Advertisment

କାହିଁକି ସବୁ ରେକର୍ଡ କାଟିବ ‘ଅନ୍ତିମ୍‌’?

ବର୍ତ୍ତମାନ ବକ୍ସ ଅଫିସରେ ଭଲ ରୋଜଗାର କରୁଛି ଅକ୍ଷୟ କୁମାରଙ୍କ ‘ସୂର୍ଯ୍ୟବଂଶୀ’। ତେବେ ଆସୁଥିବା ସଲ୍‌ମାନ୍‌ଙ୍କ ‘ଅନ୍ତିମ୍’ ସବୁ ରେକର୍ଡ ଭାଙ୍ଗିବାକୁ ଯାଉଛି। ଜାଣନ୍ତୁ କାରଣ…

ଅଦ୍ୟତନ ହୋଇଛି
Salman Khan Antim can break all records

Salman Khan Antim can break all records

Advertisment

ଖୁବ ଶୀଘ୍ର ବଡ ପରଦାରେ ରିଲିଜ୍ ହେବାକୁ ଯାଉଛି ସଲ୍‌ମାନ୍ ଖାନ ଓ ଆୟୁଷ ଶର୍ମାଙ୍କ ଫିଲ୍ମ ‘ଅନ୍ତିମ : ଦ ଫାଇନାଲ୍ ଟ୍ରୁଥ୍’। ଏହି ଫିଲ୍ମ ଚଳିତ ମାସ ୨୬ ତାରିଖରେ ପ୍ରେକ୍ଷାଳୟକୁ ଆସିବ। ଭାଇଜାନଙ୍କ ପ୍ରଶଂସକମାନେ ଏହି ଦିନକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ତେବେ ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଏହାର ଗୀତଗୁଡିକ ଧମାଲ କରୁଛି।

Advertisment

ବର୍ତ୍ତମାନ ଅକ୍ଷୟ କୁମାରଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’ ବକ୍ସ ଅଫିସ୍‌ରେ ବହୁର ଭଲ କମେଇବାରେ ଲାଗିଛି। ଏହାରି ଭିତରେ ସଲମାନ ଖାନଙ୍କ ‘ଅନ୍ତିମ’ ମଧ୍ୟ ରୋଜଗାରର ସବୁ ରେକର୍ଡ ଭାଙ୍ଗିବ ବୋଲି କହିବା କୌଣସି ଗୁଣରେ ଭୁଲ ହେବ ନାହିଁ। ତେବେ ଏହାର କାରଣ କ’ଣ? ଏମିତି କ’ଣ ରହିଛି ଏହି ଫିଲ୍ମରେ, ଯାହା ସବୁ ରେକର୍ଡକୁ ଭାଙ୍ଗିଦେବ? କାହିଁକି ଏହା ହେବେ ସୁପରଡୁପର୍ ହିଟ୍ ଆସନ୍ତୁ ସେ ବିଷୟରେ କିଛି ତଥ୍ୟ ଜାଣିନେବା।

୧- ଦୀର୍ଘ ସମୟ ପରେ ସଲ୍‌ମାନ୍‌ ଖାନଙ୍କୁ ବଡ ପରଦାରେ ଦେଖିବାକୁ ମିଳିବ। କରୋନା ମହାମାରୀ ପରେ ସଲ୍‌ମାନ୍‌ ଖାନ୍‌ ଦୀର୍ଘ ସମୟ ପରେ ବଡ ପରଦାକୁ ଫେରିବାକୁ ଯାଉଛନ୍ତି। ଏନେଇ ତାଙ୍କ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି। ସଲ୍‌ମାନ୍‌ ଖାନଙ୍କୁ 'ଅନ୍ତିମ' ମାଧ୍ୟମରେ ପ୍ରାୟ ଦୁଇ ବର୍ଷ ପରେ ବଡ ପରଦାରେ ଦେଖିବାକୁ ମିଳିବ।

Advertisment

ଏହାପୂର୍ବରୁ ତାଙ୍କୁ ୨୦୧୯ ଡିସେମ୍ବର ୨୦ରେ ତାଙ୍କର ଶେଷ ଚଳଚ୍ଚିତ୍ର 'ଡବଙ୍ଗ ୩' ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା, ଯାହା ବକ୍ସ ଅଫିସ୍‌ରେ ପ୍ରାୟ ୧୪୬ କୋଟି କମେଇଥିଲା। ଏଭଳି ପରିସ୍ଥିତିରେ ସଲ୍‌ମାନ୍‌ଙ୍କ ପ୍ରଶଂସକମାନେ ତାଙ୍କ ଫିଲ୍ମ 'ଅନ୍ତିମ୍' ଦେଖିବାକୁ ଆଗ୍ରହୀ ଅଛନ୍ତି।

Salman Khan Antim can break all recordsକାହିଁକି ସବୁ ରେକର୍ଡ କାଟିବ ‘ଅନ୍ତିମ୍‌’?

୨- ସଲମାନ ଖାନ ଏବଂ ଆୟୁଷ ଶର୍ମା ପ୍ରଥମ ଥର ପାଇଁ ଫିଲ୍ମ 'ଅନ୍ତିମ୍‌'ରେ ଏକାଠି ନଜର ଆସିବେ। ସଲମାନ ଖାନଙ୍କୁ ତାଙ୍କ ଭିଣୋଇ ଆୟୁଷ ଶର୍ମାଙ୍କ ସହ ଦେଖିବାକୁ ମିଳିବ। ଉଭୟ ପ୍ରଥମରେ ସ୍କ୍ରିନ୍ ସେୟାର କରୁଥିବା ଦେଖାଯିବେ। ସଲମାନଙ୍କ ପ୍ରଶଂସକଙ୍କ ପାଇଁ ଏହା ଏକ ଡବଲ୍ ଟ୍ରିଟ୍ ଠାରୁ କମ୍ ହେବ ନାହିଁ। ଫିଲ୍ମର ଟ୍ରେଲର୍‌ରେ ଉଭୟଙ୍କ ଜବରଦସ୍ତ ଯୋଡି ଦେଖିବାକୁ ମିଳୁଛି।

Advertisment

୩- ଏହି ଫିଲ୍ମରେ ପ୍ରଶଂସକମାନେ ସଲମାନଙ୍କୁ ସମ୍ପୂର୍ଣ୍ଣ ଭିନ୍ନ ଲୁକ୍‌ରେ ଦେଖିବାକୁ ପାଇବେ। ପୂରା ଫିଲ୍ମରେ ତାଙ୍କୁ ପ୍ରଥମ ଥର ପାଇଁ ସର୍ଦ୍ଦାର ଗେଟ୍‌ଅପ୍‌ରେ ଦେଖିବାକୁ ମିଳିବ। ଫିଲ୍ମର ଟ୍ରେଲର ରିଲିଜ ହେବା ପରେ ଜଣାପଡିଛି ଯେ ପ୍ରଶଂସକମାନେ ତାଙ୍କ ଗେଟ୍‌ଅପ୍‌କୁ ଖୁବ୍ ପସନ୍ଦ କରିଛନ୍ତି।

୪- ସବୁଠାରୁ ଉତ୍ସାହର କଥା ଏହା ଯେ ଏହି ଫିଲ୍ମରେ ସଲ୍‌ମାନ୍‌ ଖାନ୍‌ ପୁଲିସ ଭୂମିକାରେ ନଜର ଆସିଛନ୍ତି। ଯେତେବେଳେ ବି ସଲ୍‌ମାନ୍‌ ଫିଲ୍ମରେ ପୁଲିସର ଭୂମିକାରେ ଅଭିନୟ କରନ୍ତି, ସେତେବେଳେ ସେ ବକ୍ସ ଅଫିସ୍‌ରେ ଜମେଇକି ଚାଲେ। 'ୱାଣ୍ଟେଡ୍' ଆଉ ‘ଦବଙ୍ଗ’ ସିରିଜ୍ ଏହାର ଜ୍ୱଳନ୍ତ ଉଦାହରଣ। ତେଣୁ ଆଶା କରାଯାଉଛି ଯେ ଏଥର ମଧ୍ୟ ସଲ୍‌ମାନ୍‌ଙ୍କ ଫିଲ୍ମ 'ଅନ୍ତିମ୍‌' ଦର୍ଶକଙ୍କ ଠାରୁ ଅନେକ ପ୍ରଶଂସା ପାଇବ।

୫- ଚଳଚ୍ଚିତ୍ରର ଆକର୍ଷଣୀୟ କାହାଣୀ ଫିଲ୍ମର ଟ୍ରେଲର ଦେଖିବା ପରେ ଜଣାପଡିଛି। ସଲମାନ ପୁଣି ଥରେ ଏକ ଦୃଢ କାହାଣୀ ସହିତ ବଡ ପରଦାକୁ ଫେରିବାକୁ ଯାଉଛନ୍ତି। ଏହି ଚଳଚ୍ଚିତ୍ରର କାହାଣୀ ଜଣେ ଭିଲେନ୍ ଓ ପୁଲିସ୍ ଉପରେ ଆଧାରିତ। ଲୋକମାନେ ଆୟୁଷଙ୍କୁ ଜଣେ ଭିଲେନ୍ ଭାବରେ ବହୁତ ପସନ୍ଦ କରୁଥିବାବେଳେ ସଲ୍‌ମାନ୍‌ଙ୍କ ପ୍ରଶଂସକମାନେ ମଧ୍ୟ ତାଙ୍କ ଚରିତ୍ରକୁ ବେଶ ପସନ୍ଦ କରୁଛନ୍ତି।

Film Review
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ