Advertisment

ଆସୁଛି ରୋହିତ ଶେଟ୍ଟୀଙ୍କ ବଡ ଫିଲ୍ମ; ଦେଖିବାକୁ ମିଳିବ ଅଜୟ, ଅକ୍ଷୟ, ରଣବୀରଙ୍କ ଆକ୍ସନ୍

ରୋହିତ ଶେଟ୍ଟୀ ପୁଣି ଥରେ ନିଜ ଅଣ୍ଟା ଭିଡିଲେଣି। ସିଂଘମ୍, ସିମ୍ବା ଏବଂ ସୂର୍ଯ୍ୟବଂଶୀ ପରେ ରୋହିତ ଏବେ ଆଉ ଏକ ଜବରଦସ୍ତ ଫିଲ୍ମ ନେଇ ଆସୁଛନ୍ତି। ଏହି ଫିଲ୍ମଟି ଆଉ କିଛି ନୁହେଁ, ଏହା ହେଉଛି ‘ସିଂଘମ ଏଗେନ୍’। ଏହି ଫିଲ୍ମରେ ଅଜୟ ଦେବଗନ୍, ଅକ୍ଷୟ କୁମାର ଏବଂ ରଣବୀର ସିଂହଙ୍କ ଧମାକାଦାର ଯୋଡିକୁ ପୁଣି ଥରେ ଦେଖିବାକୁ ମିଳିବ।

Rohit Shetty ajay devgn ranveer singh akshay kumar film singham again official post

Rohit Shetty ajay devgn ranveer singh akshay kumar film singham again official post

Advertisment

ବଲିଉଡ ଫିଲ୍ମ ନିର୍ମାତା ରୋହିତ ଶେଟ୍ଟୀ ପୁଣି ଥରେ ନିଜ ଅଣ୍ଟା ଭିଡିଲେଣି। ସିଂଘମ୍, ସିମ୍ବା ଏବଂ ସୂର୍ଯ୍ୟବଂଶୀ ପରେ ରୋହିତ ଏବେ ଆଉ ଏକ ଜବରଦସ୍ତ ଫିଲ୍ମ ନେଇ ଆସୁଛନ୍ତି। ଏହି ଫିଲ୍ମଟି ଆଉ କିଛି ନୁହେଁ, ଏହା ହେଉଛି ‘ସିଂଘମ ଏଗେନ୍’। ଏହି ଫିଲ୍ମରେ ଅଜୟ ଦେବଗନ୍, ଅକ୍ଷୟ କୁମାର ଏବଂ ରଣବୀର ସିଂହଙ୍କ ଧମାକାଦାର ଯୋଡିକୁ ପୁଣି ଥରେ ଦେଖିବାକୁ ମିଳିବ। ପ୍ରଶଂସକମାନେ ଏହି ତିନି ତାରକାଙ୍କୁ ପୋଲିସ୍ ପୋଷାକରେ ଶତ୍ରୁମାନଙ୍କୁ ନିପାତ କରିବା ପୂର୍ବରୁ ମଧ୍ୟ ପସନ୍ଦ କରିଛନ୍ତି।

Advertisment

ଫିଲ୍ମର ଷ୍ଟାର୍‌ କାଷ୍ଟ୍‌ ସହିତ ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ଗତ ସନ୍ଧ୍ୟାରେ ‘ସିଂଘମ ଏଗେନ୍’ର ଘୋଷଣା କରିବା ସହ କିଛି ଫଟୋ ମଧ୍ୟ ଶେୟାର କରିଥିଲେ। ରୋହିତ ଏହି ଆକ୍ସନ୍ ପ୍ୟାକ୍ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଅଜୟ ଦେବଗନ ଫିଲ୍ମର ସେଟ୍‌ରୁ କିଛି ଫଟୋ ମଧ୍ୟ ଶେୟାର କରିଛନ୍ତି। ଯେଉଁଥିରେ ଅଜୟ ନିର୍ଦ୍ଦେଶକ ରୋହିତ ଏବଂ ରଣବୀରଙ୍କ ସହ ପୂଜା କରୁଥିବା ନଜର ଆସିଛନ୍ତି।

ଗୋଟିଏ ଫଟୋରେ ଏହି ତିନିଜଣ ହାତ ଯୋଡିବାର ନଜର ଆସିଛନ୍ତି। ଏହି ଫଟୋ ଶେୟାର କରି ଅଜୟ କ୍ୟାପ୍‌ସନ୍‌ରେ ଲେଖିଛନ୍ତି ଯେ, ୧୨ ବର୍ଷ ପୂର୍ବେ ଆମେ ଭାରତୀୟ ସିନେମାକୁ ଏହାର ସବୁଠାରୁ ବଡ ସିନେମାଟିକ୍ କପ୍ ୟୁନିଭର୍ସ ଦେଇଥିଲୁ। ବର୍ଷ ବର୍ଷ ଧରି ଆମେ ପାଇଥିବା ପ୍ରେମ ଆମର ଶକ୍ତିକୁ ମଜବୁତ କରି ‘ସିଂଘମ’ ପରିବାରକୁ ବଡ କରିପାରିଛି। ଆଜି ଆମେ ‘ସିଂଘମ ଏଗେନ୍’ ସହିତ ଆମର ଫ୍ରାଞ୍ଚାଇଜ୍କୁ ଆଗକୁ ନେବାକୁ ଏକାଠି ହୋଇଛୁ!

Advertisment

ଏହି ଫଟୋରେ କିନ୍ତୁ ପ୍ରଶଂସକମାନେ ଅକ୍ଷୟ କୁମାରଙ୍କୁ ବହୁତ ମିସ୍ କରିଛନ୍ତି। ତେବେ ପ୍ରଶଂସକମାନଙ୍କ ପାଇଁ ଏହି ଫଟୋଗୁଡିକ ଶେୟାର୍ କରି, ଅକ୍ଷୟ ଲେଖିଛନ୍ତି ଯେ ମୁଁ ବର୍ତ୍ତମାନ ଦେଶରେ ନାହିଁ, ମୁଁ ବ୍ୟକ୍ତିଗତ ଭାବେ ଫ୍ରେମ୍‌ରୁ ହଜିଯାଇଛି କିନ୍ତୁ ଆତ୍ମାରେ ସଂପୂର୍ଣ୍ଣ ଅଛି। ‘ସିଂଘମ ଏଗେନ୍’ ସେଟ୍‌ରେ ଆପଣମାନଙ୍କ ସହିତ ଯୋଗଦେବାକୁ ଆଉ ଅପେକ୍ଷା କରିପାରିବି ନାହିଁ! ମୋର ଶୁଭେଚ୍ଛା ପଠାଉଛି ଜୟ ମହାକାଲ୍। ସେହିପରି ରଣବୀର ସିଂହ ମଧ୍ୟ 'ଶୁଭାରମ୍ଭ' ଲେଖି ଫଟୋ ଶେୟାର କରିଛନ୍ତି।

Advertisment

ପ୍ରକାଶଥାଉ ଯେ ଯେତେବେଳେ ରୋହିତ ଶେଟ୍ଟୀ ଅକ୍ଷୟ କୁମାରଙ୍କ ସହିତ ସୂର୍ଯ୍ୟବଂଶୀ ତିଆରି କରିଥିଲେ ସେଥିରେ ସିମ୍ବା ବା ରଣବୀର ସିଂହ ଏବଂ ସିଂଘମ ବା ଅଜୟ ଦେବଗନଙ୍କର ଏକ ସ୍ୱତନ୍ତ୍ର କେମିୟୋ ରଖିଥିଲେ। ଏହି ଫିଲ୍ମର ଶେଷରେ, ଫିଲ୍ମର ପରବର୍ତ୍ତୀ ଭାଗ ବିଷୟରେ ମଧ୍ୟ ଏକ ସୂଚନା ଦିଆଯାଇଥିଲା। ବର୍ତ୍ତମାନ ରୋହିତ ପୁଣି ଥରେ ଏହି ତ୍ରିତାରକାଙ୍କୁ ଏକାଠି କରୁଛନ୍ତି। ପରଦାରେ ଅଜୟ, ଅକ୍ଷୟ ଏବଂ ରଣବୀରଙ୍କୁ ଏକାଠି ଦେଖିବା ପ୍ରଶଂସକଙ୍କ ପାଇଁ କୌଣସି ଏକ ଟ୍ରିଟ୍ ଠାରୁ କମ୍ ନୁହେଁ।

Ajay Devgn Bollywood Akshay Kumar Rohit Shetty Ranveer Singh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ