Rekha saree avatar pose with Aamir Khan
ଆମିର ଖାନଙ୍କ ‘ସିତାରେ ଜମିନ ପର୍’ର ସ୍ୱତନ୍ତ୍ର ସ୍କ୍ରିନିଂରେ ବଡ଼ ବଡ଼ ଷ୍ଟାର୍ମାନଙ୍କୁ ଦେଖିବାକୁ ମିଳିଥିଲା। ଆମିର ଖାନଙ୍କ ଦୁଇ ବନ୍ଧୁ ସଲମାନ ଖାନ ଏବଂ ଶାହରୁଖ ଖାନ ମଧ୍ୟ ନଜର ଆସିଥିଲେ। ଜୁହି ଚାୱଲା, ଜେନେଲିଆ ଡିସୁଜା, ରିତେଶ ଦେଶମୁଖ, ଆଶା ଭୋଁସ୍ଲେଙ୍କ ସମେତ ଅନେକ ବଡ଼ ବଡ଼ ଷ୍ଟାର୍ଙ୍କୁ ମଧ୍ୟ ସେଠାରେ ଦେଖିବାକୁ ମିଳିଥିଲା।
ଏହି ସମୟରେ, ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ରେଖା। ସିଏ ପୁଣି ଥରେ ତାଙ୍କର ଏହି ନିଆରା ରୂପରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ରେଖାଙ୍କ ଶାଢ଼ି ବାଲା ନୂଆ ଅବତାର ଦେଖିବାକୁ ମିଳିଥିଲା। ତେବେ ଆସନ୍ତୁ ରେଖାଙ୍କ ସେହି ନୂଆ ଲୁକ୍ ଉପରେ ନଜର ପକାଇବା।
ଆମିର୍ ଖାନ୍ଙ୍କ ଫିଲ୍ମ ‘ସିତାରେ ଜମିନ୍ ପର୍’ ୨୦ ଜୁନ୍ ୨୦୨୫ରେ ଅର୍ଥାତ ଆଜି ସିନେମା ହଲ୍ରେ ରିଲିଜ୍ ହୋଇଛି। ଆମିର ଖାନ ଏବଂ ଜେନେଲିଆ ଡି'ସୁଜାଙ୍କ ଚଳଚ୍ଚିତ୍ରର ଏକ ସ୍ୱତନ୍ତ୍ର ସ୍କ୍ରିନିଂ ପୂର୍ବ ରାତିରେ ଅନୁଷ୍ଠିତ ହୋଇଥିଲା ଯେଉଁଠାରେ ବଲିଉଡ୍ର ତିନି ଖାନ ଉପସ୍ଥିତ ଥିଲେ। କିନ୍ତୁ, ତିନିଜଣ ଏକାଠି ପୋଜ୍ ଦେଇ ନ ଥିଲେ। ରେଖା ମଧ୍ୟ ଆମିର ଖାନଙ୍କ ଏହି କାର୍ଯ୍ୟାକ୍ରମରେ ନଜର ଆସିଥିଲେ।
ଅଧିକ ପଢ଼ନ୍ତୁ: କୌଣସି ମହିଳା ଶାରିରୀକ ସମ୍ପର୍କ ବିନା ପୁରୁଷର ନିକଟତର ହୋଇପାରିବେ ନାହିଁ: ରେଖା
ରେଖାଙ୍କ ଷ୍ଟାଇଲ୍:
ପୁଣି ଥରେ ରେଖା ତାଙ୍କର ସୁନ୍ଦର ଏବଂ ସିମ୍ପୁଲ୍ ଷ୍ଟାଇଲ୍ରେ ଲୋକଙ୍କ ହୃଦୟ ଜିତିଛଣ୍ଟୀ। ସେ ଏକ ସୁନେଲି ରଙ୍ଗର ଶାଢ଼ି ପିନ୍ଧି ପୋଜ୍ ଦେଇଛନ୍ତି। ତାଙ୍କ ପାଖରେ ଆମିର ଖାନଙ୍କୁ ଦେଖିବାକୁ ମିଳିଥିଲା। ତାଙ୍କର ଏହି ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି। ରେଖା ଯେଉଁଭଳି ଭାବରେ ତାଙ୍କ ମୁଣ୍ଡରେ ଓଢଣୀ ଦେଇଛନ୍ତି ତାହା ତାଙ୍କ ପ୍ରଶଂସକମାନଙ୍କୁ ବେଶ୍ ଛୁଇଁଛି।
ପୁଣି ଲଗାଇଲେ ସିନ୍ଦୂର:
ରେଖା ତାଙ୍କର ବିବାହିତ ଅବତାର ପାଇଁ ସବୁବେଳେ ଖବରରେ ରହିଥାନ୍ତି। ଏଥର ମଧ୍ୟ ସେ ଚୁଡ଼ି, ସିନ୍ଥିରେ ସିନ୍ଦୂର ଏବଂ ପୂରା ମେକଅପ୍ ସହିତ ନଜର ଆସିଥିଲେ। ପ୍ରତ୍ୟେକ ସମୟରେ ରେଖାଙ୍କ ସିନ୍ଦୂରକୁ ନେଇ ବେଶ ଆଲୋଚନା ହୋଇଥାଏ।
କେତେକ ଏହାକୁ ଅମିତାଭ ବଚ୍ଚନଙ୍କ ସହ ଯୋଡ଼ନ୍ତି ଏବଂ କେତେକ ଫ୍ୟାଶନ୍ ସହିତ। ତେବେ ସେ ଯାହାହେଉ, ରେଖା ଏକ ସାକ୍ଷାତକାରରେ ସ୍ପଷ୍ଟ କରିଥିଲେ ଯେ ସେ ସିନ୍ଦୂର ପିନ୍ଧିବାକୁ ପସନ୍ଦ କରନ୍ତି। ଏହା ତାଙ୍କୁ ସୁଟ୍ କରେ ଏବଂ ସେ ଏହାକୁ ଲଗାନ୍ତି।
ଅଧିକ ପଢ଼ନ୍ତୁ: ଚାପୁଡ଼ାକୁ ମୋର ଭୟ ନାହିଁ, ପ୍ରେମକୁ ମଧ୍ୟ ଭୟ ନାହିଁ, ମୁଁ କେବଳ, ବିଗ୍ ବି’ଙ୍କୁ ଭୟ କରେ: ରେଖା
ସିତାରେ ଜମିନ୍ ପର:
ଆମିର ଖାନଙ୍କ ଫିଲ୍ମଟି ଆରଏସ ପ୍ରସନ୍ନଙ୍କ ଦ୍ୱାରା ନିର୍ଦ୍ଦେଶିତ। ଏହା ଚାମ୍ପିଅନ୍ସ ଫିଲ୍ମର ଏକ ରୂପାନ୍ତର। ଏହାକୁ ଏଏ ଫିଲ୍ମସ୍ ଏବଂ ପିଭିଆର ଇଣ୍ଡକ୍ସ ପିକଚର୍ସ ଦ୍ୱାରା ବଣ୍ଟନ କରାଯାଇଛି। ଏହି ଫିଲ୍ମଟି ୨୦ ଜୁନରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି।
ଆମିର ଖାନଙ୍କ ଅଭିନୀତ ଫିଲ୍ମ 'ସିତାରେ ଜମିନ୍ ପର'କୁ ଆର୍. ଏସ୍ ପ୍ରସନ୍ନା ନିର୍ଦ୍ଦେଶନା ଦେଇଛନ୍ତି। ପ୍ରସନ୍ନା ପୂର୍ବରୁ ‘ଶୁଭ ମଙ୍ଗଲ ସାଧନ’ ଭଳି ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି। 'ସିତାରେ ଜମିନ୍ ପର' ହେଉଛି ୨୦୧୮ର ସ୍ପେନ୍ ଚଳଚ୍ଚିତ୍ର ‘ଚାମ୍ପିଅନ୍ସ’ର ଅଫିସିଆଲ୍ ରିମେକ୍। ଏହାର ନିର୍ଦ୍ଦେଶନା ଦେଇଥିଲେ ହାଭିଏ ଫେସର।
'ସିତାରେ ଜମିନ୍ ପର'ରେ ଆମିର ଖାନଙ୍କ ବ୍ୟତୀତ ଜେନେଲିଆ ଦେଶମୁଖ, ଆଶିଷ ପେଣ୍ଡସେ, ଅରୁଶ ଦତ୍ତା, ଆୟୁଷ ଭନସାଲୀ, ଋଷି ସାହନୀ, ଗୋପିକୃଷ୍ଣ କେ ଭର୍ମା, ଋଷଭ ଜୈନ, ବେଦାନ୍ତ ଶର୍ମା, ସିମରନ ମଙ୍ଗେଶକର, ସମ୍ବିତ ଦେଶାଇ, ନମନ ମିଶ୍ରା, ଡଲୀ ଅହଲୁୱାଲିଆ ପ୍ରମୁଖ ଅଭିନୟ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750410428.jpg)