Advertisment

ସଲମାନଙ୍କ ପାଖରେ ପୋଷାକ କିଣିବାକୁ ଟଙ୍କା ନଥିଲା, ସୁନୀଲ୍ ଶେଟ୍ଟୀ କରିଥିଲେ ସାହାଯ୍ୟ

ସଲମାନ ଆଜିକାଲି ବଲିଉଡର ଜଣେ ନାମିଦାମୀ ଅଭିନେତା। ତାଙ୍କର ଟଙ୍କାର ଅଭାବ ନାହିଁ। ଅନେକ ଚାରିଟେବୁଲ୍ ଟ୍ରଷ୍ଟ୍ ପାଇଁ ସେ ଟଙ୍କା ଦେଉଛନ୍ତି। କିନ୍ତୁ ଏମିତି ବି ଏକ ଦିନ ଥିଲା ପୋଷାକ କିଣିବା ପାଇଁ ତାଙ୍କ ପାଖରେ ଟଙ୍କା ନଥିଲା। ସୁନୀଲ୍ ଶେଟ୍ଟୀ କରିଥିଲେ ସାହାଯ୍ୟ।

Salman Khan recalls when Suniel Shetty gifted him

Salman Khan recalls when Suniel Shetty gifted him

Advertisment

ବଲିଉଡର ସୁପର୍‌ଷ୍ଟାର୍‌ ମଧ୍ୟରେ ସଲମାନ ଖାନଙ୍କ ନାମ ଅନ୍ୟତମ। ଆଜି ସେ କୋଟି କୋଟି ଟଙ୍କାର ମାଲିକ। ‘ବିଙ୍ଗ୍ ହ୍ୟୁମାନ୍’ ନାମରେ ତାଙ୍କର ଏକ ପୋଷାକ କମ୍ପାନୀ ମଧ୍ୟ ଅଛି। କିନ୍ତୁ ଆପଣ ଜାଣିଛନ୍ତି କି ଗୋଟିଏ ସମୟ ଥିଲା ଯେତେବେଳେ ତାଙ୍କ ପାଖରେ ପୋଷାକ କିଣିବାକୁ ମଧ୍ୟ ଟଙ୍କା ନ ଥିଲା। ସେ ଖୁବ ପରିଶ୍ରମ କରି ଏହି ସଫଳତାରେ ପହଞ୍ଚି ପାରିଛନ୍ତି। ଜୀବନରେ ଅଭାବ ମଧ୍ୟ ଦେଖିଛନ୍ତି।

Advertisment

ସମ୍ପ୍ରତି, IIFA ୨୦୨୨ରେ ହୋଷ୍ଟିଂ କରୁଥିବା ବେଳେ ସଲମାନ ତାଙ୍କ ଜୀବନର ଏକ ଅତ୍ୟନ୍ତ ଭାବପ୍ରବଣ ମୁହୂର୍ତ୍ତକୁ ମନେପକାଇ କାନ୍ଦି ପକେଇଥିଲେ। ପୁରସ୍କାର ଶୋ’ରେ ହୋଷ୍ଟିଂ କରୁଥିବା ବେଳେ ସୁନୀଲ ଶେଟ୍ଟୀ ତାଙ୍କୁ କିପରି ସାହାଯ୍ୟ କରିଥିଲେ ସଲମାନ ଖାନ ତାହା ପ୍ରକାଶ କରିଛନ୍ତି।

କଲର୍ସ ଟିଭି ଜୁନ୍ ୨୫ ରେ IIFA ୨୦୨୨କୁ ପ୍ରସାରଣ କରିବ ଏବଂ ଚ୍ୟାନେଲର ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲ ଏବେ ଏହାର ଏକ ପ୍ରୋମୋ ଶେୟାର କରିଛି, ଯେଉଁଥିରେ ସଲମାନ ଖାନ ତାଙ୍କ ପୁରୁଣା ଦିନକୁ ମନେପକାଇ କାନ୍ଦିପକାଉଥିବା ଦେଖାଯାଏ।

Advertisment

କଲର୍ସ ଟିଭି ଦ୍ୱାରା ଶେୟାର ହୋଇଥିବା ଏହି ପୁରସ୍କାର ଶୋ’ର କ୍ଲିପ୍‌ରେ ଆଙ୍କର୍ ରିତିଶ ଦେଶମୁଖ ସଲମାନ ଖାନଙ୍କୁ ପଚାରିଛନ୍ତି ଯେ “ଆପଣଙ୍କ ଜୀବନର ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ କ’ଣ?” ସଲମାନ ଏହାର ଉତ୍ତରରେ କହିଛନ୍ତି ଯେ “ପୂର୍ବରୁ ଯେତେବେଳେ ମୋ ପାଖରେ ଟଙ୍କା ନଥିଲା, ମୁଁ ସୁନୀଲ ଶେଟ୍ଟୀଙ୍କ ପୋଷାକ ଦୋକାନକୁ ଯାଉଥିଲି। ଏହା ବହୁତ ମହଙ୍ଗା ଥିଲା। ମୁଁ ସାର୍ଟ କିମ୍ବା ଜିନ୍ସ ବ୍ୟତୀତ ଅନ୍ୟ କିଛି କିଣି ପାରୁ ନଥିଲି। ସେହି ସମୟରେ ସୁନୀଲ ସେଟ୍ଟୀ(ଆନ୍ନା) ଦେଖିଲେ ଯେ ମୋ ପାଖରେ ଟଙ୍କା ନାହିଁ, ତେଣୁ ସେ ମୋତେ ଗୋଟିଏ ଷ୍ଟୋନ୍-ୱାସ୍‌ର ସାର୍ଟ ଉପହାରରେ ଦେଲେ। କିନ୍ତୁ ସେ ଦେଖିଲେ ଯେ ମୋ ନଜର ଏକ ପର୍ସରେ ଅଛି।”

ଏହା କହି ସଲମାନ ଭାବପ୍ରବଣ ହୋଇ କାନ୍ଦିପକେଇଲେ। ସେ କିଛି ସମୟ ନିରବ ହୋଇଯାଇଥିଲେ। ତାଙ୍କର ଏହି ନିରବତା ଉପସ୍ଥିତ ସମସ୍ତଙ୍କୁ ଭାବପ୍ରବଣ କରିଦେଇଥିଲା। ଏହି ସମୟରେ ସଲମାନ ସୁନୀଲଙ୍କ ପୁଅ ଅହାନ୍‌ ଶେଟ୍ଟୀଙ୍କ ନିକଟକୁ ଗଲେ। ଅହାନ୍ ଉଠିପଡି ସଲମାନଙ୍କୁ କୁଣ୍ଡେଇ ପକେଇଲେ। ଏହା ପରେ ସଲମାନ ଆହୁରି କହିଥିଲେ ଯେ “ତା’ପରେ ସେ ମୋତେ ଘରକୁ ନେଇ ସେହି ପର୍ସ ଦେଇଦେଲେ।”

Advertisment

ସୋସିଆଲ ମିଡିଆରେ ଶେୟାର ହୋଇଥିବା ଏହି କ୍ଲିପ୍‌ରେ ପ୍ରଶଂସକମାନେ ଅନେକ ମନ୍ତବ୍ୟ ଦେଇଛନ୍ତି ଏବଂ ସୁନୀଲ ଶେଟ୍ଟୀଙ୍କୁ ପ୍ରଶଂସା କରିଛନ୍ତି। ଜଣେ ପ୍ରଶଂସକ ଲେଖିଛନ୍ତି ଯେ “ଏହା ଅତ୍ୟନ୍ତ ଭାବପ୍ରବଣ ଅଟେ। ସୁନୀଲ ଶେଟ୍ଟୀ ଏବଂ ସଲମାନଙ୍କ ମଧ୍ୟ ଏଭଳି ସମୟ ଥିଲା, ହେ ଭଗବାନ! ସୁନୀଲ ଶେଟ୍ଟୀଙ୍କ ପରି ବନ୍ଧୁ ସମସ୍ତଙ୍କୁ ମିଳିବା ଉଚିତ।” ଅନ୍ୟ ଜଣେ ତ କହିଛନ୍ତି ଯେ “ମୋ ଆଖିର ଲୁହ ବୋଲ ମାନୁନି।”

Salman Khan Bollywood Salman Khan Video Viral
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ