଶବ୍ଦଗୁଡିକ ଛାଡିଦେଉଥିଲେ। ଆରମ୍ଭରୁ ସଲମାନ୍ ଠିକଠାକ୍ ଗାଉଥିବା ଦେଖାଯାଇଥିଲା। କିନ୍ତୁ ମଝିରେ ଯେତେବେଳେ ତାଙ୍କୁ ଶବ୍ଦ ବୁଝିବାରେ ଅସୁବିଧା ହେଲା ସେ ଶ୍ରୀଦେବୀଙ୍କ ନାମ ପୂରେଇ ଦେଲେ। ଏହା ଦେଖି ନିଜେ ୟୋହାନୀ ମଧ୍ୟ ତାଙ୍କ ହସକୁ ଅଟକାଇ ପାରିଲେ ନାହିଁ। ପ୍ରଶଂସକମାନଙ୍କ ମଧ୍ୟରେ ଏହି ଭିଡିଓ ଛାଇଯାଇଛି।

ପ୍ରକାଶଥାଉ ଯେ ସବୁଥର ପରି ଏଥର ମଧ୍ୟ ଶୋ’ରେ ସଲମାନ୍ ଖାନ୍ ତାଙ୍କ ନିଜ ଷ୍ଟାଇଲରେ ନଜର ଆସିଥିଲେ। ସେ ପ୍ରତୀକ ସହଜପାଲଙ୍କୁ ଜମେଇକି କ୍ଲାସ୍ କରିଥିଲେ। ତେବେ ବିଧି ପାଣ୍ଡ୍ୟା ଓ ପ୍ରତୀକ ସହଜପାଲଙ୍କ ବାଥ୍‌ରୁମ୍ ପ୍ରସଙ୍ଗକୁ ନେଇ ସଲମାନ ଖୁବ୍ ବର୍ଷିଥିଲେ।

Advertisment
Salman Khan Entertainment Big Boss
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ