Advertisment

କାହିଁକି ଭଲ ରୋଜଗାର କରିପାରୁନି ‘ଅନ୍ତିମ୍‌’

ଆଶା ଥିଲା ସଲମାନ୍ ଖାନ ଅଭିନୀତ ‘ଅନ୍ତିମ୍‌’ ଆସୁଆସୁ ‍ହଇଚଇ କରିବ। କିନ୍ତୁ ଏହି ଆଶା ମଳିନ ପଡିଯାଇଛି। ବକ୍ସ ଅଫିସ୍‌ରେ ଏହା କରିପାରୁନି ସେଭଳି ରୋଜଗାର। ତେବେ କାହିଁକି…

Salman Khan-Ayush Sharma film Antim did not earn more money

Salman Khan-Ayush Sharma film Antim did not earn more money

Advertisment

ମୁମ୍ବାଇ : ନିରାଶ କରିଛି ସଲମାନ ଖାନ୍-ଆୟୁଷ ଶର୍ମା ଅଭିନୀତ ଫିଲ୍ମ ‘ଅନ୍ତିମ୍ : ଦ ଫାଇନାଲ୍‌ ଟ୍ରୁଥ୍’। ଫିଲ୍ମକୁ ନେଇ ଯାହା ଆଶା କରାଯାଉଥିଲା ତାହା ମିଳିନି। ଆଶା ଥିଲା ଫିଲ୍ମ ବକ୍ସ ଅଫିସ୍‌ରେ ଭଲ ରୋଜଗାର କରିବ। ଏପରିକି ସଲମାନ୍‌ ଖାନ୍‌ଙ୍କ ଷ୍ଟାରଡମ୍ ମଧ୍ୟ ଫିଲ୍ମକୁ ସେତେ ସଫଳ ଦେଇନି। ଫିଲ୍ମ ପ୍ରଥମ ଦିନ ପାଖାପାଖି ୪.୫ କୋଟି ରୋଜଗାର କରିଛି।

Advertisment

ବେପାର ଦୃଷ୍ଟିରୁ ଯଦି ଦେଖାଯାଏ ତେବେ ଫିଲ୍ମର ଆରମ୍ଭ ଧିମେଇ ଯାଇଛି। କିନ୍ତୁ ଆଶା ଥିଲା ଦ୍ୱିତୀୟ ଦିନ ମଧ୍ୟ ଫିଲ୍ମ ଭଲ ରୋଜଗାର କରିବ। କିନ୍ତୁ ଦ୍ୱିତୀୟ ଦିନ ମଧ୍ୟ ଏହା ସେଭଳି ରୋଜଗାର ଦେଇନି। ତଥାପି ଆଶା ରହିଛି ଫିଲ୍ମ ଆଗକୁ ଭଲ ରୋଜଗାର ଦେବ।

ସଲମାନ ଖାନଙ୍କ୍ ଲମ୍ବା ଫ୍ୟାନ୍-ଫଲୋଇଙ୍ଗ୍‌ ତାଲିକା ଦେଖି ଏହା ଅନୁମାନ କରାଯାଉଥିଲା ଯେ ଏହି ଫିଲ୍ମ ରିଲିଜ୍ ହେଉ ହେଉ ବକ୍ସ ଅଫିସ୍‌ରେ ହଇଚଇ ମଚେଇ ଦେବ। କିନ୍ତୁ ଏପରି ହୋଇପାରିଲା ନାହିଁ। ଦ୍ୱିତୀୟ ଦିନ ମଧ୍ୟ ଏହା ୫.୨୫ ରୁ ୫.୫୦ କୋଟି ପର୍ଯ୍ୟନ୍ତ ରୋଜଗାର କରିପାରିଛି।

Advertisment

ବର୍ତ୍ତମାନ ଏହି ହିସାବ ଦେଖିଲେ ଫିଲ୍ମର ଦ୍ୱିତୀୟ ଦିନର ରୋଜଗାରରେ ସେଭଳି କିଛି ଅଧିକ ଦେଖିବାକୁ ମିଳିନି। କିନ୍ତୁ ଏହା ସିନେନିର୍ମାତାଙ୍କ ପାଇଁ ଏହା ସେଭଳି କ୍ଷତିର ବିଷୟ ନୁହେଁ ଯେ ଏହା ପ୍ରଥମ ଦିନର ରୋଜଗର ଠାରୁ ତଳକୁ ଯାଇନି।

ତେବେ ସଲମାନ ଖାନ ଓ ଆୟୁଷ ଶର୍ମା ଅଭିନୀତ ଏହି ଫିଲ୍ମର କମ ରୋଜଗାର ନେଇ ଅନେକ କାରଣ ରହିଛି। ଗୋଟିଏ କାରଣ ହେଉଛି, ଏହି ଫିଲ୍ମ ରିଲିଜ୍ ହେବାର ଗୋଟିଏ ଦିନ ପୂର୍ବରୁ ଜନ୍ ଆବ୍ରାହମଙ୍କ ‘ସତ୍ୟମେବ ଜୟତେ’ ରିଲିଜ୍ ହୋଇଥିଲା। ଏହାର ଦ୍ୱିତୀୟ କାରଣ ହେଲା ଆଜିଯାଏ ବି ଅକ୍ଷୟ କୁମାର ଅଭିନୀତ ‘ସୂର୍ଯ୍ୟବଂଶୀ’ ମଧ୍ୟ ପ୍ରେକ୍ଷାଳୟରେ ଭଲ ଚାଲିଛି।

Advertisment
Salman Khan-Ayush Sharma film Antim did not earn more moneyକାହିଁକି ଭଲ ରୋଜଗାର କରିପାରୁନି ‘ଅନ୍ତିମ୍‌’

ଏହି ଫିଲ୍ମରେ ସଲମାନ ଖାନ୍ ଜଣେ ପୁଲିସ୍ ବାଲାର ଭୂମିକା ନିଭେଇଥିବା ବେଳେ ପ୍ରଥମ ଥର ପାଇଁ ସେ ନିଜ ଭିଣେଇ ଆୟୁଷ ଶର୍ମାଙ୍କ ସହିତ ନଜର ଆସିବେ। ଏଥିରେ ଆୟୁଷ ଜଣେ ଗାଙ୍ଗଷ୍ଟାରର ଭୂମିକାରେ ନଜର ଆସିଛନ୍ତି। କରୋନା ମହାମାରୀ ପରେ ସଲମାନ ଖାନଙ୍କ ଏହି ଫିଲ୍ମ ପ୍ରଥମ ଥର ପାଇଁ ପ୍ରେକ୍ଷାଳୟକୁ ଆସିଛି।

ତେବେ ଫିଲ୍ମକୁ ନେଇ ଦବଙ୍ଗ ଖାନଙ୍କ ପ୍ରଶଂସକମାନେ ଖୁବ୍ ଉତ୍ସାହିତ ଅଛନ୍ତି। ଏହି ଫିଲ୍ମର ଆରମ୍ଭକୁ ନେଇ ଦର୍ଶକଙ୍କ ସହିତ ଫିଲ୍ମ ସମୀକ୍ଷକଙ୍କର ତ ମତ ମିଳିସାରିଛି, କିନ୍ତୁ ନେଟିଜେନ୍ସଙ୍କ ଏକ ଗ୍ରୁପ୍ ସଲମାନଙ୍କ ଏହି ଫିଲ୍ମକୁ ବୟକଟ୍ କରିବା ନେଇ ଉଠେଇଛନ୍ତି।

ଏହି ଫିଲ୍ମରେ ସଲମାନ୍ ଖାନଙ୍କ ଭଉଣୀ ଅର୍ପିତାଙ୍କ ସ୍ୱାମୀ ଆୟୁଷ ଶର୍ମା ଓ ଟିଭିରୁ ବଲିଉଡରେ ପ୍ରବେଶ କରିଥିବା ମହିମା ମକୱାନାଙ୍କ ଯୋଡି ମଧ୍ୟ ନଜର ଆସିବେ। ମହେଶ ମାଞ୍ଜରେକରଙ୍କ ନିର୍ଦ୍ଦେଶିତ ଓ ସଲମାନ ଖାନଙ୍କ ପ୍ରଯୋଜନରେ ପ୍ରସ୍ତୁତ ଏହି ଫିଲ୍ମ ମରାଠୀ ଫିଲ୍ମ ‘ମୁଲ୍ଶୀ ପାଟର୍ଣ୍ଣ’ର ରିମେକ୍। ଏଥିରେ ସୁପର୍‌ଷ୍ଟାର୍‌ ସଲ୍‌ମାନ୍‌ ଖାନ୍‌ ଜଣେ ଶିଖ୍ ପୁଲିସ୍ ଭୂମିକାରେ ନଜର ଆସିଛନ୍ତି।

Bollywood Antim
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ