Advertisment

ସଲମାନ ଖାନ କହିଲେ ‘ବିବାହ ହୋଇଯାଇଛି’!

ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ସଲମାନ ଖାନ୍‌ଙ୍କ ଏକ ଭିଡିଓ। ଏଥିରେ ତାଙ୍କ ବିବାହକୁ ନେଇ ଏକ ପ୍ରଶ୍ନ ପଚରାଯାଉଛି। ଏହାର ଉତ୍ତରରେ ବିବାହ ହୋଇଯାଇଛି ବୋଲି ସେ କହିଛନ୍ତି।

Salman Khan said shaadi ho gayi

Salman Khan said shaadi ho gayi

Advertisment

ମୁମ୍ବାଇ; ସଲମାନ ଖାନ ତାଙ୍କ ଫିଲ୍ମ 'ଟାଇଗର୍‌ ୩' ସହିତ ତାଙ୍କ ବିବାହ ଖବରକୁ ନେଇ ମଧ୍ୟ ଆଜିକାଲି ଚର୍ଚ୍ଚା ଜୋର ଧରିଛି। ସୋସିଆଲ ମିଡିଆରେ ଏକ ଫଟୋ ଖୁବ ହେବାରେ ଲାଗିଛି, ଯେଉଁଥିରେ ସଲମାନ ଖାନ ସୋନାକ୍ଷୀ ସିହ୍ନାଙ୍କ ସହ ନଜର ଆସିଛନ୍ତି। ଏଥିରେ ମଥାରେ ସିନ୍ଦୁର ଲଗେଇଥିବା ସୋନାକ୍ଷୀଙ୍କୁ ବଲିଉଡ୍‌ର 'ଭାଇଜାନ' ବା ସଲମାନ ଖାନ ଏକ ମୁଦି ପିନ୍ଧେଇବାର ଦେଖାଯାଏ।

Advertisment

ଏହି ଫଟୋ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଉଭୟଙ୍କ ବିବାହ ବିଷୟରେ ଆଲୋଚନା ହେଉଛି। ଏହି ଆଲୋଚନା ମଧ୍ୟରେ ସଲମାନ ଖାନ ନିଜେ ଏକ ଭିଡିଓ ଶେୟାର କରି ବିବାହ ଖବରକୁ ନିଶ୍ଚିତ କରିଛନ୍ତି, ଯାହା ପରେ ପ୍ରଶଂସକମାନେ ପୁଣି ଦ୍ୱନ୍ଦ୍ୱରେ ପଡିଯାଇଛନ୍ତି।

ସୋସିଆଲ ମିଡିଆରେ ସଲମାନ ଖାନ ବହୁତ ସକ୍ରିୟ ଥାଆନ୍ତି। 'ଟାଇଗର୍‌'ର ଟିଜର୍‌ ଏବଂ ରିଲିଜ୍ ତାରିଖ ପ୍ରକାଶ କରିବା ପରେ ସେ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ସେୟାର କରିଛନ୍ତି, ଯାହା ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ 'ଟାଇଗର୍‌' ଫିଲ୍ମ 'ହମ୍‌ ଆପ୍‌କେ ହୈ କୌନ୍‌'ର ପ୍ରେମର ପ୍ରଶ୍ନର ଉତ୍ତର ଦେଉଥିବା ନଜର ଆସିଛନ୍ତି।

Advertisment

୫ ସେକେଣ୍ଡର ଏହି ଭିଡିଓରେ, 'ପ୍ରେମ' ପ୍ରଶ୍ନ କରି 'ଟାଇଗର'ଙ୍କୁ ତାଙ୍କ ବିବାହ ବିଷୟରେ ପଚାରୁଛନ୍ତି। ସେ ପଚାରୁଛନ୍ତି ଯେ, ‘ଔର୍ ଶାଦୀ ?’ ଟାଇଗର୍ ଠାଣିରେ ଏହାର ଜବାବରେ ସଲମାନ ଖାନ କହୁଛନ୍ତି ଯେ 'ହୋ ଗଇ...'। 'ଟାଇଗର'ଙ୍କ ଏଭଳି ଉତ୍ତର ଶୁଣି 'ପ୍ରେମ' ଆଶ୍ଚର୍ଯ୍ୟ ହୋଇଯାଆନ୍ତି ଆଉ କୁହନ୍ତି,' ହୋ ଗ‌ଈ...'। ଏହି ଭିଡିଓକୁ ଶେୟାର କରି ସଲମାନ ଖାନ କ୍ୟାପ୍‌ସନ୍‌ରେ ଲେଖିଛନ୍ତି ଯେ- 'ହେଇଛି କି ନାହିଁ... ଜାଣିବା ପାଇଁ ଆସନ୍ତାକାଲି ଦେଖନ୍ତୁ' । #ad

ଯଦିଓ କ୍ୟାପ୍‌ସନ୍‌ର ଶେଷରେ #ad ଲେଖି ସଲମାନ ଖାନ ସୂଚାଇ ଦେଇଛନ୍ତି ଯେ ଏହି ଭିଡିଓ କୌଣସି ଏକ ବିଜ୍ଞାପନ ପାଇଁ, କିନ୍ତୁ ତାଙ୍କ ପ୍ରଶଂସକମାନେ ଏହି ଭିଡିଓ ଉପରେ କ୍ରମାଗତ ମନ୍ତବ୍ୟ ଦେଇଚାଲିଛନ୍ତି। ପ୍ରଶଂସକମାନେ ସ୍ମାଇଲ୍ ଇମୋଜି ଶେୟାର୍ କରି ‘ୱା… ସଲୁ ଭାଇ’ କହୁଛନ୍ତି।

Advertisment

ତେବେ ଭାଇରାଲ୍‌ ହେଉଥିବା ସୋନାକ୍ଷୀ ଓ ସଲମାନ ଖାନଙ୍କ ଫଟୋ ଏକ ଫଟୋସପ୍‌ରେ ଏଡିଟ୍ ହୋଇଥିବା କୁହାଯାଏ। ଏକ ପୋଷ୍ଟ୍‌ରେ ପ୍ରତିକ୍ରିୟା ଦେଇ ସୋନାକ୍ଷୀ ସିହ୍ନା ଲେଖିଛନ୍ତି – ଆପଣ କ’ଣ ଜଣେ ମୂର୍ଖ ଯିଏ ପ୍ରକୃତ ଏବଂ ଫଟୋସପ୍‌ରେ ହୋଇଥିବା ଫଟୋ ମଧ୍ୟରେ ପାର୍ଥକ୍ୟ ଜାଣିପାରୁ ନାହଁ। ଏହି ମନ୍ତବ୍ୟ ସହିତ ସୋନାକ୍ଷୀ ସିହ୍ନା ମଧ୍ୟ ଏକ ସ୍ମାଇଲ୍ ଇମୋଜି ପୋଷ୍ଟ୍ କରିଛନ୍ତି।

Salman Khan Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ