Advertisment

ସଲ୍‌ମାନ୍ ଚୁଲ୍‌ବୁଲି ଗାର୍ଲ ତେଜସ୍ୱୀ ପ୍ରକାଶଙ୍କ ଉପରେ କାହିଁକି ରାଗିଲେ

‘ବିଗ୍ ବସ୍ ୧୫’ର ହୋଷ୍ଟ୍ ସଲ୍‌ମାନ୍‌ ଖାନ୍ ଶୋ’ରେ ପ୍ରତିଯୋଗୀମାନଙ୍କ ସହ ବହୁତ ଥଟ୍ଟା ମଜା କରନ୍ତି। ଖାଲି ଥଟ୍ଟା ମଜା ନୁହେଁ ବେଳେ ବେଳେ ସେ ନିଜର କ୍ରୋଧକୁ ମଧ୍ୟ ଦେଖାନ୍ତି। ସପ୍ତାହନ୍ତର ୱାର୍‌ରେ ଦବଙ୍ଗ ଖାନ୍ ପ୍ରତିଯୋଗୀମାନଙ୍କର ଜମେଇକି କ୍ଲାସ୍ ନିଅନ୍ତି ଓ ସେମାନଙ୍କୁ ଠିକ୍ ରାସ୍ତା ଦେଖେଇବା ନେଇ ନଜର ଆସନ୍ତି। ଏଥର ଶୋ’ ସମୟରେ ସଲମାନ ଖାନ ଉମର ରିୟାଜଙ୍କ ସହ କଥା ହେଉଥିଲେ। ଏହି ସମୟରେ ଶୋ’ର ଚୁଲ୍‌ବୁଲି ଗାର୍ଲ ତେଜସ୍ୱୀ ପ୍ରକାଶ ସେମାନଙ୍କ ଆଲୋଚନା ମଝିରେ କଥା କହିଥିଲେ। ଏହା ସଲ୍‌ମାନ୍‌ଙ୍କୁ ପସନ୍ଦ ଆସି ନ ଥିଲା।

Salman Khan reacted on Tejasswi Prakash

Salman Khan reacted on Tejasswi Prakash

Advertisment

ନୂଆଦିଲ୍ଲୀ : ‘ବିଗ୍ ବସ୍ ୧୫’ର ହୋଷ୍ଟ୍ ସଲ୍‌ମାନ୍‌ ଖାନ୍ ଶୋ’ରେ ପ୍ରତିଯୋଗୀମାନଙ୍କ ସହ ବହୁତ ଥଟ୍ଟା ମଜା କରନ୍ତି। ଖାଲି ଥଟ୍ଟା ମଜା ନୁହେଁ ବେଳେ ବେଳେ ସେ ନିଜର କ୍ରୋଧକୁ ମଧ୍ୟ ଦେଖାନ୍ତି। ସପ୍ତାହନ୍ତର ୱାର୍‌ରେ ଦବଙ୍ଗ ଖାନ୍ ପ୍ରତିଯୋଗୀମାନଙ୍କର ଜମେଇକି କ୍ଲାସ୍ ନିଅନ୍ତି ଓ ସେମାନଙ୍କୁ ଠିକ୍ ରାସ୍ତା ଦେଖେଇବା ନେଇ ନଜର ଆସନ୍ତି। ଏଥର ଶୋ’ ସମୟରେ ସଲମାନ ଖାନ ଉମର ରିୟାଜଙ୍କ ସହ କଥା ହେଉଥିଲେ। ଏହି ସମୟରେ ଶୋ’ର ଚୁଲ୍‌ବୁଲି ଗାର୍ଲ ତେଜସ୍ୱୀ ପ୍ରକାଶ ସେମାନଙ୍କ ଆଲୋଚନା ମଝିରେ କଥା କହିଥିଲେ। ଏହା ସଲ୍‌ମାନ୍‌ଙ୍କୁ ପସନ୍ଦ ଆସି ନ ଥିଲା। ଏନେଇ ସଲ୍‌ମାନ୍‌ ତାଙ୍କ ଉପରେ ରାଗିଯାଇଥିଲେ। ଶୋ’ର ଏକ ପ୍ରୋମୋରେ ଏହା ଦେଖିବାକୁ ମିଳିଛି।

Advertisment

ଏଥର ଦୀପାବଳୀ ସପ୍ତାହରେ ଘରର କ୍ୟାପ୍ଟେନ୍ ଚୟନ ନେଇ ପରସ୍ପର ମଧ୍ୟରେ ସହମତି ଦେଖା ନ ଯିବାରୁ ଯାହା ପରିସ୍ଥିତି ହୋଇଛି ସେନେଇ ସଲ୍‌ମାନ୍‌ ଖାନ୍‌ ସମସ୍ତଙ୍କ ଉପରେ ରାଗିଯାଇଛନ୍ତି। ସେ ଘରର ସମସ୍ତ ସଦସ୍ୟମାନଙ୍କ ସହ ଆଲୋଚନା କରି ଏହାର କାରଣ ବିଷୟରେ ଜାଣିବାକୁ ଚେଷ୍ଟା କରିଛନ୍ତି। ସଲ୍‌ମାନ୍ ପ୍ରତିଯୋଗୀ ଉମର୍ ରିୟାଜଙ୍କୁ ପଚାରିଛନ୍ତି ଯେ “ବିପଦ ସମୟରେ ସେ କାହାର ସାହାଯ୍ୟ ମାଗିବେ, ଶମିତାଙ୍କର ନା ତେଜସ୍ୱୀଙ୍କର।” ଉମର ଏହି ପ୍ରଶ୍ନର ଉତ୍ତର ଦେଇ ତେଜସ୍ୱୀଙ୍କ ନାମ ନିଅନ୍ତି। କାରଣ ସେ ତାଙ୍କ ଠାରୁ ଫନ୍ ଲଭିଙ୍ଗ୍ ପାଆନ୍ତି। ତେବେ ସଲ୍‌ମାନ୍ ତାଙ୍କର ଏହି ଉତ୍ତରରେ ସନ୍ତୁଷ୍ଟ ନ ହୋଇ ତାଙ୍କୁ ପୁଣି ପଚାରନ୍ତି ଯେ “ବିପଦ ସମୟରେ ଫନ୍ ଲଭିଙ୍ଗ୍ କିପରି କାମରେ ଆସିବ? ”

Advertisment

ସଲ୍‌ମାନ୍‌ ଖାନ୍‌ ଏହି ପ୍ରଶ୍ନର ଉତ୍ତର ଯେତେବେଳେ ଉମର ରିୟାଜଙ୍କ ଠାରୁ ଆଶା କରୁଥିଲେ ଏହି ସମୟରେ ଅଧୈର୍ଯ୍ୟ ହୋଇ ତେଜସ୍ୱୀ ପ୍ରକାଶ ଉପରେ ପଡି କଥା କହିଥିଲେ। ସେ କହିଥିଲେ ଯେ “ଆପଣ ତାଙ୍କୁ ଏହି କଥା କାହିଁକି ବାରମ୍ବାର ପଚାରୁଛନ୍ତି? ସେ କ’ଣ ବିପଦ ସମୟରେ ମୋ ପାଖକୁ ଆସି ପାରିବେ ନାହିଁ?” ତେଜସ୍ୱୀ ଏହି କଥାକୁ ଯେଉଁଭଳି ଢଙ୍ଗରେ କହିଥିଲେ ଏହାକୁ ଶୁଣି ଦବଙ୍ଗ ଖାନ୍‌ ରାଗିଯାଇଥିଲେ ଓ କହିଥିଲେ ଯେ “ତୁମେ ମୋ ସହ କ’ଣ ଏମିତି କଥାବାର୍ତ୍ତା କରୁ? ମୋ ସହ ଏମିତି କଥାବାର୍ତ୍ତା କରିବ ନାହିଁ ମ୍ୟାଡମ୍। ଯଦି କିଏ ମରିଯାଉଥିବ ତେବେ ସେ କ’ଣ ତୁମ ପାଖକୁ କମେଡି ପାଇଁ ଆସିବ, କାରଣ ତମେ ହେଉଛ ଜଣେ ଫନ୍ ଲଭିଙ୍ଗ୍।”

ପ୍ରୋମୋରେ ଏହା ମଧ୍ୟ ଦେଖାଯାଉଛି ଯେ ଆଗାମୀ ଏପିସୋଡ୍‌ରେ ରାପର୍ ବାଦଶାହ ‘ବିଗ୍ ବସ୍ ୧୫’ରେ ସଲ୍‌ମାନ୍‌ଙ୍କ ସହ ନଜର ଆସିବେ। ସଲ୍‌ମାନ୍‌ ଓ ବାଦଶାହ ଏକାସାଙ୍ଗରେ ନାଚିବା, ହସିବା ଓ ମଜା-ମସ୍ତି କରୁଥିବା ଦେଖିବାକୁ ମିଳିବ।

Advertisment
Salman Khan Big Boss 15
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ