Advertisment

ବିନୋଦ ମେହେରାଙ୍କୁ ଲୁଚିକି ବାହାହୋଇଯାଇଥିଲେ ରେଖା!

ବିନୋଦ ମେହେରା ତାଙ୍କର ସୁନ୍ଦର ଚେହେରା ଏବଂ ବ୍ୟକ୍ତିତ୍ୱ ଯୋଗୁଁ ସମସ୍ତଙ୍କ ପ୍ରିୟ ହୋଇ ଯାଇଥିଲେ। ସେତେବେଳେ ଅନେକ ବଲିଉଡ୍ ନାୟିକାମାନେ ମଧ୍ୟ ତାଙ୍କ ପ୍ରତି ଆକର୍ଷିତ ହେଉଥିଲେ। ସେ ମଧ୍ୟରୁ ରେଖା ମଧ୍ୟ ଜଣେ। କୁହାଯାଏ ସେ ତାଙ୍କୁ ଲୁଚିକି ବାହା ହୋଇଯାଇଥିଲେ। ହେଲେ…..

Rekha had secretly married Vinod Mehra

Rekha had secretly married Vinod Mehra

Advertisment

ବିନୋଦ ମେହେରା ତାଙ୍କର ସୁନ୍ଦର ଚେହେରା ଏବଂ ବ୍ୟକ୍ତିତ୍ୱ ଯୋଗୁଁ ସମସ୍ତଙ୍କ ପ୍ରିୟ ହୋଇ ଯାଇଥିଲେ। ସେ ତାଙ୍କ ସମୟରେ ଅନେକ ଚଳଚ୍ଚିତ୍ରରେ କାମ କରିଥିଲେ ଏବଂ ତାଙ୍କର ଦୃଢ ଅଭିନୟ ସହିତ ପ୍ରଶଂସକଙ୍କ ହୃଦୟ ଜିତିଥିଲେ। କିନ୍ତୁ ବିନୋଦ ମେହେରାଙ୍କ ବ୍ୟକ୍ତିଗତ ଜୀବନ ତାଙ୍କ କ୍ୟାରିୟର ଗ୍ରାଫ୍‌ ଭଳି ଚମତ୍କାର ନଥିଲା।

Advertisment

ଅଭିନେତା ମାତ୍ର ୪୫ ବର୍ଷ ବୟସରେ ଏ ଦୁନିଆ ଛାଡିଥିଲେ। ସେ ତାଙ୍କ ଜୀବନରେ ଅନେକ ଉତ୍ଥାନ-ପତନ ଦେଖିଥିଲେ। ପଞ୍ଜାବରେ ଜନ୍ମଗ୍ରହଣ କରିଥିବା ବିନୋଦ ମେହେରା ‘ଏକ ଥୀ ରୀତା’ ଚଳଚ୍ଚିତ୍ରରେ ଡେବ୍ୟୁ କରିଥିଲେ ଏବଂ ଖୁବ୍ ଶୀଘ୍ର ଲୋକଙ୍କ ପ୍ରିୟ ହୋଇଯାଇଥିଲେ।

ଏହା ପରେ ସେ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇଥିଲେ ଏବଂ ତାଙ୍କ ସହ କାମ କରୁଥିବା ସମସ୍ତ ନିର୍ଦ୍ଦେଶକ ଏବଂ ନିର୍ମାତା ତାଙ୍କ ଅଭିନୟକୁ ପ୍ରଶଂସା କରୁଥିଲେ। ଯେତେବେଳେ ସେ ଇଣ୍ଡଷ୍ଟ୍ରିରେ ନିଜର ଏକ ପରିଚୟ ସୃଷ୍ଟି କରିଥିଲେ, ସେତେବେଳେ ହିଁ ତାଙ୍କ ବାପାମାଆ ବିବାହ ବିଷୟରେ ଚିନ୍ତା କରିଥିଲେ। ପରିବାର ବିନୋଦ ମେହେରାଙ୍କୁ ମୀନା ବ୍ରୋକାଙ୍କ ସହିତ ପରିଚିତ କରାଇଲେ ଏବଂ ଖୁବ ଶୀଘ୍ର ସେମାନଙ୍କ ବିବାହ ହୋଇଗଲା।

Advertisment

୧୯୭୦ର ଆରମ୍ଭରେ ଉଭୟ ବିବାହ କରି ମୁମ୍ବାଇରେ ରହିବାକୁ ଲାଗିଲେ। ତେବେ ବିବାହର କିଛି ସମୟ ପରେ ଅଭିନେତା ତାଙ୍କର ପ୍ରଥମ ହୃଦଘାତର ଶୀକାର ହୋଇଥିଲେ। ତାଙ୍କୁ ସୁସ୍ଥ ହେବାକୁ କିଛି ଦିନ ଲାଗିଥିଲା। ଏହା ପରେ କିନ୍ତୁ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ସମ୍ପର୍କ ସେପରି ରହିଲା ନାହିଁ।

ବିନୋଦ ସୁସ୍ଥ ହେବା ମାତ୍ରେ ସେ ତାଙ୍କ କୋ-ଷ୍ଟାର୍‌ ବିନ୍ଦିଆ ଗୋସ୍ୱାମୀଙ୍କ ନିକଟତର ହୋଇଥିଲେ। ଉଭୟ ଅନେକ ହିଟ୍ ଫିଲ୍ମ ଦେଇଥିଲେ ଏବଂ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ମଧ୍ୟ ଥିଲା। ବିନ୍ଦିଆ ଏବଂ ବିନୋଦ ମେହେରା ସେମାନଙ୍କ ସମ୍ପର୍କକୁ ନେଇ ବହୁତ ସତର୍କ ଥିଲେ, କାରଣ ବିନୋଦ ପୂର୍ବରୁ ବିବାହିତ ଥିଲେ। ଠିକ୍ ଏହି ସମୟରେ ସେମାନଙ୍କ ସମ୍ପର୍କ ସାମ୍ନାକୁ ଆସିଲା। ଏହା ବ୍ରୋକା ପରିବାରକୁ କ୍ରୋଧିତ କଲା ଏବଂ ସେମାନେ ମେହେରାଙ୍କୁ ଧମକ ଦେଲେ ଏବଂ ତାଙ୍କୁ ସୁଧାରି ଯିବାକୁ କହିଥିଲେ।

Advertisment

ପରିସ୍ଥିତି ଆହୁରି ବିଗିଡିବାରେ ଲାଗିଲା। ନିଜକୁ ସୁରକ୍ଷିତ ରଖିବା ପାଇଁ ବିନୋଦ ଏବଂ ବିନ୍ଦିଆଙ୍କୁ ଗୋଟିଏ ହୋଟେଲରୁ ଅନ୍ୟ ହୋଟେଲକୁ ଯାତ୍ରା କରିବାକୁ ପଡିଲା। ଗୁଜବ ଉଡିଲା ଯେ ଦୁହେଁ ଲୁଚିକି ବିବାହ କରିଛନ୍ତି। ଏହା ବ୍ରୋକା ପରିବାରକୁ ଆହୁରି କ୍ରୋଧିତ କରିଥିଲା। ପରେ ବିନୋଦ ମେହେରା ଏବଂ ବିନ୍ଦିଆଙ୍କ ଅଲଗା ହୋଇଥିଲେ। ୧୯୮୦ ମସିହାରେ ବିନୋଦଙ୍କର ଲୋକପ୍ରିୟତା କମିବାକୁ ଲାଗିଲା। କୁହାଯାଏ ଯେ ବିନ୍ଦିଆ ସେତେବେଳେ ଜେପି ଦତ୍ତଙ୍କ ନିକଟତର ହୋଇଯାଇଥିଲେ।

୧୯୭୦ରେ ବଲିଉଡ୍‌ ଯୋଡି ମଧ୍ୟରୁ ରେଖା ଏବଂ ବିନୋଦ ମେହେରାଙ୍କ ଯୋଡିକୁ ଖୁବ ପସନ୍ଦ କରାଯାଉଥିଲା। ଉଭୟ ଆରମ୍ଭରୁ ଭଲ ବନ୍ଧୁ ଥିଲେ। ୧୯୮୦ର ଶେଷରେ ସେମାନେ ସେମାନଙ୍କ ସମ୍ପର୍କକୁ ଆହୁରି ଆଗକୁ ନେବାକୁ ସ୍ଥିର କରିଥିଲେ।

କୁହାଯାଏ ଯେ ଉଭୟ ଗୁପ୍ତରେ ବିବାହ ମଧ୍ୟ କରିଥିଲେ। ପରେ ରେଖା ଏହାକୁ ଅସ୍ୱୀକାର କରିଥିଲେ। କୁହାଯାଏ ଯେ ବିନୋଦ ମେହେରା ବିବାହ ପରେ ରେଖାଙ୍କୁ ତାଙ୍କ ଘରକୁ ନେଇଥିଲେ, କିନ୍ତୁ ତାଙ୍କ ମା’ ଏହାକୁ ପସନ୍ଦ କରୁ ନଥିଲେ। ସେ ରେଖାଙ୍କ ଉପରେ ଏତେ ରାଗି ଯାଇଥିଲେ ଯେ ତାଙ୍କୁ ଚପଲରେ ପିଟିବାକୁ ମଧ୍ୟ ଚେଷ୍ଟା କରିଥିଲେ। ଏଭଳି ବ୍ୟବହାରରେ ରେଖା ଖୁବ କାନ୍ଦିଥିଲେ ଆଉ ଏହାକୁ ସହି ପାରି ନଥିଲେ। ରେଖା ଏବଂ ବିନୋଦ ମେହେରାଙ୍କ ସମ୍ପର୍କ ଏହା ପରେ ଭାଙ୍ଗିଯାଇଥିଲା।

ରେଖାଙ୍କ ସହିତ ବ୍ରେକଅପ୍ ହେବା ପରେ ବିନୋଦଙ୍କ ହୃଦୟ ଭାଙ୍ଗି ଯାଇଥିଲା। ଏହି ସମୟରେ ତାଙ୍କୁ ଏମିତି ଏକ ଝିଅ ମିଳିଲା ଯିଏ ତାଙ୍କ ଜୀବନକୁ ସମ୍ଭାଳି ନେଇଥିଲେ। ସେହି ଝିଅ ଜଣଙ୍କ ଥିଲେ କିରଣ। ସେ ଥିଲେ ଜଣେ କେନିଆ ବ୍ୟବସାୟୀଙ୍କ ଝିଅ। କିରଣ ୧୯୮୮ରେ ବିନୋଦଙ୍କୁ ବିବାହ କରିଥିଲେ ଏବଂ ତାଙ୍କ ସହ ରହିବାକୁ ଭାରତ ପଳେଇ ଆସିଥିଲେ। ଉଭୟଙ୍କର ଦୁଇଟି ସନ୍ତାନ ମଧ୍ୟ ଥିଲେ, ପୁଅ ରୋହନ ଏବଂ ଝିଅ ସୋନିଆ।

ସବୁକିଛି ଠିକ୍ ଚାଲିଥିଲା, କିନ୍ତୁ ପରେ ୧୯୯୦ରେ ବିନୋଦ ମେହେରା ଦ୍ୱିତୀୟ ହୃଦଘାତରେ ପୀଡିତ ହୋଇଥିଲେ। ଏହା ପରେ ସେ ସୁସ୍ଥ ହୋଇପାରିଲେ ନାହିଁ ଏବଂ ତାଙ୍କର ଦେହାନ୍ତ ହେଲା। ସେତେବେଳେ ତାଙ୍କୁ ମାତ୍ର ୪୫ ବର୍ଷ ହୋଇଥିଲା। ଏହାପରେ କିରଣ ପିଲାମାନଙ୍କ ସହିତ କେନିଆ ଫେରିଯାଇଥିଲେ।

Bollywood Rekha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ