Advertisment

ହନୀମୁନ୍‌ରେ ରିୟା କପୁର : ସେୟାର କଲେ ରୋମାଣ୍ଟିକ୍ ଫଟୋ

ନିକଟରେ ବିବାହ କରିଛନ୍ତି ଅନିଲ କପୁରଙ୍କ ସାନ ଝିଅ ରିୟା କପୁର। ସେ ତାଙ୍କ ବୟ ଫ୍ରେଣ୍ଡ କରଣ ବୁଲାନୀଙ୍କୁ ବିବାହ କରିଛନ୍ତି। ତାଙ୍କ ବିବାହର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା। ତେବେ ଏବେ କଥା ହେଉଛି ଯେ ଏହି ନବଦମ୍ପତି ହନୀମୁନ୍ ଟ୍ରିପ୍‌ରେ ଯାଇଛନ୍ତି। ଏନେଇ ସେମାନେ ମାଳଦୀପକୁ ବାଛିଛନ୍ତି। ଏହି ସମୟର ଫଟୋ ମଧ୍ୟ ସେ ସେୟାର କରିବାରେ ଲାଗିଛନ୍ତି।

Rhea-Karan

Rhea-Karan

Advertisment

ନୂଆଦିଲ୍ଲୀ : ନିକଟରେ ବିବାହ କରିଛନ୍ତି ଅନିଲ କପୁରଙ୍କ ସାନ ଝିଅ ରିୟା କପୁର। ସେ ତାଙ୍କ ବୟ ଫ୍ରେଣ୍ଡ କରଣ ବୁଲାନୀଙ୍କୁ ବିବାହ କରିଛନ୍ତି। ତାଙ୍କ ବିବାହର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା। ତେବେ ଏବେ କଥା ହେଉଛି ଯେ ଏହି ନବଦମ୍ପତି ହନୀମୁନ୍ ଟ୍ରିପ୍‌ରେ ଯାଇଛନ୍ତି। ଏନେଇ ସେମାନେ ମାଳଦୀପକୁ ବାଛିଛନ୍ତି। ଏହି ସମୟର ଫଟୋ ମଧ୍ୟ ସେ ସେୟାର କରିବାରେ ଲାଗିଛନ୍ତି। ନିକଟରେ ମାଳଦୀପ ଟ୍ରିପ୍‌ର କିଛି ଫଟୋ ରିୟା ତାଙ୍କ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି, ଯେଉଁଥିରେ ସେ ତାଙ୍କ ପତିଙ୍କ ସହିତ ଏଞ୍ଜୟ କରୁଥିବା ଦେଖାଯାଏ।

Advertisment
Rhea-Karanରିୟା-କରଣ

ଫଟୋରେ ରିୟା କପୁର ତାଙ୍କର ବୋଲ୍ଡ ଅବତାର ଦେଖେଇଛନ୍ତି। ଏହି ସମୟରେ ‍ସେ ରେଡ୍ ଓ ବ୍ଲାକ୍ ବିକିନୀ ପିନ୍ଧିଥିବା ବେଳେ ସମୁଦ୍ର କୂଳର ସୌନ୍ଦର୍ଯ୍ୟକୁ ଉପଭୋଗ କରୁଥିବା ଦେଖାଯାଆନ୍ତି। ଉଭୟ ପତି-ପତ୍ନୀ ସମୁଦ୍ର କୂଳରେ ଦେଖାଯାଉଥିବା ବେଳେ ସେମାନେ ସନ୍‌ଗ୍ଲାସ୍‌ ପିନ୍ଧିଛନ୍ତି।

Rhea Kapoorରିୟା କପୁର

ବିଗତ କିଛି ଦିନ ହେବ ମାଳଦୀପ ବଲିଉଡ ସେଲିବ୍ରିଟିଙ୍କ ପାଇଁ ଭୂସ୍ୱର୍ଗ ପାଲଟିଯାଇଛି। ପ୍ରାୟ ସମସ୍ତେ ଏଠାକୁ ସେମାନଙ୍କ ଛୁଟି କାଟିବା ନେଇ ଧାଉଁଛନ୍ତି। ଏହା ପୂର୍ବରୁ ସାରା ଅଲୀ ଖାନ୍ ମଧ୍ୟ ମାଳଦୀପ ଟ୍ରିପ୍‌ର କିଛି ଫଟୋ ସେୟାର କରି ତାଙ୍କ ପ୍ରଶଂସକଙ୍କୁ ବାୟା କରିଦେଇଥିଲେ।

Advertisment
Sara Ali Khanସାରା ଅଲି ଖାନ୍

ରିୟା କପୁରଙ୍କ ପରି ତାଙ୍କ ସ୍ୱାମୀ କରଣ ବୁଲାନୀ ମଧ୍ୟ ସୋସିଆଲ୍ ମିଡିଆରେ ବେଶ ସକ୍ରିୟ ରହୁଛନ୍ତି। ସେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ତାଙ୍କ ପ୍ରଶଂସକଙ୍କୁ ସେୟାର କରୁଛନ୍ତି। ସେ ରିୟାଙ୍କ ସହିତ ମଧ୍ୟ କିଛି ଫଟୋ ସେୟାର କରିଛନ୍ତି ଏବଂ କ୍ୟାପ୍‌ସନ୍‌ରେ ଲେଖିଛନ୍ତି ଯେ Overseas ❤। ଏହି ନବ ଦମ୍ପତିଙ୍କ ଫଟୋରେ ସୋନମ କପୁର କମେଣ୍ଟ କରିଛନ୍ତି। ସେ ଲେଖିଛନ୍ତି ଯେ “ମିସ୍ ୟୁ ବୋଥ୍‌।” ପ୍ରକାଶଥାଉ ଯେ ରିୟା କପୁର ଓ କରଣ ବୁଲାନୀ ଦୀର୍ଘ ଦିନ ଧରି ରିଲେସନ୍‌ସିପ୍‌ରେ ଥିଲେ। ଚଳିତ ବର୍ଷ ଅଗଷ୍ଟ ୧୪ରେ ସେମାନେ ତାଙ୍କର ଏହି ସଂପର୍କକୁ ନୂଆ ପରିଚୟ ଦେଇଛନ୍ତି।

Advertisment
Rhea-Karanରିୟା-କରଣ

ରିୟାଙ୍କ ଏହି ବିବାହକୁ ଘରୋଇ ଭାବେ କରାଯାଇଥିଲା। କେବଳ ପରିବାର ଲୋକ ଓ ଅନ୍ୟ କିଛି ସାଙ୍ଗ ସାଥୀ ଏଥିରେ ସାମିଲ ଥିଲେ। ଖୁସୀ କପୁର, ଅର୍ଜୁନ କପୁର, ଶନାୟା କପୁର ଓ ଅଂଶୁଲା କପୁର ଏହି ବିବାହରେ ଯୋଗ ଦେଇଥିଲେ। ଏହା ସହିତ ସୋନମ କପୁର ମଧ୍ୟ ତାଙ୍କ ପତି ଆନନ୍ଦ ଆହୁଜାଙ୍କ ସହିତ ନଜର ଆସିଥିଲେ। ବିବାହ ପରେ ଅନିଲ୍ କପୁର ତାଙ୍କ ନିକଟତର ବନ୍ଧୁମାନଙ୍କ ପାଇଁ ଏକ ଭୋଜିର ଆୟୋଜନ କରିଥିଲେ। ଏଥିରେ ଅନେକ କଳାକାର ନଜର ଆସିଥିଲେ।

Bollywood Rhea Kapoor Karan Bulani
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ