Advertisment

କୌଣସି ମହିଳା ଶାରିରୀକ ସମ୍ପର୍କ ବିନା ପୁରୁଷର ନିକଟତର ହୋଇପାରିବେ ନାହିଁ: ରେଖା

ଅଭିନେତ୍ରୀ ରେଖା ତାଙ୍କ ଖୁଲମଖୁଲା ମତ ପାଇଁ ସର୍ବଦା ଚର୍ଚ୍ଚାରେ ରହିଆସିଛନ୍ତି। ଆଜିକାଲି ଅଭିନେତ୍ରୀମାନେ ନିଜ ବ୍ୟକ୍ତିଗତ ଜୀବନ ସହ ଜଡିତ ଯେଉଁ କଥାକୁ କହିବାକୁ ପଛଘୁଞ୍ଚା ଦିଅନ୍ତି ରେଖା କିନ୍ତୁ ଏହାକୁ ଖୋଲାଖୋଲି କହିବାରେ ସଙ୍କୋଚ କରନ୍ତି ନାହିଁ।

Rekha had no problem with having physical relations before marriage

Rekha had no problem with having physical relations before marriage

Advertisment

ବଲିଉଡ୍‌ର ଚିର ସବୁଜ ଅଭିନେତ୍ରୀ ରେଖା ତାଙ୍କ ଖୁଲମଖୁଲା ମତ ପାଇଁ ସର୍ବଦା ଚର୍ଚ୍ଚାରେ ରହିଆସିଛନ୍ତି। ଆଜିକାଲି ଅଭିନେତ୍ରୀମାନେ ନିଜ ବ୍ୟକ୍ତିଗତ ଜୀବନ ସହ ଜଡିତ ଯେଉଁ କଥାକୁ କହିବାକୁ ପଛଘୁଞ୍ଚା ଦିଅନ୍ତି ରେଖା କିନ୍ତୁ ଏହାକୁ ଖୋଲାଖୋଲି କହିବାରେ ସଙ୍କୋଚ କରନ୍ତି ନାହିଁ। ବିବାହ ପୂର୍ବରୁ ଶାରୀରିକ ସଂପର୍କକୁ ନେଇ ରେଖା ଯାହା କହିଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବା ଭଳି।

Advertisment

ସେ କହିଛନ୍ତି ଯେ ଲୋକେ ଯେଉଁ କହୁଛନ୍ତି ବିବାହ ଘରେ ବାସରରାତିରେ ହିଁ ଶାରିରୀକ ସମ୍ପର୍କ ରଖୁବା ଉଚିତ, ଏହା ସବୁ ବେକାର କଥା। ତେବେ ଯାହା ଏହାକୁ ନେଇ ଯାହା କହିଛନ୍ତି ସେସବୁକୁ ଲେଖକ ୟାସିର୍ ଉସ୍‌ମାନ ତାଙ୍କ୍ ବହି ‘ରେଖା: ଦ ଅନ୍‌ଟୋଲ୍ଡ ଷ୍ଟୋରୀ’ରେ ଲେଖିଛନ୍ତି। ଆସନ୍ତୁ ସେ ସବୁ ବିଷୟରେ ଜାଣିବା।

ଶାରିରୀକ ସମ୍ପର୍କ ବିନା ପୁରୁଷର ନିକଟତର ହୋଇପାରିବେ ନାହିଁ:

ୟାସିରର ଉସ୍‌ମାନଙ୍କ ପୁସ୍ତକ ଅନୁଯାୟୀ ଏକ ସାକ୍ଷାତକାର ସମୟରେ ରେଖା କହିଥିଲେ ଯେ ଆପଣ ଜଣେ ପୁରୁଷର ନିକଟତର ହୋଇପାରିବେ ନାହିଁ, ଯଦି ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବେ ନାହିଁ। ସେ କହିଛନ୍ତି ଯେ ଏହା କେବଳ ଏକ ସଂଯୋଗ ଯେ ମୁଁ ଏପର୍ଯ୍ୟନ୍ତ ଗର୍ଭବତୀ ହୋଇନାହିଁ। ରେଖା ବିବାହ ପୂର୍ବରୁ ମଧ୍ୟ ଯୌନ ସମ୍ପର୍କକୁ ଯଥାର୍ଥ ବୋଲି କହିଥିଲେ।

Advertisment
Rekha had no problem with having physical relations before marriageସଂଯୋଗ ଯେ ମୁଁ ଏପର୍ଯ୍ୟନ୍ତ ଗର୍ଭବତୀ ହୋଇନାହିଁ

ଶାରୀରିକ ସମ୍ପର୍କ ଅତ୍ୟନ୍ତ ସ୍ୱାଭାବିକ:

ରେଖା କହିଛନ୍ତି ଯେ ଯୌନ ସମ୍ପର୍କ ଅତ୍ୟନ୍ତ ସ୍ୱାଭାବିକ ଏବଂ ଯେଉଁମାନେ କୁହନ୍ତି ଯେ କେବଳ ଜଣେ ମହିଳା କେବଳ ତାଙ୍କ ବାସର ରାତିରେ ହିଁ ଯୌନ ସମ୍ପର୍କ ରଖିବା ଉଚିତ୍, ସେମାନେ ବେକାର କଥା କହୁଛନ୍ତି। ପ୍ରେମ ସହିତ ଯୌନ ସମ୍ପର୍କ ହୋଇଥାଏ। ଆପଣ ପ୍ରେମ ନ କରି କୌଣସି ପୁରୁଷର ନିକଟତର ହୋଇପାରିବେ ନାହିଁ। ସେ କହିଛନ୍ତି ଯେ ଏହା ଏକ ସଂଯୋଗ ଯେ ଏ ପର୍ଯ୍ୟନ୍ତ ସେ ଗର୍ଭବତୀ ହୋଇ ନାହାନ୍ତି।

ଯାହା ଚାହାଁନ୍ତି ତାହା କରନ୍ତି:

ତାଙ୍କର ଶୌକ ବିଷୟରେ ରେଖା କହିଛନ୍ତି ଯେ ସେ ସବୁ ସୁନ୍ଦର ଜିନିଷକୁ ସେ ଭଲ ପାଆନ୍ତି। ଖାଲି ସମୟରେ ବଗିଚା କାମ କରନ୍ତି, ମେକ୍‌ଅପ୍ ହୁଅନ୍ତି, ଘର ସଜାଇବାକୁ ଭଲ ପାଆନ୍ତି। ସବୁଠାରୁ ଅଧିକ ଫିଲ୍ମ ନିର୍ମାଣ କରିବାକୁ ପସନ୍ଦ କରନ୍ତି। ରେଖା ଆହୁରି ମଧ୍ୟ କହିଛନ୍ତି ଯେ ଲୋକମାନେ ତାଙ୍କୁ ବହୁତ ଉପଦେଶ ଦିଅନ୍ତି। କିନ୍ତୁ ସେ ଯାହା ପସନ୍ଦ କରନ୍ତି ତାହା ହିଁ କରନ୍ତି। ସେ ସମସ୍ତଙ୍କ କଥା ଶୁଣନ୍ତି, କିନ୍ତୁ ସେ ଯାହା ଚାହାଁନ୍ତି ତାହା କରନ୍ତି।

Advertisment
Rekha had no problem with having physical relations before marriageସେ ସମସ୍ତଙ୍କ କଥା ଶୁଣନ୍ତି, କିନ୍ତୁ ସେ ଯାହା ଚାହାଁନ୍ତି ତାହା କରନ୍ତି

ସାକ୍ଷାତକାରରେ ପ୍ରତ୍ୟେକ ଥର ଅମିତାଭଙ୍କ ନାଁ:

ଫ୍ୟାଶନ ଫଟୋଗ୍ରାଫର ଜୟଶ ସେଠ୍‌ଙ୍କ ଅନୁଯାୟୀ, ରେଖା ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ ବଲିଉଡ୍‌ରେ ବ୍ୟକ୍ତିଗତ ଥିମ୍‌ରେ ଫଟୋସୁଟ୍‌ କରିବା ଆରମ୍ଭ କରିଥିଲେ। ବର୍ଷେ ମଧ୍ୟରେ ଜଣା ନାହିଁ ସେ କେତେ ସାକ୍ଷାତକାର ଦେଇଥିବେ ଏବଂ ସେହି ସାକ୍ଷାତକାରରେ ଅମିତାଭଙ୍କ ନାଁ କେତେଥର ନେଇଥିବେ।

ଅମିତାଭଙ୍କୁ ପାଉଥିଲେ ଭଲ:

ଏକ ସାକ୍ଷାତକାରରେ ରେଖାଙ୍କୁ ପଚରାଯାଇଥିଲା ଯେ ସେ ଅମିତାଭ ବଚ୍ଚନଙ୍କ ପ୍ରେମରେ ପଡିଛନ୍ତି କି? ରେଖା କହିଥିଲେ ଏହା ଏକ ବେକାର ପ୍ରଶ୍ନ। କିଏ ବା ନ କରିବ? ମୁଁ ଏପରି କୌଣଣସି ମହିଳା, ପିଲା କିମ୍ବା ବୟସ୍କଙ୍କୁ ଭେଟି ନାହିଁ, ଯିଏ ଅମିତାଭଙ୍କୁ ପାଗଳଙ୍କ କରି ଭଲ ନ ପାଏ ନାହିଁ। ତେବେ ମତେ କାହିଁକି ଅଲଗା କରାଯାଉଛି? ମୁଁ ମଧ୍ୟ ତାଙ୍କୁ ଭଲ ପାଏ, ଅନ୍ୟମାନଙ୍କ ପରି।

Rekha had no problem with having physical relations before marriageଅମିତାଭଙ୍କୁ ପାଉଥିଲେ ଭଲ
Amitabh Bachchan Bollywood Rekha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ