Salman Khan Body Guard Pushes Vicky Kaushal Video Goes Viral
ଆଇଫା ୨୦୨୩(IIFA 2023) ଆୱାର୍ଡସ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଏହାର ଅନେକ ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଏସବୁ ଭିତରେ ବଲିଉଡ୍ ଅଭିନେତା ଭିକି କୌଶଲ ଓ ସଲମାନ ଖାନଙ୍କ ଏକ ଭିଡିଓ ବେଶ୍ ଭାଇରାଲ୍ ହେଉଛି। ସୁରକ୍ଷା କାରଣରୁ ଆବୁ ଧାବିରେ ଚାଲିଥିବା ଆଇଫା ପ୍ରୋଗ୍ରାମରେ ସଲମାନଙ୍କ ବଡିଗାର୍ଡ ଭିକିଙ୍କୁ ଧକ୍କା ମାରିଥିବା ଭିଡିଓ ଭାଇରାଲ୍ ହେଉଛି। ଏନେଇ ଫ୍ୟାନ୍ସ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି।
କିଛି ଫ୍ୟାନ୍ସଙ୍କ ସଲମାନଙ୍କୁ ସପୋର୍ଟ କରିଥିବା ବେଳେ ଆଉ କିଛି ଫ୍ୟାନ୍ସ ଭିକିଙ୍କୁ ସପୋର୍ଟ କରିଛନ୍ତି। ଏସବୁ ଭିତରେ ଏନେଇ ଭିକିଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଏହାସହ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଏଥିରେ ଉଭୟ ଷ୍ଟାର ପରସ୍ପରକୁ ଆଲିଙ୍ଗନ କରୁଥିବା ନଜର ଆସିଛି।
ନ୍ୟୁଜ୍ ଏଜେନ୍ସି ANI ଦ୍ୱାରା ଶେୟାର କରାଯାଇଥିବା ଭିଡିଓରେ ଦେଖିବାକୁ ମିଳିଛି, ଗଣମାଧ୍ୟମ ପ୍ରତିନିଧି ଯେତେବେଳେ ଅଭିନେତା ଭିକିଙ୍କୁ ଘଟଣା ସମ୍ପର୍କରେ ପଚାରିଥିଲେ, ଜବାବରେ ଭିକି କହିଥିଲେ- ପ୍ରକୃତରେ ଘଟଣା ସେମିତି ନହୋଇପାରେ, ଯେମିତି ଆପଣମାନେ ଭିଡିଓରେ ଦେଖୁଛନ୍ତି। ତେଣୁ ଏସମ୍ପର୍କରେ ଆଲୋଚନା କରିବାର କୌଣସି ଅର୍ଥ ନାହିଁ। ସେ ଆହୁରି କହିଛନ୍ତି ଯେ, ‘ଅନେକ ଥର ଅନାବଶ୍ୟକ ଘଟଣା ଉପରେ ଆଲୋଚନା କରାଯାଇଥାଏ। ଯାହାର କୌଣସି ଅର୍ଥ ନଥାଏ।’ ଏହି ଭିଡିଓ ବ୍ୟତୀତ ଅନ୍ୟ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ IIFA କାର୍ପେଟ୍ରେ ଭିକି ଓ ସଲମାନ ପରସ୍ପରକୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଛି।
Megastar #SalmanKhan hugs Vicky kaushal at the #IIFA2023. #Tiger3pic.twitter.com/6eTgyxTTlA
— MASS (@Freak4Salman) May 26, 2023
ସୂଚନାଥାଉ କି, ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଥିଲା। ଯେଉଁଥିରେ ଦେଖିବାକୁ ମିଳିଥିଲା, ଭିକି କୌଶଲ ଫ୍ୟାନ୍ସଙ୍କ ସହ ସେଲ୍ଫି ନେଉଛନ୍ତି ଓ ଏହି ସମୟରେ ସଲମାନ ଖାନ ଏଣ୍ଟ୍ରି କରୁଛନ୍ତି। ଭିକି ଯେତେବେଳେ ସଲମାନଙ୍କ ସହ ହାତ ମିଳାଇବାକୁ ତାଙ୍କ ପାଖକୁ ଆସିଥିଲେ, ଏହି ସମୟରେ ବଡିଗାର୍ଡ ତାଙ୍କୁ ଧକ୍କା ମାରିଥିଲେ। IIFA ଆୱାର୍ଡସ୍ରେ ସାମିଲ ବଲିଉଡ୍ରେ ଅନେକ ଷ୍ଟାର ଆବୁଧାବିରେ ପହଞ୍ଚିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1685158861.jpg)