Advertisment

ସଲମାନଙ୍କ ଘର ଆଗରେ ଗୁଳିମାଡ଼ ଘଟଣା; ବନ୍ଧା ହେଲେ ୨ଅଭିଯୁକ୍ତ

ଆମେରିକାରେ ଥିବା ଗ୍ୟାଙ୍ଗଷ୍ଟର୍ ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ୍ ବିଷ୍ଣୋଇ ଫାଇରିଂ ପାଇଁ ସବୁ କିଛି ଯୋଜନା ପ୍ରସ୍ତୁତ କରିଥିଲା। ଏଥିପାଇଁ ସାର୍ପ ସୁଟର୍ ରୋହିତ ଗୋଦରାକୁ ଦାୟିତ୍ବ ଦିଆଯାଇଥିଲା।

ଅଦ୍ୟତନ ହୋଇଛି
Salman Khan house firing case

Two 'shooters' arrested

Advertisment

ବଲିଉଡ୍ ସୁପରଷ୍ଟାର ସଲମାନ ଖାନଙ୍କ ଘର ଆଗରେ ଗୁଳିମାଡ଼ ଘଟଣାରେ କାର୍ଯ୍ୟାନୁଷ୍ଠାନ । ୨ ଅଭିଯୁକ୍ତଙ୍କୁ ଗୁଜରାଟ ଭୁଜ୍ ରୁ ଗିରଫ କରିଛି ମୁମ୍ବାଇ କ୍ରାଇମବ୍ରାଞ୍ଚ।ବାନ୍ଦ୍ରା ଅଞ୍ଚଳରେ ୨ଜଣ ଅଜଣା ବ୍ୟକ୍ତି ଭାଇଜାନ ସଲମାନଙ୍କ ଘର ଆଗରେ ଗୁଳି ଚଳାଇ ଚମ୍ପଟ ମାରିଥିଲେ।ଗୁଳିମାଡ଼ ଘଟଣାର ଦିନକ ପରେ ଅଭି।ଯୁକ୍ତଙ୍କୁ ଗିରଫ କରାଯାଇଛି।

Advertisment

ଏପ୍ରିଲ ୧୪ତାରିଖ ଭୋର ପ୍ରାୟ ୪ଟା ୫୧ସମୟରେ ମୁମ୍ବାଇ ବାନ୍ଦ୍ରା ସ୍ଥିତ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ପ୍ରଥମେ ତିନି ରାଉଣ୍ଡ ଓ ପରେ ୪ରାଉଣ୍ଡ ଗୁଳି ଚଲାଇ ଫେରାର ହୋଇଯାଇଥିଲେ। ଆମେରିକାରେ ଥିବା ଗ୍ୟାଙ୍ଗଷ୍ଟର୍ ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ୍ ବିଷ୍ଣୋଇ ଫାଇରିଂ ପାଇଁ ସବୁ କିଛି ଯୋଜନା ପ୍ରସ୍ତୁତ କରିଥିଲା। ଏଥିପାଇଁ ସାର୍ପ ସୁଟର୍ ରୋହିତ ଗୋଦରାକୁ ଦାୟିତ୍ବ ଦିଆଯାଇଥିଲା।

ଏହି ଘଟଣା ପରେ ସଲମାନ ଖାନଙ୍କ ଘର ବାହାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।ଏହି ଖବର ମିଳିବା ପରେ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ, ସ୍ଥାନୀୟ ପୋଲିସ ଏବଂ ଫୋରେନସିକ୍ ଟିମ୍ ଘଟଣାସ୍ଥଳରେ ତଦନ୍ତ କରିଥିଲେ। ଅନୁମାନ କରାଯାଉଛି ସଲମାନ ଖାନଙ୍କ ଘର ଉପରକୁ ଆକ୍ରମଣ ପଛରେ ଦୁଇଟି ବଡ଼ କାରଣ ରହିଛି। ପ୍ରଥମ ସଲମାନଙ୍କୁ ଧମକାଇବା ଓ ଦ୍ବିତୀୟରେ ବିଷ୍ଣୋଇ ଗ୍ୟାଙ୍ଗ୍ କେତେବେଳେ ବି ସଲମାନଙ୍କ ପାଖରେ ପହଞ୍ଚି ପାରିବ, ଏହା ଜଣାଇବାକୁ ହିଁ ଏହି ଗୁଳିମାଡ଼ ହୋଇଥାଇପାରେ ।

Advertisment

ଅଧିକ ପଢ଼ନ୍ତୁ: ଆମେରିକାରେ ପ୍ଲାନିଂ... ମୁମ୍ବାଇରେ ଫାଇରିଂ...ଜାଣନ୍ତୁ କାହିଁକି ସଲମାନଙ୍କ ଉପରେ ଖପ୍ପା ବିଷ୍ଣୋଇ ଗ୍ୟାଙ୍ଗ?

୨୦୧୮ରେ, ଲରେନ୍ସ ବିଷ୍ଣୋଇର ସହାୟକ ସମ୍ପତ ନେହେରା ସଲମାନ ଖାନଙ୍କ ଘରକୁ ଟାର୍ଗେଟ୍ କରିଥିଲା। ତେବେ ଏହି ଆକ୍ରମଣ କରିବା ପୂର୍ବରୁ ହରିୟାଣା ପୋଲିସ ସମ୍ପତଙ୍କୁ ଗିରଫ କରିଥିଲା। ପଚରାଉଚରା ବେଳେ ସେ ସଲମାନ ଖାନଙ୍କୁ ଆକ୍ରମଣ କରିବାର ପୁରା ଯୋଜନା ବିଷୟରେ କହିଥିଲା।ଲରେନ୍ସ ବିଷ୍ଣୋଇଏବଂ ଗୋଲ୍ଡି ବରାର୍ ଗ୍ୟାଙ୍ଗରୁ ଆସିଥିବା ଏକାଧିକ ଧମକକୁ ଦୃଷ୍ଟିରେ ରଖି ମୁମ୍ବାଇ ପୋଲିସ ସଲମାନ ଖାନଙ୍କ ଘର ବାହାରେ ତିନିଟି ସିଫ୍ଟରେ କାର୍ଯ୍ୟ କରୁଥିବା ପୋଲିସ ଟିମ୍ ନିୟୋଜିତ କରିଛି।

Advertisment

 

ଲରେନ୍ସ ବିଷ୍ଣୋଇ ଏବଂ ଗୋଲ୍ଡି ବରାରଙ୍କ ହତ୍ୟା ଧମକ ସାମ୍ନାକୁ ଆସିବା ପରେ ସଲମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଛି।ତାଙ୍କୁ ବ୍ୟକ୍ତିଗତ ବନ୍ଧୁକ ଲାଇସେନ୍ସ ମଧ୍ୟ ପ୍ରଦାନ କରାଯାଇଛି ।ଗତବର୍ଷ ମାର୍ଚ୍ଚରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ତରଫରୁ ସଲମାନଙ୍କୁ ଏକ ଧମକପୂର୍ଣ୍ଣ ଇ-ମେଲ୍ ମିଳିବା ପରେ ମୁମ୍ବାଇ ପୋଲିସ ସତର୍କ ହୋଇଯାଇଥିଲା।

ନଭେମ୍ବରରେ, ଲରେନ୍ସ ବିଷ୍ଣୋଇ ନାଁରେ ଏକ ଫେକ୍ ଫେସବୁକ ଆକାଉଣ୍ଟରେ ତାଙ୍କୁ ପରୋକ୍ଷ ଧମକ ଦିଆଯିବା ପରେ ମୁମ୍ବାଇ ପୋଲିସ ସଲମାନ ଖାନଙ୍କ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲା। ସେହି ଫେସବୁକ୍ ଆକାଉଣ୍ଟରେ ଗ୍ୟାଙ୍ଗଷ୍ଟରଙ୍କ ଫଟୋ ରହିଥିଲା। ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନଆଇଏ) ଦ୍ୱାରା ଅନୁସନ୍ଧାନ କରାଯାଇଥିବା ଡ୍ରଗ୍ସ ଚୋରା ଚାଲାଣ ମାମଲାରେ ଲରେନ୍ସ ବିଷ୍ଣୋଇ ବର୍ତ୍ତମାନ ଜେଲରେ ଅଛି।

Salman Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ