Advertisment

Gadar 2: ଅଢେଇ କିଲିଆ ହାତରେ ପୂରା ୪୦ କୋଟିର ଓପେନିଂ: ସଲମାନ ଖାନ

‘ଗଦର ୨’ ପ୍ରେକ୍ଷାଳୟରେ ହଇଚଇ ସୃଷ୍ଟି କରୁଛି। ଖାଲି ସାଧାରଣ ଦର୍ଶକ ନୁହେଁ ସୁପରଷ୍ଟାର୍‌ମାନେ ମଧ୍ୟ ଏହାର ଫ୍ୟାନ ହୋଇଯାଇଛନ୍ତି। ସଲମାନ ଯେଉଁଭଳି ଭାବରେ ସନି ପାଜିଙ୍କୁ ପ୍ରଶଂସା କରିଛନ୍ତି ତାହା ସୋସିଆଲ ମିଡିଆରେ ହଙ୍ଗାମା ସୃଷ୍ଟି କରିଛି।

ଅଦ୍ୟତନ ହୋଇଛି
Salman khan congratulate sunny deol for gadar-2 and praise to team

Salman khan congratulate sunny deol for gadar-2 and praise to team

Advertisment

ଅନିଲ ଶର୍ମାଙ୍କ ନିର୍ଦ୍ଦେଶିତ ତଥା ସନି ଦେଓଲ, ଅମିଶା ପଟେଲ ଏବଂ ଉତ୍କର୍ଷ ଶର୍ମାଙ୍କ ଅଭିନୀତ ‘ଗଦର ୨’ ଭାରତର ବକ୍ସ ଅଫିସ୍‌ରେ ହଙ୍ଗାମା କରୁଛି। ୧୧ ଅଗଷ୍ଟ ଶୁକ୍ରବାର ଦିନ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରକୁ ସମସ୍ତେ ପ୍ରଶଂସା କରୁଛନ୍ତି। ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ବଲିଉଡ୍‌ ତାରକାମାନେ ମଧ୍ୟ ସନି ଦେଓଲଙ୍କ ଫିଲ୍ମର ଅନୁଗାମୀ ହୋଇଯାଇଛନ୍ତି।

Advertisment

ବର୍ତ୍ତମାନ ସଲମାନ ଖାନ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଫିଲ୍ମକୁ ନେଇ ଖୁବ ପ୍ରଶଂସା କରିଥିଲେ। ସଲମାନ ଯେଉଁଭଳି ଭାବରେ ସନି ପାଜିଙ୍କୁ ପ୍ରଶଂସା କରିଛନ୍ତି ତାହା ସୋସିଆଲ ମିଡିଆରେ ହଙ୍ଗାମା ସୃଷ୍ଟି କରିଛି। ଏହାପରେ ଲୋକମାନେ 'ଗଦର ୨' ଦେଖିବାକୁ ପାଗଳ ହୋଇପଡିଛନ୍ତି।

ସଲମାନ ଖାନ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ‘ଗଦର ୨’ ପାଇଁ ପ୍ରେମରେ ଭରପୂର ଏକ ପୋଷ୍ଟ ଶେୟାର କରିଛନ୍ତି। ଫିଲ୍ମର ପୋଷ୍ଟର ଶେୟାର କରି ସେ କ୍ୟାପ୍‌ସନ୍‌ରେ ଲେଖିଛନ୍ତି, “ଢାଇ କିଲୋ କା ହାଥ୍‌ କେ ବରାବର ୪୦ କରୋଡ ଓପେନିଂ(ଅଢେଇ କିଲିଆ ହାତରେ ପୂରା ୪୦ କୋଟିର ଓପେନିଂ)। ସନି ପାଜି, ଆପଣ ମାରିନେଲେ। ‘ଗଦର ୨’ ର ପୂରା ଟିମ୍‌କୁ ଅନେକ ଅନେକ ଅଭିନନ୍ଦନ।”

Advertisment

ସଲମାନ ଖାନଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତାଙ୍କ ପୋଷ୍ଟରେ ତାଙ୍କ ପ୍ରଶଂସକମାନେ ମଧ୍ୟ ସନି ପାଜିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହା ସହିତ ସଲମାନଙ୍କ ମତ ପୂରା ଠିକ୍ ବୋଲି କହୁଛନ୍ତି। ତେବେ ଖବର ଲେଖାହେବା ବେଳକୁ ସଲମାନଙ୍କ ପୋଷ୍ଟରେ ୧୦ ଲକ୍ଷରୁ ଅଧିକ ଲୋକ ପସନ୍ଦ କରିଛନ୍ତି ଏବଂ ଅନେକ ପ୍ରତିକ୍ରିୟା ଦେଇଛନ୍ତି।

Advertisment

ତେବେ ଏହି ଫିଲ୍ମ ମାଧ୍ୟମରେ ସନୀ ଦେଓଲ-ଅମିଶା ପଟେଲଙ୍କ ଯୋଡି ପୁଣି ଥରେ ପ୍ରେକ୍ଷାଳୟରେ ଆତଙ୍କ ସୃଷ୍ଟି କରିଛନ୍ତି। ପ୍ରଥମ ଦିନରେ ‘ଗଦର ୨’ ହାଉସ୍‌ଫୁଲ୍ ଥିଲା। ଖବର ଅନୁଯାୟୀ ଏହି ଫିଲ୍ମ ପ୍ରଥମ ଦିନରେ ୪୦ରୁ ୪୫ କୋଟି ଟଙ୍କା ରୋଜଗାର କରିଛି।

Salman Khan Bollywood Sunny Deol Gadar-2
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ