Astrospeak
  • Live TV
  • Read In English

ଯାଆଁଳା ଶିଶୁର ମା’ ହେବେ ଏହି ଅଭିନେତ୍ରୀ; ୩ ମାସର ଗର୍ଭଧାରଣ ବେଳେ ହୋଇଥିଲା ଆକ୍ସିଡେଣ୍ଟ୍

ଖୁବ୍ ଶୀଘ୍ର ଟିଭି ଦମ୍ପତି ରୁବିନା ଦିଲୈକ ଏବଂ ଅଭିନଭ ଶୁକ୍ଳାଙ୍କ ଘରେ ଶୁଭିବ କୁଆଁକୁଆଁ। ବାପାମାଆ ହେବା ନେଇ ଏହି ଦମ୍ପତି ବହୁତ ଉତ୍ସାହିତ ଅଛନ୍ତି। ଏହି ସମୟରେ ଅଭିନେତ୍ରୀଙ୍କ ଗର୍ଭଧାରଣ ସହ ଜଡିତ ଆଉ ଏକ ଖୁସି ଖବର ସାମ୍ନାକୁ ଆସିଛି। ଖବର ଅଛି ଯେ ରୁବିନା ଯାଆଁଳା ଶିଶୁର ମା’ ହେବେ।

Rubina Dilaik pregnant with twins share  complications she has facing in accident
ଯାଆଁଳା ଶିଶୁର ମା’ ହେବେ ଏହି ଅଭିନେତ୍ରୀ; ୩ ମାସର ଗର୍ଭଧାରଣ ବେଳେ ହୋଇଥିଲା ଆକ୍ସିଡେଣ୍ଟ୍

ଟିଭି ଦୁନିଆର 'କିନ୍ନର ବୋହୂ' ଏବଂ 'ବିଗ୍ ବସ୍ ୧୪ ର ବିଜେତା' ଭାବରେ ଘରେ ଘାରେ ପରିଚିତ ରୁବିନା ଦିଲୈକଙ୍କ ଘରେ ଖୁବ୍ ଶୀଘ୍ର ଖେଳିବ ଖୁସିର ଲହରି, ଶୁଣାଯିବ କୁଆଁକୁଆଁ। ବିବାହର ପ୍ରାୟ ୫ ବର୍ଷ ପରେ ସେ ଯାଆଁଳା ପିଲାର ମା’ ହେବାକୁ ଯାଉଛନ୍ତି। ତାଙ୍କ ସ୍ୱାମୀ ଅଭିନଭ ଶୁକ୍ଳା ଏବଂ ତାଙ୍କ ପାଇଁ ଏହା ଏକ ବଡ କଥା। ଏହି ଦମ୍ପତି ନିଜେ ଏ ବିଷୟରେ ପ୍ରକାଶ କରିଛନ୍ତି। ଏହା ସହିତ ପୂର୍ବରୁ ଅଭିନେତ୍ରୀ ମଧ୍ୟ କହିଥିଲେ ଯେ ଗର୍ଭାବସ୍ଥାରେ ତାଙ୍କର ଏକ ସଡକ ଦୁର୍ଘଟଣା ହୋଇଥିଲା, ଯେଉଁଥିପାଇଁ ସେ ତାଙ୍କ ଗର୍ଭଧାରଣରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ।

ନିକଟରେ ରୁବିନା ପୋଡ୍‌କାଷ୍ଟ 'କିସି ନେ ବତାୟା ନେହିଁ ଦି ମମାକାଡୋ' ଶୋ’ରେ ଯୋଗ ଦେଇଥିଲେ। ଏହି ସମୟରେ ସେ ବହୁତ ଖୁସି ଥିବା ଦେଖାଯାଇଥିଲା। ଏହି ଶୋ’ରେ ସେ ତାଙ୍କର ବ୍ୟକ୍ତିଗତ ଜୀବନ ଏବଂ ବୃତ୍ତିଗତ ଜୀବନ ବିଷୟରେ କହିଥିଲେ। ସେ କହିଥିଲେ ଯେ ଯେତେବେଳେ ତାଙ୍କ ସ୍ୱାମୀ ଅଭିନଭ ତାଙ୍କ ଯାଆଁଳା ଗର୍ଭଧାରଣ ବିଷୟରେ ଜାଣିଲେ ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଗଲେ। ଏହା ସହିତ ସେ ଗର୍ଭଧାରଣର ପ୍ରାରମ୍ଭିକ ସମସ୍ୟା ବିଷୟରେ ମଧ୍ୟ କହିଥିଲେ।

ଅଭିନେତ୍ରୀ କହିଛନ୍ତି ଯେ “ପ୍ରଥମରୁ ଡାକ୍ତର ୧୨ ସପ୍ତାହ ଗମ୍ଭୀର ହେବ ବୋଲି କହି ତାଙ୍କୁ ଡରେଇ ଦେଇଥିଲେ ଆଉ ଏହାର କାରଣ କହିବାକୁ ମନା କରିଦେଇଥିଲେ। ଏହି କାରଣରୁ ଆମେ ୩ ମାସ ପର୍ଯ୍ୟନ୍ତ କାହାକୁ କିଛି କହି ନ ଥିଲୁ। କାରଣ ବେଳେବେଳେ ଏକ ଗର୍ଭସ୍ଥ ଶିଶୁର ମୃତ୍ୟୁ ହେବାର ସମ୍ଭାବନା ଥାଏ। ଗର୍ଭପାତ ହେବାର ସମ୍ଭାବନା ଅଧିକ ଥିଲା। ସେଥିପାଇଁ ଏହାକୁ ନେଇ ମୁଁ ଟିକେ ଡରି ଯାଇଥିଲି। ଆମକୁ ମେଡିକାଲ ତରଫରୁ ନିଶ୍ଚିତ ହେବାର ଥିଲା ଯେ ଉଭୟ ପିଲା ଠିକଠାକ୍ ଅଛନ୍ତି ଏବଂ ବର୍ତ୍ତମାନ ଆମେ ଏହି ଖବରକୁ ଆମର ଘନିଷ୍ଠମାନଙ୍କ ସହ ବାଣ୍ଟି ପାରିବା। ସେହି ତିନି ମାସ ଖୁବ୍ ଚାପଗ୍ରସ୍ତ ଥିଲା।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଯାଆଁଳା ପିଲା ପାଇଁ ଅଭିନଭ ବହୁତ ଚିନ୍ତିତ ଥିଲେ। ମୋର ମନେ ଅଛି ଯେଉଁ ଦିନ ମୁଁ ଏ ବିଷୟରେ ଜାଣିଥିଲି ସେଦିନ ଆମେ ଘରକୁ ଫେରୁଥିଲୁ। ମୁଁ ଅଭିନଭଙ୍କୁ କହିଥିଲି ଯେ ଯାଆଁଳା ଗର୍ଭଧାରଣ ଅତ୍ୟନ୍ତ ଜଟିଳ ଏବଂ ଆମକୁ ବହୁତ ସତର୍କ ରହିବାକୁ ପଡିବ। ମୁଁ ଉତ୍ସାହିତ ଥିଲି କିନ୍ତୁ ସେହି ସମୟରେ ମୁଁ ନର୍ଭସ ଏବଂ ଭୟଭୀତ ବି ଥିଲି।

ରୁବିନା ତାଙ୍କ ସଡ଼କ ଦୁର୍ଘଟଣା ବିଷୟରେ ପ୍ରକାଶ କରି କହିଛନ୍ତି, ଯେତେବେଳେ ସେ ତୃତୀୟ ମାସର ଗର୍ଭଧାରଣ ସ୍କାନ୍‌ କରି ଫେରୁଥିଲେ, ସେତେବେଳେ ତାଙ୍କ କାର୍‌ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ଏବଂ ତାଙ୍କୁ ଏକ ଝଟ୍‌କା ଲାଗିଥିଲା। ଏହି ଦୁର୍ଘଟଣାରେ ସେ ସିଟ୍ ପଛକୁ ପଡ଼ିଯାଇଥିଲେ ଏବଂ ତାଙ୍କ ମୁଣ୍ଡରେ ଆଘାତ କାଗିଥିଲେ। ଏହି କାରଣରୁ ସେ ଭୟଭୀତ ହୋଇଯାଇଥିଲେ। ତେଣୁ ଅଭିନେତ୍ରୀ ଏ କଥା ଲୁଚାଇ ରଖିଥିଲେ।

ରୁବିନା ତାଙ୍କ ଅସୁବିଧାକୁ ନେଇ ଆହୁରି କହିଛନ୍ତି ଯେ ଯେତେବେଳେ ସେ ଚାରି ମାସର ଗର୍ଭବତୀ ଥିଲେ, ସେତେବେଳେ ତାଙ୍କର ପିଠି ସମସ୍ୟା ଆରମ୍ଭ ହୋଇଥିଲା। ଖାଦ୍ୟ ଶୈଳୀ ପରିବର୍ତ୍ତନ ହେବା କାରଣରୁ ଉଚ୍ଚ ରକ୍ତଚାପ ଏବଂ ମଧୁମେହ ହେବାର ଆଶଙ୍କା ବଢିବାକୁ ଲାଗିଲା, ତେଣୁ ସେ ସତର୍କତା ଅବଲମ୍ବନ କରିବାକୁ ଲାଗିଲେ। ଏପରି ପରିବେଶରେ ଖାଦ୍ୟକୁ ନିୟନ୍ତ୍ରଣ କରିବାକୁ ପଡୁଥିଲା। ଗର୍ଭାବସ୍ଥାରେ ତାଙ୍କ ଦେହରୁ ଖୁବ ଝାଳ ବାହାରିବା ସେ କହିଛନ୍ତି। ସେ ଏତେ ଗରମ ଅନୁଭବ କରନ୍ତି ଯେ ସେ ଦେଢ ମାସ ପର୍ଯ୍ୟନ୍ତ ବରଫ ପାଣିରେ ପାଦ ଭିଜାଇ ରଖୁଥିଲେ।

ଏହାକୁ ନେଇ ସେ କହିଛନ୍ତି, ଅନେକ ଥର, ଡାକ୍ତରଙ୍କ ପରାମର୍ଶ ପରେ ସେ ଦିନକୁ ଦୁଇଥର ଥଣ୍ଡା ପାଣିରେ ଗାଧୋଉଥିଲେ। ଏପରିକି ଶୋଇବା ବେଳେ ସେ ଏସିର ତାପମାତ୍ରାକୁ ୧୬ ଡିଗ୍ରୀରେ ରଖୁଥିଲେ। ବିଚରା ଅଭିନଭଙ୍କୁ ଏହା ସହିବାକୁ ପଡୁଥିବା ସେ କହିଛନ୍ତି। ସେ ଆହୁରି କହିଛନ୍ତି “ଅଭିନଭ ପ୍ରାୟତଃ ମୁଣ୍ଡବିନ୍ଧା ଏବଂ ଥଣ୍ଡାରେ ପୀଡିତ ହେଉଛନ୍ତି। ଏସବୁ ମୋ ପାଇଁ ପ୍ରଥମ ଥର। ଏହା ମୋର ଅଭିଯୋଗ ନୁହେଁ କିନ୍ତୁ ନିଜକୁ ଧନ୍ୟ ମନେକରୁଛି।”