Advertisment

Saiyaara : ୱାର, ସୁଲତାନ ଭଳି ଫିଲ୍ମକୁ ପଛରେ ପକାଇଲା, ୩୦୦ କୋଟି କ୍ଲବରେ ସାମିଲ

୩୦୦ କୋଟି କ୍ଲବରେ ସବୁଠାରୁ ଶୀଘ୍ର ପହଞ୍ଚିଥିବା ୧୫ଟି ବଲିଉଡ ଚଳଚ୍ଚିତ୍ର ତାଲିକାରେ ସାମିଲ ହୋଇଛି। 'ସୈୟାରା' 'ବଜରଙ୍ଗୀ ଭାଇଜାନ', 'ଓ୍ଵାର', 'ସୁଲତାନ' ଏବଂ 'ପଦ୍ମାବତ'କୁ ପଛରେ ଛାଡ଼ି ଦେଇଛି।'ସୈୟାରା'ର ୩୦୦ କୋଟି କ୍ଲବରେ ପ୍ରବେଶ କୌଣସି ମ୍ୟାଜିକ ଠାରୁ କମ୍ ନୁହେ।

ଅଦ୍ୟତନ ହୋଇଛି
Saiyaara

Saiyaara

Advertisment

ଅହାନ ପାଣ୍ଡେ ଏବଂ ଅନୀତ ପଡ୍ଡାଙ୍କ ଫିଲ୍ମ 'ସୈୟାରା' ଭାରତୀୟ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରୁଛି। ପ୍ରଥମ ଦୁଇ ସପ୍ତାହରେ ଐତିହାସିକ ଆୟ କରିଥିବା ଏହି ଚଳଚ୍ଚିତ୍ର ତୃତୀୟ ସପ୍ତାହରେ ଆଉ ଏକ ନୂଆ ମାଇଲଖୁଣ୍ଟ ଅତିକ୍ରମ କରିଛି। ମୋହିତ ସୂରୀଙ୍କ ନିର୍ଦ୍ଦେଶନରେ ନିର୍ମିତ ଏହି ଚଳଚ୍ଚିତ୍ର ରବିବାର ଦିନ ଦେଶରେ ୩୦୦ କୋଟି କ୍ଲବରେ ସାମିଲ ହୋଇଛି ।

Advertisment

ଯଦିଓ ଏବେ ଏହି ମ୍ୟୁଜିକ ରୋମାଣ୍ଟିକ ଡ୍ରାମାର ବକ୍ସ ଅଫିସ କଲେକ୍ସନ ଟିକେ କମିଛି । ତଥାପି ଏହା ବକ୍ସଅଫିସରେ ଭଲ କଲେକ୍ସନ କରୁଛି । ଏହା ୧୭ ଦିନରେ ନିଜ ବଜେଟର ୫୬୬.୬୭% ଲାଭ ହାସଲ କରିଛି। ୧୭ ଦିନରେ ଏହା 'ସନ୍ ଅଫ୍ ସରଦାର ୨' ଏବଂ 'ମହାବତାର ନରସିଂହ'ଠାରୁ ନିଶ୍ଚିତ ଭାବେ ପଛରେ ରହିଛି।

ରବିବାର ଦିନ ବକ୍ସ ଅଫିସରେ ଅଶ୍ଚିନ କୁମାରଙ୍କ ନିର୍ଦ୍ଦେଶନରେ ନିର୍ମିତ ଆନିମେସନ ଚଳଚ୍ଚିତ୍ର 'ମହାବତାର ନରସିଂହ' ଶାନଦାର ପ୍ରଦର୍ଶନ କରିଛି । ଏହି ଚଳଚ୍ଚିତ୍ରର ଆୟ ପ୍ରକୃତରେ ଆଶ୍ଚର୍ଯ୍ୟଜନକ। ରିଲିଜର ୧୦ମ ଦିନରେ ଏହା ସମସ୍ତ ପାଞ୍ଚଟି ଭାଷାରେ ୨୩.୫୦ କୋଟି ଟଙ୍କାର ବମ୍ପର ଆୟ କରିଥିବା ବେଳେ, କେବଳ ହିନ୍ଦୀ ସଂସ୍କରଣରୁ ୧୮ କୋଟି ଟଙ୍କାର ଦମଦାର କଲେକ୍ସନ କରିଛି ।

Advertisment

ଅନ୍ୟପକ୍ଷରେ ଅଜୟ ଦେବଗନଙ୍କ 'ସନ୍ ଅଫ୍ ସରଦାର ୨' ମଧ୍ୟ ରବିବାର ଦିନ ଲମ୍ବା ଡିଆଁ ମାରିଛି। ଏହା ୯.୨୫ କୋଟି ଟଙ୍କାର ବ୍ୟବସାୟ କରିଛି। 'ଧଡ଼କ ୨' ଏହି ଦୌଡ଼ରେ ସବୁଠାରୁ ପଛରେ ରହିଛି, ଯାହା ତୃତୀୟ ଦିନରେ ୪.୧୫ କୋଟି ଟଙ୍କାର ବ୍ୟବସାୟ କରିଛି।

ସୈୟାରାକୁ 'ସନ୍ ଅଫ୍ ସରଦାର ୨', 'ଧଡ଼କ ୨' ଏବଂ 'ମହାବତାର ନରସିଂହ' କାରଣରୁ କ୍ଷତି ହୋଇଛି। ଏହା ମଧ୍ୟ ଆୟରେ ହ୍ରାସର ଏକ କାରଣ। ତଥାପି ଦର୍ଶକ ଚଳଚ୍ଚିତ୍ର ଦେଖିବାକୁ ଆସୁଛନ୍ତି। ସୈୟାରା ତୃତୀୟ ରବିବାର, ଅର୍ଥାତ୍ ୧୭ତମ ଦିନରେ ଦେଶରେ ୮.୨୫ କୋଟି ଟଙ୍କାର ନେଟ ବ୍ୟବସାୟ କରିଛି। ଏହିପରି ଚଳଚ୍ଚିତ୍ରର ମୋଟ ସଂଗ୍ରହ ଏବେ ୩୦୦.୦୦ କୋଟି ଟଙ୍କା ହୋଇଛି।

Advertisment

ଏହିପରି ଏହା ୩୦୦ କୋଟି କ୍ଲବରେ ସବୁଠାରୁ ଶୀଘ୍ର ପହଞ୍ଚିଥିବା ୧୫ଟି ବଲିଉଡ ଚଳଚ୍ଚିତ୍ର ତାଲିକାରେ ସାମିଲ ହୋଇଛି। 'ସୈୟାରା' 'ବଜରଙ୍ଗୀ ଭାଇଜାନ', 'ଓ୍ଵାର', 'ସୁଲତାନ' ଏବଂ 'ପଦ୍ମାବତ'କୁ ପଛରେ ଛାଡ଼ି ଦେଇଛି।'ସୈୟାରା'ର ୩୦୦ କୋଟି କ୍ଲବରେ ପ୍ରବେଶ କୌଣସି ମ୍ୟାଜିକ ଠାରୁ କମ୍ ନୁହେ। କେହି କଳ୍ପନା କରି ନ ଥିଲେ ଯେ ୪୫ କୋଟି ବଜେଟରେ ନିର୍ମିତ ଏହି ଚଳଚ୍ଚିତ୍ର ଏକ ଅଲ୍ ଟାଇମ ବ୍ଲକବଷ୍ଟର ହେବ।

Aditya Chopra Yash Raj Films
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ