Advertisment

Viral Video: ଗାଉଁଲି ବୃଦ୍ଧ ମହିଳାଙ୍କ ସହ ମିଶି ହସି ହସି କଥା ହେଲେ ଭାଇଜାନ୍; ଲୋକେ କହିଲେ ସେ ଜଣେ ଦୟାଳୁ ସୁପରଷ୍ଟାର

ବର୍ତ୍ତମାନ ସୁପର୍‌ଷ୍ଟାର୍‌ଙ୍କ ଏକ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସେ ଜଣେ ବୃଦ୍ଧ ମହିଳାଙ୍କ ସହ ମଜ୍ଜା କରୁଥିବା ଓ ହସି ହସି କଥା ହେଉଥିବା ଦେଖିବାକୁ ମିଳେ। ଲୋକେ କହୁଛନ୍ତି ସେ ଜଣେ ସାଧାରଣ ତାରକା ନୁହଁନ୍ତି, ସେ ହେଉଛନ୍ତି ସବୁଠାରୁ ନମ୍ର ଏବଂ ଦୟାଳୁ ସୁପରଷ୍ଟାର।

Salman khan keep smiling as he interacts with village old women

Salman khan keep smiling as he interacts with village old women

Advertisment

‘ହମ୍ ଆପ୍‌କେ ହେ କୌନ୍’, ‘ହମ୍ ସାଥ୍ ସାଥ୍ ହେ’ ଠାରୁ ବର୍ତ୍ତମାନ ‘ଟାଇଗର ୩’ ଏବଂ ‘ବଜରଙ୍ଗୀ ଭାଇଜାନ୍’ ଭଳି ଫିଲ୍ମ ଦ୍ୱାରା ସୁପରଷ୍ଟାର ସଲମାନ ଖାନ ଗତ ୩୫ ବର୍ଷ ଧରି ପ୍ରଶଂସକଙ୍କ ହୃଦୟରେ ରାଜ୍ କରିଆସୁଛନ୍ତି। ପିଲାମାନଙ୍କ ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଭାଇଜାନ୍‌ଙ୍କ ଷ୍ଟାଇଲ୍‌ର ପ୍ରଶଂସକ।

Advertisment

ବର୍ତ୍ତମାନ ସୁପର୍‌ଷ୍ଟାର୍‌ଙ୍କ ଏକ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସେ ଜଣେ ବୃଦ୍ଧ ମହିଳାଙ୍କ ସହ ମଜ୍ଜା କରୁଥିବା ଓ ହସି ହସି କଥା ହେଉଥିବା ଦେଖିବାକୁ ମିଳେ। ଏହି କ୍ଲିପ୍ ଦେଖିବା ପରେ ପ୍ରଶଂସକମାନେ ତାଙ୍କ ଷ୍ଟାଇଲକୁ ଖୁବ୍ ପ୍ରଶଂସା କରୁଛନ୍ତି ଏବଂ କୁଛନ୍ତି ଯେ ୧୯୮୯ ପରଠାରୁ ସେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଶଂସକଙ୍କ ହୃଦୟ ଜିତି ଆସୁଛନ୍ତି।

Advertisment

ଏହି କ୍ଲିପ୍‌ରେ ସଲମାନ ଖାନ ଜଣେ ବୃଦ୍ଧ ମହିଳାଙ୍କ ସହ ନଜର ଆସୁଥିବା ବେଳେ, ସେ ସୁପର୍‌ଷ୍ଟାର୍‌ଙ୍କୁ କହୁଛନ୍ତି, “ମୁଁ ଆପଣଙ୍କ ପାଇଁ ମନସ୍କାମନା କରିଛି।” ଏହା ପରେ ସେ ମଧ୍ୟ ତାଙ୍କ ସହିତ ମିଶି ଖୋଲାଖୋଲି ଭାବେ କଥାହେଉଥିବା ଦେଖାଯାଏ। ସୁପରଷ୍ଟାର ତାଙ୍କ କଥାକୁ ମନ ଦେଇ ଶୁଣୁଛନ୍ତି ଆଉ ହସୁଛନ୍ତି ମଧ୍ୟ। ପ୍ରଶଂସକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି।

Advertisment

ଭାଇରାଲ୍ ଭିଡିଓ ଉପରେ ଜଣେ ବ୍ୟକ୍ତି ଲେଖିଛନ୍ତି, “ଯେତେବେଳେ ବି ଆପଣ ତାଙ୍କୁ ଭେଟିବ ସେ ସେମିତି ହିଁ।” ଅନ୍ୟ ଜଣେ ଲେଖିଛନ୍ତି, “ଏହି କାରଣରୁ ସେ ଜଣେ ସାଧାରଣ ତାରକା ନୁହଁନ୍ତି, ସେ ହେଉଛନ୍ତି ସବୁଠାରୁ ନମ୍ର ଏବଂ ଦୟାଳୁ ସୁପରଷ୍ଟାର। ୧୯୮୯ରୁ ସେ ରାଜ୍ କରୁଛନ୍ତି।” ଆଉ ଜଣେ ଲେଖିଛନ୍ତି, ସେ ହେଉଛନ୍ତି ସବୁଠାରୁ ପ୍ରିୟ ସେଲିବ୍ରିଟି। କେହି କେହି ସଲମାନଙ୍କୁ ମାଟି ସହ ଜଡିତ ବ୍ୟକ୍ତି କହିଛନ୍ତି ତ ପୁଣି କେହି ତାଙ୍କୁ ସୁନାର ହୃଦୟ ବୋଲି କହିଛନ୍ତି।

ପ୍ରକାଶଥାଉ ଯେ ସଲମାନ ଖାନ ବର୍ତ୍ତମାନ ବଲିଉଡ୍‌ ଫିଲ୍ମ ‘ସିକନ୍ଦର’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ତେବେ ନିକଟରେ ତାଙ୍କୁ ଏକ ଇଭେଣ୍ଟରେ ଦେଖିବାକୁ ମିଳିଥିଲା। ଏଠାରେ ସେ ଏକ ଚେୟାରରୁ ଉଠିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏହାର କାରଣ ବୟସ ନୁହେଁ ବରଂ ଏକ ପଞ୍ଜରା ଲାଗିଥିବା ଆଘାତ ଯୋଗୁଁ ହୋଇଥିଲା। ଏହାକୁ ନେଇ ଖୁବ ଆଲୋଚନା ମଧ୍ୟ ହୋଇଥିଲା।

Salman Khan Bollywood Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ