Advertisment

Happy Birth Day: ସାଜିଦ ଖାନଙ୍କ ପିଲାଦିନ ଥିଲା ସଂଘର୍ଷମୟ; ପରିସ୍ଥିତି ଯୋଗୁଁ କରୁଥିଲେ ଚୋରି

ସାଜିଦ ଖାନ ଆଜି ବଲିଉଡ୍‌ର ଜଣେ ପ୍ରସିଦ୍ଧ ନିର୍ଦ୍ଦେଶକ। ପିଲାଦିନେ ପରିସ୍ଥିତି ଏମିତି ହେଲା ଯେ ଚୋରି କରିବାକୁ ପଡୁଥିଲା। ପରେ ଦୁଷ୍କର୍ମ ମାମଲା ମଧ୍ୟ ଛନ୍ଦିହୋଇଗଲା। ତେବେ ଆଜି ତାଙ୍କ ଜନ୍ମଦିନରେ ଆସନ୍ତୁ ତାଙ୍କ ଜୀବନର ସଂଘର୍ଷ ଏବଂ ବିବାଦ ଉପରେ ନଜର ପକେଇ ନେବା।

ଅଦ୍ୟତନ ହୋଇଛି
Sajid Khan's Birthday

Sajid khan life is full of controversy know interesting facts about him

Advertisment

ବଲିଉଡ୍ ଡାଇରେକ୍ଟର ସାଜିଦ ଖାନ ଆଜି ତାଙ୍କର ୫୨ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୨୩ ନଭେମ୍ବର ୧୯୭୦ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। 'ମିଠୁ' ଅଭିଯୋଗ ପରେ ସାଜିଦ୍ ଖାନ୍ ଦୀର୍ଘ ଦିନ ଧରି ନିଖୋଜ ଥିଲେ। ଆଜିକାଲି ତାଙ୍କୁ ଟିଭିର ପ୍ରସିଦ୍ଧ ଶୋ’ 'ବିଗ୍ ବସ୍'ର ସିଜନ୍ ୧୬ରେ ଦେଖିବାକୁ ମିଳୁଛି। ସାଜିଦଙ୍କ ଭଉଣୀ ଫରାହ ଖାନ ଜଣେ ଜଣାଶୁଣା କୋରିଓଗ୍ରାଫର ତଥା ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ନିର୍ଦ୍ଦେଶକ।

Advertisment

ଅଧିକ ପଢ଼ନ୍ତୁ: ସାଜିଦ ଖାନଙ୍କ ଯୌନ ନିର୍ଯାତନାର ପୋଲ୍ ଖୋଲିଲେ ଶର୍ଲିନ୍ ଚୋପ୍ରା

ଯଦି ଆମେ ସାଜିଦଙ୍କ ପିଲାଦିନ ଠାରୁ ଆରମ୍ଭ କରି ତାଙ୍କ ଯୌବନ ପର୍ଯ୍ୟନ୍ତ ନଜର ପକେଇବା ତେବେ ଏହା କୌଣସି ଏକ ଚଳଚ୍ଚିତ୍ରର କାହାଣୀଠାରୁ କମ୍ ରୋମାଞ୍ଚକର ନୁହେଁ। ଆଜି ତାଙ୍କ ଜନ୍ମଦିନରେ ଆସନ୍ତୁ ତାଙ୍କ ଜୀବନର ସଂଘର୍ଷ ଏବଂ ବିବାଦ ଉପରେ ନଜର ପକେଇ ନେବା।

'ହାଉସଫୁଲ୍', 'ହେ ବେବି', 'ହିମାତ୍‌ୱାଲା', 'ଡରନା ଜରୁରୀ ହୈ' ଭଳି ଚଳଚ୍ଚିତ୍ରର ନିର୍ଦ୍ଦେଶକ ସାଜିଦ ଖାନଙ୍କ ଜୀବନ ଏତେ ସହଜ ନଥିଲା। ସାଜିଦଙ୍କ ବାପା କାମରାନ୍ ଖାନ୍ ଓ ମାଆ ମେନକା ଇରାନୀ ଏକଦା ବହୁତ ଧନୀ ଜୀବନଯାପନ କରୁଥିଲେ। ପରେ ଏମିତି ଏକ ସମୟ ଆସିଲା ​​ଯେତେବେଳେ ସେମାନଙ୍କୁ ଦାରିଦ୍ରରେ ଜୀବନଯାପନ କରିବାକୁ ପଡିଲା।

Advertisment

ଏହି ସମୟରେ ପରିସ୍ଥିତି ଏପରି ହେଲା ଯେ ଉଭୟଙ୍କ ମଧ୍ୟରେ ଛାଡପତ୍ର ହୋଇଥିଲା। ଯେତେବେଳେ ସାଜିଦଙ୍କୁ ୧୪ ବର୍ଷ ହୋଇଥିଲା, ଅତ୍ୟଧିକ ମଦ୍ୟପାନ କାରଣରୁ ତାଙ୍କ ବାପାଙ୍କ ଲିଭର୍ ନଷ୍ଟ ହୋଇଯାଇଥିଲା ଏବଂ ସେ ମୃତ୍ୟୁବରଣ କରିଥିଲେ।

ପିଲାଦିନରୁ ଚୋରି କରିବା ଆରମ୍ଭ କରିଥିଲେ:

ସାଜିଦଙ୍କ ଫିଲ୍ମ 'ହିମାତ୍‌ୱାଲା' ରିଲିଜ୍ ପୂର୍ବରୁ ଦିଆଯାଇଥିବା ଏକ ସାକ୍ଷାତକାରରେ ସାଜିଦ୍ ଖାନ୍ କହିଥିଲେ ଯେ “ମୋର ହେତୁ ହେବା ପରଠାରୁ ମୁଁ କେବଳ ଦାରିଦ୍ର୍ୟ ହିଁ ଦେଖିଛି। ଫରାହ ଓ ମୁଁ ବାପାଙ୍କ ପାଖରେ ୨ ଦିନ ଓ ମା’ଙ୍କ ପାଖରେ ୨ ଦିନ ରହୁଥିଲୁ। ପରିବାରର ପ୍ରେମ କ’ଣ ଜାଣି ନଥିଲୁ। ପରିସ୍ଥିତି ଏମିତି ହେଲା ଯେ ମୋର ବନ୍ଧୁତା କିଛି ପିଲାମାନଙ୍କ ସହିତ ହୋଇଗଲା ଯେଉଁମାନେ କାର୍ ଷ୍ଟେରିଓ, ସାଇକେଲ୍ ଚୋରି କରୁଥିଲେ। ଫିଲ୍ମ ଦେଖିବା ପାଇଁ ଚୋରି କରୁଥିଲେ।”

Advertisment

ସାଜିଦ ତାଙ୍କ ସମ୍ପର୍କୀୟ ଫରହାନ ଅଖତରଙ୍କ ଜିନିଷ ମଧ୍ୟ ଚୋରି କରିଛନ୍ତି। ସେତେବେଳେ ଫରାହ ତାଙ୍କୁ ସମ୍ଭାଳିଠିଲେ ଏବଂ ତାଙ୍କୁ ଠିକ୍ ରାସ୍ତା ଦେଖାଇଥିଲେ। ଯେତେବେଳେ ସାଜିଦ୍ ନିଜକୁ ବୁଝିଗଲେ ସେ ସେ ବଲିଉଡର ଜଣେ ପ୍ରସିଦ୍ଧ ନିର୍ଦ୍ଦେଶକ ହୋଇଗଲେ।

ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍‌ଙ୍କୁ ବିବାହ କରିଥାନ୍ତେ:

ପିଲାଦିନରୁ ସାଜିଦଙ୍କ ମନ ଫିଲ୍ମ ପ୍ରତି ଢଳିଥିଲା। ତାଙ୍କର ଏହି ରୁଚି ତାଙ୍କୁ ଦୂରଦର୍ଶନ ପର୍ଯ୍ୟନ୍ତ ନେଇ ଯାଇଥିଲା। ସାଜିଦ୍ ଦୂରଦର୍ଶନର ଶୋ’ 'ମେଁ ଡିଟେକ୍ଟିଭ୍' ସହିତ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ଏହା ପରେ, ଅନେକ ଶୋ’ରେ ସେ କାମ କରିଛନ୍ତି ଏବଂ ହୋଷ୍ଟ ମଧ୍ୟ କରିଛନ୍ତି। ପରେ ସେ ଫିଲ୍ମର ନିର୍ଦ୍ଦେଶନା ଦେବା ଆରମ୍ଭ କଲେ।

ସଫଳତା ଏମିତି ମିଳିଲା ଯେ ସେ ଆଉ ପଛକୁ ଚାହିଁ ନାହାନ୍ତି। କୁହାଯାଏ ଫିଲ୍ମ ସୁଟିଂ କରୁ କରୁ ତାଙ୍କର ସଂପର୍କ ସିଂହଳୀ ସୁନ୍ଦରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିସ୍‌ଙ୍କ ସହ ହୋଇଥିଲା। ସେମାନେ ରିଲେସନସିପ୍‌ରେ ମଧ୍ୟ ରହୁଥିବା କୁହାଯାଏ। ସାଜିଦ ଏବଂ ଜ୍ୟାକଲିନଙ୍କ ସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା ମଧ୍ୟ ହୋଇଥିଲା। କୁହାଯାଉଥିଲା ଯେ ଉଭୟ ବିବାହ କରିବାକୁ ଯାଉଛନ୍ତି କିନ୍ତୁ ପ୍ରାୟ ଦୁଇ ବର୍ଷ ପରେ ସେମାନଙ୍କ ବ୍ରେକ୍‌ଅପ୍ ହୋଇଯାଇଥିଲା।

ସାଜିଦ ଖାନଙ୍କ ଉପରେ 'ମିଠୁ' ଅଭିଯୋଗ:

ସାଜିଦ ଖାନ ବଲିଉଡ୍‌କୁ ଦମଦାର ଫିଲ୍ମ ଦେଇଚାଲିଲେ ଆଉ ବଲିଉଡରେ ନିଜର ନାଁକୁ ଉଜ୍ଜ୍ୱଳ କରିଦେଲେ। ଏହି ସମୟରେ ସାଜିଦ ଖାନ ପୁଣି ଥରେ ବିବାଦରେ ଛନ୍ଦି ହୋଇ ଯୌନ ଶୋଷଣ ଅଭିଯୋଗର ଶିକାର ହେଲେ। #MeToo ଅଭିଯାନ ବେଳେ ଅନେକ ଅଭିନେତ୍ରୀ ଏବଂ ମଡେଲ ସାଜିଦଙ୍କ ନାଁରେ ଅଭିଯୋଗ କରିଥିଲେ।

ସାମ୍ବାଦିକ କରିସ୍ମା ଉପାଧ୍ୟାୟଙ୍କ ସହ ଶର୍ଲିନ୍ ଚୋପ୍ରା, ସିମରନ୍ ସୂରୀ, ମନ୍ଦନା କରିମି ମଧ୍ୟ ସାଜିଦଙ୍କ ନାଁରେ ଅଭିଯୋଗ କରିଛନ୍ତି। ବିବାଦ ଏତେ ବଢିଗଲା ଯେ ତାଙ୍କୁ ଫିଲ୍ମ 'ହାଉସ୍‌ଫୁଲ୍‌ ୪' ରୁ ହଟାଇ ଦିଆଯାଇଥିଲା।

ଦୀର୍ଘ ଦିନ ଧରି ନିଖୋଜ ଥିବା ସାଜିଦ ଖାନଙ୍କୁ ବର୍ତ୍ତମାନ ଟିଭି ଶୋ 'ବିଗ୍ ବସ୍ ୧୬'ରେ ଜଣେ ସିନିୟର ଭାବରେ ଦେଖିବାକୁ ମିଳେ। ସାଜିଦ ତାଙ୍କ ଜୀବନ ସହ ଜଡିତ ଅନେକ ଜିନିଷ ବାଣ୍ଟିବାବେଳେ ଅନେକ ସମୟରେ ଭାବପ୍ରବଣ ହୁଅନ୍ତି।

Bollywood Sajid Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ