Advertisment

ସଲମାନ ଖାନଙ୍କ ନୂଆ ଫିଲ୍ମକୁ ନେଇ ଚର୍ଚ୍ଚା; ୩୩ ହଜାର ଫୁଟ ଉପରେ ଦେବେ ଆକ୍ସନ

ସଲମାନ ଖାନଙ୍କ ଫିଲ୍ମ 'ସିକନ୍ଦର'କୁ ନେଇ ଭିନ୍ନ ଭିନ୍ନ ଆଲୋଚନା ହେଉଛି। ବେଳେବେଳେ ଫିଲ୍ମକୁ ନେଇ କୁହାଯାଉଛି ଯେ ଏହା ବନ୍ଦ ହୋଇଯାଇଛି। ତେବେ ବର୍ତ୍ତମାନ ସଲମାନ ଖାନଙ୍କ ଏକ ଫଟୋ ସାମ୍ନାକୁ ଆସିଛି, ଯାହା 'ସିକନ୍ଦର'ରୁ ଆସିଥିବା ଜଣାଯାଇଛି। ଏଥିରୁ ଏହା ସ୍ପଷ୍ଟ ହେଉଛି ଯେ ଫିଲ୍ମ ନିର୍ମାଣ କରାଯାଉଛି।

ଅଦ୍ୟତନ ହୋଇଛି
ସଲମାନ ଖାନଙ୍କ ନୂଆ ଫିଲ୍ମକୁ ନେଇ ଚର୍ଚ୍ଚା; ୩୩ ହଜାର ଫୁଟ ଉପରେ ଦେବେ ଆକ୍ସନ

ସଲମାନ ଖାନଙ୍କ ନୂଆ ଫିଲ୍ମକୁ ନେଇ ଚର୍ଚ୍ଚା; ୩୩ ହଜାର ଫୁଟ ଉପରେ ଦେବେ ଆକ୍ସନ

Advertisment

ସଲମାନ ଖାନ ଦୀର୍ଘ ଦିନ ହେବ ବଲିଉଡ୍‌କୁ ଏକ ହିଟ୍ ଫିଲ୍ମ ଦେବାକୁ ଅନେକ ଚେଷ୍ଟା ଜାରି ରଖିଛନ୍ତି। ଏହାରି ଭିତରେ ତାଙ୍କ ଫିଲ୍ମ 'ସିକନ୍ଦର'କୁ ନେଇ ଦୀର୍ଘ ଦିନ ହେବ ଆଲୋଚନା ହୋଇଆସୁଛି। ବେଳେବେଳେ ଫିଲ୍ମକୁ ନେଇ କୁହାଯାଉଛି ଯେ ଏହା ବନ୍ଦ ହୋଇଯାଇଛି। ତେବେ ବର୍ତ୍ତମାନ ସଲମାନ ଖାନଙ୍କ ଏକ ଫଟୋ ସାମ୍ନାକୁ ଆସିଛି, ଯାହା 'ସିକନ୍ଦର'ରୁ ଆସିଥିବା ଜଣାଯାଇଛି। ଏଥିରୁ ଏହା ସ୍ପଷ୍ଟ ହେଉଛି ଯେ ଫିଲ୍ମ ନିର୍ମାଣ କରାଯାଉଛି।

Advertisment
salman khan first look out from film sikander
ଫିଲ୍ମ 'ସିକନ୍ଦର'ରୁ ସାମ୍ନାକୁ ଆସିଥିବା ଫଟୋ

ଆହୁରି ବିଶେଷ କଥା ହେଉଛି ଏହି ଫିଲ୍ମଟି ଇଦ୍ ୨୦୨୫ରେ ମୁକ୍ତିଲାଭ କରିବ। ଫିଲ୍ମର ସେଟ୍‌ରୁ ଆସିଥିବା ଏହି ଫଟୋ ନିଶ୍ଚିତ ଭାବରେ ପ୍ରଶଂସକ ଏବଂ ଦର୍ଶକଙ୍କ ଆଗ୍ରହ ବଢାଇଛି। ଚଳିତ ବର୍ଷ ଜୁନ୍ ଠାରୁ ଆରମ୍ଭ ହୋଇଥିବା ଫିଲ୍ମ ପାଇଁ ୪୫ ଦିନର ସୁଟିଂ କାର୍ଯ୍ୟସୂଚୀ ମଧ୍ୟ ରଖାଯାଇଥିଲା।

ରହିବ ବଡ ଆକ୍ସନ୍ ଦୃଶ୍ୟ:

‘ସିକନ୍ଦର’ରେ ଏକ ବଡ଼ ଆକ୍ସନ୍ ଦୃଶ୍ୟ ରହିବା। ଏହାକୁ ସଲମାନ ଖାନଙ୍କ ସହ ସମୁଦ୍ର ପତ୍ତନଠାରୁ ୩୩,୦୦୦ ଫୁଟ ଉଚ୍ଚରେ ଥିବା ବିମାନ ଭିତରେ ସୁଟିଂ ହେବ। ନିର୍ମାତା ବର୍ତ୍ତମାନ ସେଟ୍‌ରୁ ଏହାର ଏକ ସ୍ୱତନ୍ତ୍ର ଫଟୋ ଶେୟାର କରିଛନ୍ତି। ଏହି ଟିମ୍ ବର୍ତ୍ତମାନ ୪୫ ଦିନର ସୁଟିଂ କାର୍ଯ୍ୟସୂଚୀରେ କାମ କରୁଛି ଏବଂ ଏହା ପରେ ସେମାନେ ହାଇଦ୍ରାବାଦର ଏକ ମହଲକୁ ଯିବେ।

Advertisment

ଆହତ ହୋଇ ବି ସଲମାନ ସୁଟିଂ କରୁଛନ୍ତି:

ଏହି ଫିଲ୍ମ ପାଇଁ ଧାରାବୀ ଏବଂ ମାଟୁଙ୍ଗା ଭଳି ସେଟ୍ ନିର୍ମାଣ କରାଯାଇଛି। ସଲମାନ ଖାନଙ୍କ ପଞ୍ଜରାରେ ଆଘାତ ଲାଗିଛି, କିନ୍ତୁ ସେ ସୁଟିଂ କରୁଛନ୍ତି ଏବଂ ଅତିରିକ୍ତ ସତର୍କତା ଅବଲମ୍ବନ କରାଯାଉଛି। ଏହା ସ୍ପଷ୍ଟ ଯେ ନିର୍ମାତା ସାଜିଦ ନାଡିୟାଡ୍‌ୱାଲା, ନିର୍ଦ୍ଦେଶକ ଆର୍ ମୁରୁଗାଡୋସ୍ ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ସହଯୋଗ ବାସ୍ତବରେ କିଛି ଦମଦାର ହେବାକୁ ଯାଉଛି।

ଇଦ୍ ୨୦୨୫ରେ ମୁକ୍ତିଲାଭ କରିବ:

ଫିଲ୍ମ ‘ସିକନ୍ଦର’ ଇଦ୍ ୨୦୨୫ରେ ମୁକ୍ତିଲାଭ କରିବ। ଇଦ୍ ପାଇଁ ସଲମାନ ଖାନଙ୍କ ଫିଲ୍ମକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରନ୍ତି। ଇଦ୍ ଅବସରରେ ସଲମାନଙ୍କ ଫିଲ୍ମ ରିଲିଜ୍ ବ୍ଲକବଷ୍ଟର ମଧ୍ୟ ହୁଏ। ତେବେ ଗତ ବର୍ଷ ମୁକ୍ତିଲାଭ କରିଥିବା ତାଙ୍କ ଫିଲ୍ମ ‘କିସି କା ଭାଇ କିସି କା ଜାନ’ ସେମିତି କିଛି କରିପାରି ନଥିଲା। ଏହି ଫିଲ୍ମଟି ବକ୍ସ ଅଫିସରେ ମାତ୍ର ୧୨୫କୋଟି ଟଙ୍କା ସଂଗ୍ରହ କରିଥିଲା।

Advertisment
Salman Khan Bollywood Salman Khan Films
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ