Advertisment

ପୁଣି ଘୁଞ୍ଚିଲା ହାଇବଜେଟ୍ ଫିଲ୍ମ ‘RRR’ ରିଲିଜ୍

ପୁଣି ଘୁଞ୍ଚିଲା ବହୁ ପ୍ରତୀକ୍ଷିତ ହାଇବଜେଟ୍ ଫିଲ୍ମ ‘RRR’ ରିଲିଜ୍। କରୋନା କଟକଣା ଯୋଗୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଫିଲ୍ମର ରିଲିଜ୍‌କୁ ଘୁଞ୍ଚା ଦିଆଯାଇଛି। କେବେ ଫିଲ୍ମ ‘RRR’  ରିଲିଜ୍ ହେବ ତାହା ଜଣାପଡ଼ିନି।

ଅଦ୍ୟତନ ହୋଇଛି
‘RRR’ Release Date Pushed Again

‘RRR’ Release Date Pushed Again

Advertisment

ମୁମ୍ବାଇ: ପୁଣି ଘୁଞ୍ଚିଲା ବହୁ ପ୍ରତୀକ୍ଷିତ ହାଇବଜେଟ୍ ଫିଲ୍ମ ‘RRR’ ରିଲିଜ୍। କରୋନା କଟକଣା ଯୋଗୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଫିଲ୍ମର ରିଲିଜ୍‌କୁ ଘୁଞ୍ଚା ଦିଆଯାଇଛି। ଆସନ୍ତା ୭ ତାରିଖରେ ଫିଲ୍ମ ରିଲିଜ୍ ହେବାକୁ ଥିଲା, ଏନେଇ ପ୍ରମୋସନ୍ ବି ସରିଥିଲା। ହେଲେ ଏକାଧିକ ରାଜ୍ୟରେ ସିନେମା ହଲ୍‌ରେ କଟକଣା ଲାଗିଛି। 

Advertisment

କରୋନା ସଂକ୍ରମଣ ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ୫୦% ଦର୍ଶକ ଓ ନାଇଟ୍‌ କର୍ଫ୍ୟୁ ଯୋଗୁ ନାଇଟ୍ ଶୋ’କୁ ବାତିଲ୍‌ କରାଯାଇଛି। ତେଣୁ ଏଭଳି ପରିସ୍ଥିତିରେ ଫିଲ୍ମକୁ ରିଲିଜ୍ କରିବାକୁ ଚାହିଁ ନାହିଁ ପ୍ରଯୋଜନା ସଂସ୍ଥା। ଏହାସହ ୭ ତାରିଖ ପୂର୍ବରୁ ଫିଲ୍ମକୁ ନେଇ କିଛି ବଡ଼ ପ୍ରମୋସନାଲ୍ ଇଭେଣ୍ଟ ରଖାଯାଇଥିଲା।  ଏହାକୁ ବି ବାତିଲ୍‌ କରାଯାଇଛି।

କେବେ ଫିଲ୍ମ ‘RRR’  ରିଲିଜ୍ ହେବ ତାହା ଜଣାପଡ଼ିନି। ତେବେ ମିଳିଥିବା ସୂଚନା ଅନୁସାରେ, ଫେବୃଆରୀ ପ୍ରଥମ ସପ୍ତାହରେ ଏହା ରିଲିଜ୍ ହୋଇପାରେ। ଜୁନିଅର୍‌ NTR, ରାମ୍‌ ଚରଣଙ୍କ ଅଭୀନିତ ‘RRR’ର ନିର୍ଦ୍ଦେଶନା ଦେଇଛନ୍ତି ବାହୁବଳୀ ଫେମ୍ ଏସ୍.ଏସ୍ ରାଜାମୌଲି। ଫିଲ୍ମରେ ବଲିଉଡ୍‌ ସିଂଘମ ଅଜୟ ଦେବଗନ ଓ ଅଭିନେତ୍ରୀ ଆଲିଆ ଭଟ୍ଟ ମଧ୍ୟ ଅଭିନୟ କରିଛନ୍ତି। 

Advertisment

୪୦୦ କୋଟି ଟଙ୍କାରେ ନିର୍ମାଣ କରାଯାଇଥିବା ଫିଲ୍ମ ‘RRR’ ପ୍ରଥମେ ୨୦୨୦ ମସିହା ଜୁଲାଇ ୩୦ରେ ରିଲିଜ ହେବାର ଥିଲା। ହେଲେ ମହାମାରୀ କରୋନା ଯୋଗୁ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା। ଚଳିତ ବର୍ଷ ଜାନୁଆରୀ ୭ରେ ଫିଲ୍ମ ରିଲିଜ୍‌ ହେବାର ଥିଲା। ତେବେ କରୋନା କଟକଣା ଯୋଗୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଫିଲ୍ମର ରିଲିଜ୍‌କୁ ଘୁଞ୍ଚା ଦିଆଯାଇଛି। ଏହା ପୂର୍ବରୁ ଗତ ଡିସେମ୍ବର ୩୧ରେ ରିଲିଜ୍ ହେବାକୁ ଥିବା ହିନ୍ଦୀ ଫିଲ୍ମ ଜର୍ସିର ରିଲିଜ୍‌କୁ ବି ଘୁଞ୍ଚାଇ ଦିଆଯାଇଛି। 

Ajay Devgn Alia Bhatt Ram Charan SS Rajamouli Jr. NTR Film ‘RRR’ ‘RRR’ Release Date ‘RRR’ Release
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ