Salman khan lucky feroza stone bracelet broken 6 times know who gifted
ବଲିଉଡ୍ର ସୁପରଷ୍ଟାର ସଲମାନ ଖାନଙ୍କ ସାରା ବିଶ୍ୱରେ କୋଟି କୋଟି ପ୍ରଶଂସକ ଅଛନ୍ତି। ସଲମାନଙ୍କ ଚଳଚ୍ଚିତ୍ର ବକ୍ସ ଅଫିସ୍ରେ ଧମାଲ କରେ। କିନ୍ତୁ ଗତ ଗତ କିଛି ବର୍ଷ ହେବ ସେ ଗୋଟିଏ ହିଟ୍ ଫିଲ୍ମ ଦେବା ପାଇଁ ଅନେକ ପରିଶ୍ରମ କରୁଛନ୍ତି। ଗତ ୫ ବର୍ଷ ଭିତରେ ସେ ଯାହା ବି ଫିଲ୍ମ କରିଛନ୍ତି ସେଗୁଡିକ ବକ୍ସ ଅଫିସରେ ଚାଲି ନାହିଁ।
ଗୋଟିଏ କଥା ସତ ଯେ ତାଙ୍କ ଫିଲ୍ମ ଚାଲୁ କି ନ ଚାଲୁ, ଲୋକେ ତାଙ୍କ ଷ୍ଟାଇଲ୍କୁ କପି କରିବା ଛାଡନ୍ତି ନାହିଁ। ସେ ଛୋଟ ପିଲା ହୁଅନ୍ତୁ କି ଯୁବକ, ସମସ୍ତେ ସଲମାନଙ୍କ ଷ୍ଟାଇଲ୍କୁ କପି କରିବାକୁ ଚେଷ୍ଟା କରନ୍ତି। ଏହି କାରଣରୁ ସଲମାନ ଖାନ ଯାହା କରନ୍ତି ତାହା ଏକ ଟ୍ରେଣ୍ଡ୍ରେ ପରିଣତ ହୋଇଯାଏ।
ଆପଣ ନିଶ୍ଚୟ ସଲମାନ ଖାନଙ୍କ ହାତରେ ଏକ ବ୍ରେସ୍ଲେଟ୍ ଦେଖିଥିବେ। ନୀଳ ରଙ୍ଗର ପଥର ଖଞ୍ଜା ହୋଇଥିବା ସେହି ବ୍ରେସଲେଟ୍ ମଧ୍ୟ ନିକଟରେ ଅମୀର ଖାନଙ୍କ ହାତରେ ଦେଖିବାକୁ ମିଳିଥିଲା। ଏଠାରେ ପ୍ରଶ୍ନ ଉଠେ ଯେ ସେହି ନୀଳ ରଙ୍ଗର ପଥର କ’ଣ? ସଲମାନ କେଉଁଠାରୁ ଏହି ବ୍ରେସ୍ଲେଟ୍ ପାଇଥିଲେ ଏବଂ ସେ ସବୁବେଳେ ଏହାକୁ କାହିଁକି ପିନ୍ଧନ୍ତି ତାହା ଖୁବ୍ କମ୍ ଲୋକ ଜାଣିଥିବେ। ଆଜି ଆମେ ଆପଣଙ୍କୁ ଏହି ବ୍ରେସ୍ଲେଟ୍ ପଛର କାହାଣୀ କହିବୁ।
ବିଗତ ଅନେକ ବର୍ଷ ଧରି ସଲମାନ ଫିରୋଜା ଷ୍ଟୋନ୍ ବ୍ରେସ୍ଲେଟ୍ ପିନ୍ଧୁଥିବା ନଜର ଆସିଛନ୍ତି। ସଲମାନ ଏହି ବ୍ରେସ୍ଲେଟ୍କୁ ବହୁତ ଲକି ବୋଲି ମନେକରନ୍ତି। ଏହି କାରଣରୁ ସେ କେବେବି ଏହି ବ୍ରେସ୍ଲେଟ୍କୁ ନିଜଠାରୁ ଦୂରେଇ ରଖନ୍ତି ନାହିଁ। ଏହି କଥାକୁ ପ୍ରକାଶ କରିବାବେଳେ ସଲମାନ ଖାନ ନିଜେ କହିଥିଲେ ଯେ ତାଙ୍କୁ ଏହି ଲକି ବ୍ରେସ୍ଲେଟ୍ କିଏ ଦେଇଥିଲେ ଏବଂ ସେ କାହିଁକି ଏହାକୁ ସର୍ବଦା ପିନ୍ଧନ୍ତି।
ଏକ ଇଭେଣ୍ଟ ସମୟରେ ଜଣେ ପ୍ରଶଂସକ ତାଙ୍କୁ ପଚାରିଥିଲେ ଯେ ଏହି ବ୍ରେସଲେଟ୍ କାହିଁକି ସ୍ପେଶାଲ୍ ଏବଂ ଆପଣ ଏହାକୁ କାହିଁକି ପିନ୍ଧନ୍ତି। ଏହାର ଉତ୍ତରରେ ସେ ଏହା ପଛରେ ଥିବା କାହାଣୀକୁ ଖୋଲାଖୋଲି ଭାବରେ କହିଥିଲେ।
ଭାଇଜାନ୍ କହିଥିଲେ ଯେ ସେ ଛୋଟ ଥିବାବେଳେ ତାଙ୍କ ବାପା ଏହି ବ୍ରେସ୍ଲେଟ୍ ପିନ୍ଧୁଥିଲେ। ସେତେବେଳେ ଏହି ବ୍ରେସଲେଟ୍କୁ ସଲମାନ୍ ଖୁବ୍ ପସନ୍ଦ କରୁଥିଲେ। ଯେତେବେଳେ ସଲମାନ ସିନେ ଦୁନିଆରେ କାମ କରିବା ଆରମ୍ଭ କଲେ, ତାଙ୍କ ବାପା ତାଙ୍କୁ ଏହି ବ୍ରେସ୍ଲେଟ୍ ଉପହାର ସ୍ୱରୂପ ଦେଇଥିଲେ। ସେଥିପାଇଁ ଏହା ତାଙ୍କ ପାଇଁ ଖୁବ ସ୍ପେଶାଲ୍ ବୋଲି ସେ କହିଥିଲେ।
ସଲମାନ ଆହୁରି ମଧ୍ୟ କହିଥିଲେ ଯେ “ଏହା ହେଉଛି ଫିରୋଜା ଷ୍ଟୋନ୍, ଯାହା ଦୁନିଆର ଦୁଇଟି ଜୀବନ୍ତ ପଥର ମଧ୍ୟରୁ ଗୋଟିଏ। ଏହା ତିବ୍ଦତ, ଇରାନ, ଚୀନ୍ ଏବଂ ମେକ୍ସିକୋରେ ଦେଖିବାକୁ ମିଳେ। ଏହା ତୁମ ଆଡକୁ ଆସୁଥିବା ନକାରାତ୍ମକ ଦୃଷ୍ଟିକୁ ନିଜ ଆଡକୁ ଟାଣି ନେଇଥାଏ। ସମସ୍ତ ନକାରାତ୍ମକ ଦୃଷ୍ଟିକୁ ନିଜ ଆଡକୁ ଗ୍ରହଣ କରି କରି ପରେ ଏହା ଭାଙ୍ଗିଯାଏ।” ସେ କହିଥିଲେ ଯେ ଏହା ହେଉଛି ତାଙ୍କର ସପ୍ତମ ଷ୍ଟୋନ୍। ଏଥିରୁ ଜଣାପଡେ ଯେ ତାଙ୍କର ଏହି ଫିରୋଜା ଷ୍ଟୋନ୍ ୬ ଥର ଭାଙ୍ଗିସାରିଲାଣି।
କୁହାଯାଏ ଯେ ଫିରୋଜା ପଥର ବୃହସ୍ପତି ଗ୍ରହର ପ୍ରତିନିଧିତ୍ୱ କରେ, ଯାହାକି ଜୀବନରେ ସର୍ବଦା ଶୁଭ ଫଳା ଦେଇଥାଏ। ଏହା ସମସ୍ତ 'ଚକ୍ର' ମଧ୍ୟରେ ସନ୍ତୁଳନ ବଜାୟ ରଖେ ଏବଂ ଏହାକୁ ଧାରଣକରିଥିବା ବ୍ୟକ୍ତିଙ୍କ ମନକୁ ସ୍ଥିର ଏବଂ ଶାନ୍ତ ରଖିବାରେ ସାହାଯ୍ୟ କରେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1686829025.jpg)