Salman on rumours
ବଲିଉଡ ସୁପରଷ୍ଟାର ସଲମାନ ଖାନ ସବୁବେଳ ନିଜ ଭିନ୍ନ ଅନ୍ଦାଜ ପାଇଁ ଚର୍ଚ୍ଚ।ରେ ରୁହନ୍ତି । କେତେବେଳେ ନିଜ ଫିଲ୍ମ ପାଇଁ ତ କେତେବେଳେ ନିଜ ବିନ୍ଦାସ ଜୀବନ ପାଇଁ । ନିଜ କ୍ୟାରିଅରରେ ସେ ଅନେକ ବ୍ଲକବଷ୍ଟର ଫିଲ୍ମ ଫ୍ୟାନ୍ସଙ୍କୁ ଭେଟି ଦେଇଛନ୍ତି।
ମେନେ ପ୍ୟାର କିୟା, ହମ ଆପକେ ହେ କୌନ୍ , ବଜରଙ୍ଗି ଭାଇଜାନ, ସୁଲତାନ, କିକ୍ , ଟାଇଗର ଜିନ୍ଦା ହେ ଓ ଦବଙ୍ଗ ଭଳି ହିଟ୍ ଫିଲ୍ମରେ ସେ ନିଜର ଅଭିନୟର ମ୍ୟାଜିକ୍ ଦେଖାଇଛନ୍ତି । ତାଙ୍କ ବ୍ୟକ୍ତିଗତ ଜୀବନ, ପ୍ରେମଜୀବନ ଓ କ୍ୟାରିଅରକୁ ନେଇ ଅନେକ କିଛି ଶୁଣିବାକୁ ମିଳେ ।
ଅଧିକ ପଢ଼ନ୍ତୁ: ଫିଲ୍ମରେ ଟମ୍ କ୍ରୁଜଙ୍କ ଷ୍ଟଣ୍ଟ୍ , ପାଣିରେ ୬ମିନିଟ ପାଇଁ ବନ୍ଦ କଲେ ନିଶ୍ବାସ
ବଡ଼ ଷ୍ଟାର ହେ।ଇଥିବାରୁ ସୁଟିଂ ସେଟକୁ ସଲମାନ ଡେରିରେ ଯାଉଥିବା ନେଇ ସବୁବେଳେ ଚର୍ଚ୍ଚ। ହୁଏ । ଏହି ଚର୍ଚ୍ଚ। ଏବେକାର ନୁହେଁ । କିନ୍ତୁ ଏବେ ଏହା ଉପରେ ସ୍ପଷ୍ଟୀକରଣ ରଖିଛନ୍ତି ସଲମାନ ।
ଏକ ସାକ୍ଷାତକାରେ କହିଛନ୍ତି ସୁଟିଂ ସେଟକୁ ବିଳମ୍ବରେ ଆସିବା , କାମ ପ୍ରତି ସିରିୟସ ନଥିବା ନେଇ ମୋ ନାଁରେ ଚର୍ଚ୍ଚ। ହେଉଛି । ମୁଁ ୧୦୦ରୁ ଅଧିକ ଫିଲ୍ମ କରିଛି । ଏହା କେବେ ସମ୍ଭବ ହେ।ଇପାରିନଥାଆନ୍ତା ଯଦି ମୁଁ ସୁଟିଂ ସେଟକୁ ଡେରିରେ ଆସିଥାଆନ୍ତି କିମ୍ବା ଜଲଦି ପଳାଇଥାଆନ୍ତି ।
ସଲମାନ ଆହୁରି କହିଛନ୍ତି ସୁଟିଂ ସେଟରେ ସେ ୧୦୦ ପ୍ରତିଶତ ଡିସିପ୍ଲିନ୍ ରଖିଥାଆନ୍ତି । ସେଥିପାଇଁ ତାଙ୍କର କାମ କରିବାର ସମୟ ଅନ୍ୟ ମାନଙ୍କ ଠାରୁ ଭିନ୍ନ ହେ।ଇଥାଏ ।
କିଛି ଲେ।କ ସକାଳ ୬ଟାରେ କାମ ଆରମ୍ଭ କରନ୍ତି । ମୁଁ କିନ୍ତୁ ୧୧ଟା ୩୦ରୁ ୧୨ଟା ଭିତରେ କାମ ଆରମ୍ଭ କରିଥାଏ । ମତେ ବହୁତ କିଛି କାମ କରିବାକୁ ଥାଏ । ଅନେକ ପେପର ସାଇନ କରିବା ସହ ଅନେକ ଲେ।କଙ୍କୁ ଫେ।ନ କରିବାକୁ ପଡେ ।
ସେସବୁ କାମ କରିବା ପରେ ମୁଁ ଆରାମ କରିବା ସହ କଫି ପିଇଥାଏ । ସେଦିନର ସୁଟିଂ କରିବାକୁ ଥିବା ସିନକୁ ବୁଝିଥାଏ ସେଥିରେ କିଭଳି ଅଭିନୟ କରିବାର ଅଛି । କିନ୍ତୁ ଥରେ ସୁଟିଂ ସେଟରେ ପହଞ୍ଚିଲା ପରେ ପୁରା ଫେ।କସର ସହ କାମ କରିଥାଏ । ସୁଟିଂ ସମୟରେ କୌଣସି ଅନ୍ୟ କଥାରେ ମୁଣ୍ଡ ପୁରାଉନଥିବା କହିଛନ୍ତି ଦବଙ୍ଗ ଷ୍ଟାର ।
ଅଧିକ ପଢ଼ନ୍ତୁ: ବୟସ ଜମା ୨୩; ଦେଖୁଛନ୍ତି ବିବାହ ସ୍ୱପ୍ନ, କହିଲେ କିଏ ହେବ ସ୍ୱାମୀ
ସଲମାନ ଆହୁରି କହିଛନ୍ତି ସେ କେବେ ଫିଲ୍ମର ସଫଳତା ପାଇଁ ପ୍ରାର୍ଥନା କରନ୍ତିନି । ତାଙ୍କ ମାଆ, ଭଉଣୀ ଓ ଫ୍ୟାନ୍ସ ଫିଲ୍ମର ସଫଳତା ପାଇଁ ନିଶ୍ଚୟ ପ୍ରାର୍ଥନା କରୁଥିବେ । ବକ୍ସଅଫିସ ରେଜଲ୍ଟ ଅପେକ୍ଷା କିଭଳି ମୋ କାମରେ ଦର୍ଶକ ଖୁସି ହେବେ ତା ଉପରେ ଅଧିକ ଫେ।କସ କରିଥାଏ ।
ଶେଷଥର ପାଇଁ ସଲମାନ ଖାନ୍ ଫିଲ୍ମ ସିକନ୍ଦରରେ ନଜର ଆସିଥିଲେ । ରଶ୍ମିକା ମନ୍ଦାନା ଓ କାଜଲ ଅଗ୍ରୱାଲ ବି ଫିଲ୍ମରେ ଅଭିନୟ କରିଥିଲେ । ତେବେ ବକ୍ସଅଫିସରେ ସେତେ ଖାସ ପ୍ରଦର୍ଶନ କରିପାରିନଥିଲା ସିକନ୍ଦର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749725939.jpg)