Advertisment

‘ଟାଇଗର ୩’ରେ କ୍ୟାଟ୍ରିନାଙ୍କ ଟାୱେଲ୍ ଫାଇଟ୍ ଦେଖି ଏମିତି କହିଲେ ଭିକି କୌଶଲ

‘ଟାଇଗର ୩’ କାଟ୍ରିନା କୈଫ୍‌ଙ୍କ ଏକ ଫାଇଟ୍ ସିନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରେ। ଏହି ସିନ୍‌ରେ ସେ ନିଜ ଦେହକୁ ଟାୱେଲ୍‌ରେ ଢାଙ୍କି ଫାଇଟ୍ କରିବା ଦେଖାଯାଏ। ଏହି ସିନ୍‌କୁ ଦେଖି ତାଙ୍କ ସ୍ୱାମୀ ଭିକି କୌଶଲ ତାଙ୍କ କାନରେ ଏମିତି କିଛି କହିଥିଲେ। ଜାଣନ୍ତୁ ସେ କ’ଣ କହିଥିଲେ।

ଅଦ୍ୟତନ ହୋଇଛି
Vicky Kaushal reacts to Katrina's towel fight scene

reaction of Vicky kaushal after seeing Katrina kaif towel fight scene in tiger 3

Advertisment

ନଭେମ୍ବର ୧୨ ରେ ଦୀପାବଳି ଅବସରରେ ମୁକ୍ତିଲାଭ କରିଥିବା ସଲମାନ ଖାନ ଓ କାଟ୍ରିନା କୈଫ୍‌ଙ୍କ ଅଭିନୀତ ‘ଟାଇଗର ୩’ ସାରା ବିଶ୍ୱରେ ୪୦୦ କୋଟିରୁ ଅଧିକ ଆୟ କରିଛି। ସଲମାନ ଖାନଙ୍କ ହୀରୋଇଜ୍ସ ବ୍ୟତୀତ କ୍ୟାଟ୍ରିନା କୈଫଙ୍କୁ ମଧ୍ୟ ଏହି ସ୍ପାଇ ଥ୍ରୀଲରରେ ଜବରଦସ୍ତ ଆକ୍ସନ୍ କରୁଥିବା ଦେଖିବାକୁ ମିଳେ। ଏଥିରେ ଥିବା ତାଙ୍କର ଏକ ଆକ୍ସନ୍ ସିନ୍ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରେ। ଏହି ସିନ୍‌ରେ କ୍ୟାଟ୍ରିନା ଟାୱେଲ ସହିତ ଫାଇଟ୍ କରନ୍ତି, ଯାହା ଖୁବ୍ ଲୋକପ୍ରିୟ୍ ସିନ୍ ମଧ୍ୟରୁ ଗୋଟିଏ।

Advertisment

ଅଧିକ ପଢ଼ନ୍ତୁ: ଦିନକୁ ଦିନ ହ୍ରାସ ପାଉଛି 'ଟାଇଗର ୩'ର ରୋଜଗାର; କାରଣ କହିଲେ ସଲମାନ

ଏହି ସିନ୍‌ରେ କ୍ୟାଟ୍ରିନା ଅର୍ଥାତ୍ ଆଇଏସ୍ଆଇ ଏଜେଣ୍ଟ୍‌ ଜୋୟା ହାଲିଉଡ୍‌ ଅଭିନେତ୍ରୀ ମିସେଲ୍‌ ଲିଙ୍କ ସହ ଫାଇଟ୍ କରୁଥିବା ଦେଖିବାକୁ ମିଳେ। ଏହି ଫାଇଟ୍ ସିନ୍‌ରେ ଉଭୟଙ୍କୁ ତୁର୍କୀ ହମାମରେ ଟାୱେଲରେ ନିଜ ଶରୀରକୁ ଢାଙ୍କିବାର ଦେଖାଯାଏ। ବର୍ତ୍ତମାନ ଅଭିନେତ୍ରୀଙ୍କ ସ୍ୱାମୀ ତଥା ଅଭିନେତା ଭିକି କୌଶଲ ତାଙ୍କର ଏହି ଟାୱେଲ ଫାଇଟ୍‌କୁ ନେଇ ଆଲୋଚନା କରିଛନ୍ତି। ଭିକି ଫିଲ୍ମର ସ୍କ୍ରିନିଂ ସମୟରେ ଏହି ସିନ୍ ଦେଖିବାବେଳେ କ୍ୟାଟ୍ରିନାଙ୍କୁ ଯାହା କହିଥିଲେ ତାହା ପ୍ରକାଶ କରିଛନ୍ତି।

ଭିକି କହିଛନ୍ତି, "ମୁଁ ଫିଲ୍ମର ସ୍କ୍ରିନିଂକୁ ଯାଇଥିଲି ଏବଂ ଆମେ ଫିଲ୍ମ ଦେଖୁଥିଲୁ। ଯେତେବେଳେ ସିକ୍ୱେନ୍ସ ଆସିଲା, ଏହାରି ଭିତରେ ମୁଁ ତାଙ୍କ ଆଡକୁ ଆଉଜିଗଲି ଏବଂ କହିଲି, 'ବର୍ତ୍ତମାନ ଠାରୁ ମୁଁ ଆଉ ତୁମ ସହ ଯୁକ୍ତି କରିବି ନାହିଁ। ମୁଁ ଚାହୁଁ ନାହିଁ ତୁମେ ଟାୱେଲ ପିନ୍ଧି ମତେ ଏମିତି ମାର ବୋଲି।’ ମତେ ଲାଗିଲା ଯେ ଯେଉଁଭଳି ଭାବେ ସେ ଏହାକୁ କରିଛନ୍ତି ଏହା ଆଶ୍ଚର୍ଯ୍ୟଜନକ ଅଟେ। ମୁଁ ତାଙ୍କୁ କହିଲି,'ତୁମେ ବୋଧହୁଏ ବଲିଉଡ୍‌ର ସବୁଠାରୁ ଭଲ ଆକ୍ସନ୍ ଅଭିନେତ୍ରୀ। ମୁଁ ତାଙ୍କ କଠିନ ପରିଶ୍ରମ ପାଇଁ ପ୍ରକୃତରେ ଗର୍ବିତ। ତାଙ୍କୁ ଦେଖିବା ଅତ୍ୟନ୍ତ ପ୍ରେରଣାଦାୟକ।"

Advertisment

ପ୍ରକାଶଥାଉ ଯେ କ୍ୟାଟ୍ରିନାଙ୍କ ‘ଟାଇଗର ୩’ ପରେ ଭିକିଙ୍କ ପରବର୍ତ୍ତୀ ଫିଲ୍ମ ‘ସାମ ବାହାଦୂର’ ମଧ୍ୟ ମୁକ୍ତିଲାଭ ପାଇଁ ପ୍ରସ୍ତୁତ ଅଛି। ଏହି ବାୟୋପିକ୍‌ ୱାର୍ ଡ୍ରାମାରେ ଭିକି ଭାରତର ପ୍ରଥମ ଫିଲ୍ଡ ମାର୍ଶଲ ସାମ୍‌ ମାନେକ୍‌ଶଙ୍କ ଭୂମିକାରେ ଅଭିନୟ କରିଛନ୍ତି। ମେଘନା ଗୁଲଜାରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମଟି ଡିସେମ୍ବର ୧ ଶୁକ୍ରବାର ଦିନ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଫିଲ୍ମଟି ବକ୍ସ ଅଫିସରେ ରଣବୀର କପୁରଙ୍କ ଅଭିନୀତ ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ‘ଆନିମଲ୍’ ସହିତ ଟକ୍କର ଦେବ।

ଅଧିକ ପଢ଼ନ୍ତୁ: 'ଜବାନ' ଆଉ 'ଗଦର ୨'ର ରେକର୍ଡ ଭାଙ୍ଗିଲା 'ଟାଇଗର ୩'

Katrina Kaif Bollywood Vicky Kaushal Tiger 3
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ