Advertisment

ଆମୀର ଖାନ୍‌ଙ୍କୁ ତାଙ୍କ ଲକୀ ବ୍ରେସ୍‌ଲେଟ୍ ଦେଇଦେଲେ ସଲମାନ!

ଅଭିନୟ ଛଡା ସଲମାନ ଖାନଙ୍କୁ ତାଙ୍କ ଉଦାରତା ପାଇଁ ସମସ୍ତେ ଜାଣନ୍ତି। ଏବେ ସେ ତାଙ୍କ ଲକୀ ବ୍ରେସ୍‌ଲେଟ୍ ମଧ୍ୟ ଦେଇଦେଇଛନ୍ତି। ଏହା ଏବେ ଆମୀର ଖାନ୍‌ଙ୍କ ହାତରେ ଦେଖିବାକୁ ମିଳେ। ଏହା ଦେଖି ଚିନ୍ତାରେ ପ୍ରଶଂସକ।

Salman khan gave his lucky bracelet to aamir khan

Salman khan gave his lucky bracelet to aamir khan

Advertisment

ସଲମାନ ଖାନ ତାଙ୍କର ଉଦାରତା ପାଇଁ ଜଣାଶୁଣା। ତାଙ୍କ ହୃଦୟ ଏତେ ବଡ ଯେ ସେ ପ୍ରାୟତଃ ନିଜ ବନ୍ଧୁ ଏବଂ ଅଭାବୀ ଲୋକଙ୍କୁ ସାହାଯ୍ୟ କରିବା ଦେଖାଯାଏ। ଏନେଇ ସେ ସବୁବେଳେ ପ୍ରସ୍ତୁତ ଥାଆନ୍ତି। ବନ୍ଧୁତା କ୍ଷେତ୍ରରେ ସଲମାନ ଖାନଙ୍କ ଉଦାହରଣ ବଲିଉଡରେ ଦିଆଯାଏ। ଇଦ୍ ଅବସରରେ ସଲମାନ ଖାନଙ୍କ ଫିଲ୍ମ 'କିସି କା ଭାଇ କିସି କୀ ଜାନ' ମଧ୍ୟ ମୁକ୍ତିଲାଭ କରିଛି।

Advertisment

କିଛି ଦିନ ପୂର୍ବରୁ ସେ ଇଦ୍ ପୂର୍ବରୁ ବଲିଉଡ୍‌ର ପରଫେକ୍ଟନିଷ୍ଟ୍‌ ଆମୀର ଖାନଙ୍କୁ ଭେଟିଥିଲେ। ଉଭୟ ସୁପର୍‌ଷ୍ଟାରଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆରେ ଆମୀର ଖାନଙ୍କ ଏକ ଫଟୋ ଆସିଛି ଯେଉଁଥିରେ ସଲମାନ ଖାନଙ୍କ ଲକୀ ବ୍ରେସ୍‌ଲେଟ୍ ତାଙ୍କ ନିକଟରେ ଦେଖିବାକୁ ମିଳୁଛି। ଏହି ଫଟୋ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି।

ଏହା ସହିତ ସଲମାନ ଖାନଙ୍କ ଇଦ୍‌ ଅବସରର କିଛି ଫଟୋ ମଧ୍ୟ ସାମ୍ନାକୁ ଆସିଛି। ଏଥିରେ ତାଙ୍କ ଲକୀ ବ୍ରେସ୍‌ଲେଟ୍ ତାଙ୍କ ହାତରେ ଦେଖିବାକୁ ମିଳୁନି। ତେବ ଏହି ବ୍ରେସଲେଟ୍ ଆମୀର ଖାନଙ୍କ ହାତରେ ଅନେକ ଫଟୋରେ ଦେଖିବାକୁ ମିଳେ।

Advertisment

ଏନେଇ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇ ପ୍ରଶ୍ନ କରିଛନ୍ତି ଯେ ଭାଇଜାନ କାହିଁକି ଆମୀର ଖାନଙ୍କୁ ତାଙ୍କ ଲକୀ ବ୍ରେସ୍‌ଲେଟ୍ ଦେଇଦେଲେ? ଏହାକୁ ନେଇ ସୋସିଆଲ ମିଡିଆରେ ହଇଚଇ ଖେଳିଯାଇଛି ଏବଂ ଭାଇଜାନଙ୍କ ପ୍ରଶଂସକମାନେ ମଧ୍ୟ ଏହାକୁ ନେଇ ବହୁତ ଚିନ୍ତିତ ଅଛନ୍ତି।

Advertisment

ପ୍ରକାଶଥାଉ ଯେ ଇଦ୍ ଅବସରରେ ସଲମାନ ଖାନଙ୍କ ଫିଲ୍ମ 'କିସି କା ଭାଇ କିସି କୀ ଜାନ' ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଫରହାଦ୍ ସାମ୍‌ଜୀ। ଏହି ଫିଲ୍ମର ବଜେଟ୍ ପ୍ରାୟ ୮୦ କୋଟି ଟଙ୍କା ବୋଲି କୁହାଯାଉଛି।

'କିସି କା ଭାଇ କିସି କୀ ଜାନ' ପ୍ରଥମ ଦିନରେ ବକ୍ସ ଅଫିସରେ ୧୫.୮୧ କୋଟି ଟଙ୍କା ଆୟ କରିଥିବାବେଳେ ଦ୍ୱିତୀୟ ଦିନରେ ପ୍ରାୟ ୨୫ କୋଟି ଟଙ୍କା ରୋଜଗାର କରିଛି। ଏହି ଚଳଚ୍ଚିତ୍ରରେ ସଲମାନ ଖାନ, ପୂଜା ହେଗ୍‌ଡେ, ଭେଙ୍କଟେଶ, ଜଗପତି ବାବୁ, ରାଘବ ଜୁୟାଲ, ଜସି ଗିଲ, ସିଦ୍ଧାର୍ଥ ନିଗମ, ଶହନାଜ ଗିଲ୍‌, ଭୂମିକା ଚାୱଲା, ବିଜୟନ୍ଦର ସିଂହ ଏବଂ ପଲକ ତିୱାରୀ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି।

Salman Khan Bollywood Aamir Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ