Advertisment

Salaar: ‘ସାଲାର’ର ଏହି ଆକ୍ସନ୍ ସିନ୍ ଦେଖିଲେ ଛାତି ଥରି ଉଠିବ

ପ୍ରଶାନ୍ତ ନୀଲଙ୍କ ନିର୍ଦ୍ଦେଶିତ ସୁପରଷ୍ଟାର ପ୍ରଭାସଙ୍କ ଅଭିନୀତ ହୋମ୍ବଲେ ଫିଲ୍ମସର ‘ସାଲାର ପାର୍ଟ ୱାନ୍ : ସିଜ୍‌ଫାୟାର’ ପ୍ରକୃତରେ ପ୍ରଶଂସକ ଏବଂ ଦର୍ଶକଙ୍କ ପାଇଁ ଏକ ଉପହାର ପରି ଆସିଛି। ଏହି ଫିଲ୍ମ ଲୋକଙ୍କୁ ନିଜ ସିଟ୍‌ରେ ବାନ୍ଧି ରଖୁଛି ଏବଂ ଫିଲ୍ମ ନିର୍ମାତା ସଫଳତାର ସହ ଦର୍ଶକଙ୍କୁ ଖାନ୍‌ସର୍‌ର ଦୁନିଆକୁ ନେଇଯାଉଛନ୍ତି।

ଅଦ୍ୟତନ ହୋଇଛି
Salaar action promo hindi release

Salaar action promo hindi release

Advertisment

କେଜିଏଫ୍ ନିର୍ଦ୍ଦେଶକ ପ୍ରଶାନ୍ତ ନୀଲଙ୍କ ନିର୍ଦ୍ଦେଶିତ ସୁପରଷ୍ଟାର ପ୍ରଭାସଙ୍କ ଅଭିନୀତ ହୋମ୍ବଲେ ଫିଲ୍ମସର ‘ସାଲାର ପାର୍ଟ ୱାନ୍ : ସିଜ୍‌ଫାୟାର’ ପ୍ରକୃତରେ ପ୍ରଶଂସକ ଏବଂ ଦର୍ଶକଙ୍କ ପାଇଁ ଏକ ଉପହାର ପରି ଆସିଛି। ଏହି ଫିଲ୍ମ ଲୋକଙ୍କୁ ନିଜ ସିଟ୍‌ରେ ବାନ୍ଧି ରଖୁଛି ଏବଂ ଫିଲ୍ମ ନିର୍ମାତା ସଫଳତାର ସହ ଦର୍ଶକଙ୍କୁ ଖାନ୍‌ସର୍‌ର ଦୁନିଆକୁ ନେଇଯାଉଛନ୍ତି।

Advertisment

ଏଭଳି ପରିସ୍ଥିତିରେ ପ୍ରଭାସଙ୍କ ଅଭିନୟ ସହିତ ପ୍ରଶାନ୍ତ ନୀଲଙ୍କ କଣ୍ଟେଣ୍ଟ ଏବଂ ନିର୍ଦ୍ଦେଶନା ପାଇଁ ଫିଲ୍ମଟି ଜନସାଧାରଣଙ୍କ ଭଲ ପାଇବା ସାଉଁଟିବାକୁ ଯାଉଥିବା ବେଳେ ଫିଲ୍ମର ଆକ୍ସନ୍ ସିକ୍ୱେନ୍ସ ମଧ୍ୟ ସମସ୍ତଙ୍କୁ ଆକର୍ଷିତ କରୁଛି।

ଫିଲ୍ମରେ ଏମିତି ଅନେକ ଆକ୍ସନ୍ ସିକ୍ୱେନ୍ସ ଅଛି, ଯାହା ଲୋକଙ୍କୁ ନିଜ ସିଟ୍‌ ଧାରକୁ ଟାଣି ଆଣୁଛି ଏବଂ ସେମାନେ ଫିଲ୍ମରେ ପ୍ରଭାସଙ୍କ ଆକ୍ସନ୍ ଅବତାରକୁ ଜମେଇକି ପ୍ରଶଂସା କରୁଛନ୍ତି। ପ୍ରଶଂସକଙ୍କ ଏହି ଉତ୍ସାହକୁ ବଜାୟ ରଖିବା ପାଇଁ ନିର୍ମାତା ଫିଲ୍ମରୁ ଆକ୍ସନ୍‌ର ଏକ ନୂଆ ଝଲକ ସାମ୍ନାକୁ ଆଣିଛନ୍ତି। ଏହାର ଏକ ପ୍ରୋମୋ ଶେୟାର କରି ନିର୍ମାତା ସୋସିଆଲ ମିଡିଆରେ ‘ୟା… ୟା… ୟା…’ ଲେଖିଛନ୍ତି।

Advertisment

ଆକ୍ସନ୍ ପ୍ରୋମୋରେ ଫିଲ୍ମର ସବୁଠାରୁ ପସନ୍ଦର ଦେବୀ ମା’ ସିକ୍ୱେନ୍ସର ଝଲକ ଦେଖାଯାଏ, ଯେଉଁଥିରେ ପ୍ରଭାସଙ୍କୁ ବହୁତ ଲମ୍ବା ସମୟ ପରେ ତାଙ୍କର ସବୁଠାରୁ ବଡ ଅବତାରରେ ଉପସ୍ଥାପିତ କରାଯାଇଛି। ଏହି ସିନ ଦେଖିଲେ ଯେକୌଣସି ବ୍ୟକ୍ତିଙ୍କ ଲୋମ ଟାଙ୍କୁରି ଉଠିବା ଥୟ। ଏହି ପୂରା ଆକ୍ସନ୍ ସିକ୍ୱେନ୍ସକୁ ସିନେମା ହଲ୍‌ରେ ଥିବା ଜନସାଧାରଣଙ୍କଠାରୁ ଜବରଦସ୍ତ ଉତ୍ସାହ ଏବଂ ପ୍ରତିକ୍ରିୟା ମିଳୁଛି।

Prabhas Salaar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ