Advertisment

ରବୀନାଙ୍କ ଖୁଲାସା: ରେପ୍ ଓ କିସ୍ ସିନ୍ କରିବାକୁ…

ରବୀନା ଟଣ୍ଡନ୍ ନିକଟରେ ଏକ ବଡ଼ ଖୁଲାସା କରିଛନ୍ତି। ରବୀନା ସେହି ସବୁ କଥା ଶେୟାର କରିଛନ୍ତି, ଯାହା କାମ କରିବା ସମୟରେ ତାଙ୍କୁ ବାରମ୍ବାର ହଇରାଣ କରୁଥିଲା। ସେ କିପରି ଅସୁବିଧାର ସମ୍ମୁଖୀନ ହେଉଥିଲେ ଏବଂ ସେସବୁ ସହ କିପରି ମୁକାବିଲା କରୁଥିଲେ ସେନେଇ ରବୀନା ଖୋଲାଖୋଲି ଭାବେ କହିଛନ୍ତି।

ଅଦ୍ୟତନ ହୋଇଛି
Raveena Tondon

Raveena Tondon was not comfortable doing rape and kissing scene

Advertisment

୯୦ ଦଶକରେ ନିଜର ଗ୍ଲାମର ଲୁକ୍ ଏବଂ ଅଭିନୟର ଯାଦୁରେ ଦର୍ଶକଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ରବୀନା ଟଣ୍ଡନ୍ ନିକଟରେ ଏକ ବଡ଼ ଖୁଲାସା କରିଛନ୍ତି। ରବୀନା ସେହି ସବୁ କଥା ଶେୟାର କରିଛନ୍ତି, ଯାହା କାମ କରିବା ସମୟରେ ତାଙ୍କୁ ବାରମ୍ବାର ହଇରାଣ କରୁଥିଲା। ଅଭିନେତ୍ରୀ ପରଦା ପଛରେ କିପରି ଅସୁବିଧାର ସମ୍ମୁଖୀନ ହୋଇଥିଲେ ଏବଂ ସେସବୁ ସହ କିପରି ମୁକାବିଲା କରାଯିବ ସେନେଇ ରବୀନା ଖୋଲାଖୋଲି ଭାବେ କହିଛନ୍ତି।

Advertisment

'ଟିପି ଟିପି ବର୍ଷା ପାନି', 'ତୁ ଚିଜ୍ ବଡି ହେ ମସ୍ତ୍ ମସ୍ତ୍' ଭଳି ଗୀତକୁ ନିଜ ଷ୍ଟାଇଲ୍‌ରେ ହିଟ୍ କରିଥିବା ରବୀନା ଟଣ୍ଡନ୍ ନିକଟରେ ANI ସହ କଥା ହୋଇ ଅନେକ ଖୁଲାସା କରିଛନ୍ତି। ଫିଲ୍ମରେ ରେପ୍ ଓ କିସ୍ ସିନ୍ କରିବାକୁ ନେଇ ସେ କିପରି ଅସହଜ ଅନୁଭବ କରୁଥିଲେ ତାହା କହିଛନ୍ତି।

ଅଧିକ ପଢ଼ନ୍ତୁ: ରବୀନା-ସଲମାନଙ୍କ ଝଗଡା ପରେ ୬ ବର୍ଷରେ ଏହି ଫିଲ୍ମରେ ଏକାଠି ହେଲେ

ରବୀନା କହିଛନ୍ତି ଯେ, “ଯଦି ମୁଁ କୌଣସି ଦୃଶ୍ୟକୁ ନେଇ ଅସହଜ ମନେକରୁଥିଲି, ତେବେ ମୁଁ ଏହାକୁ ସ୍ପଷ୍ଟ ଭାବରେ କହିଦେଉଥିଲି। ଏହା ମୋ କାମ ପାଇଁ ଫଣ୍ଡା ଥିଲା। ସ୍ୱିମିଙ୍ଗ୍ ପୋଷାକ ପିନ୍ଧିବା, ରେପ୍ କିମ୍ବା କିସ୍ ସିନ୍ ମତେ ପସନ୍ଦ ଆସେ ନାହିଁ। ଖୁବ୍ କମ୍ ରେପ୍ ସିନ୍ କରିଥିବା ମୁଁ ବୋଧହୁଏ ଏକମାତ୍ର ଅଭିନେତ୍ରୀ। ରେପ୍ ସିନ୍ ସମୟରେ ମୋର ପୋଷାକ କେବେ ବି ଚିରି ନାହିଁ। ମୁଁ ସ୍ପଷ୍ଟ ଭାବରେ କହିଦିଏ ଯେ ଆପଣମାନେ ଯେମିତି ସୁଟିଂ କରୁଛ କର କିନ୍ତୁ ମୋର ପୋଷାକ ଯେପରି ଚିରିବ ନାହିଁ। ମୋର ଏହିସବୁ ଗୁଣ ପାଇଁ ମୋତେ ଅହଂକାରୀ ବୋଲି କୁହାଯାଉଥିଲା।”

Advertisment

ରବୀନା ତାଙ୍କ ସାକ୍ଷାତକାରରେ କହିଛନ୍ତି, “ମୁଁ ‘ପ୍ରେମ୍ କଏଦୀ'ର ଅଫର ପାଇଥିଲି, କିନ୍ତୁ ହିରୋର ଜିପ୍ ଖୋଲିବା ଏବଂ ଷ୍ଟେପ୍ ଦେଖାଇବା ଦୃଶ୍ୟ ମୋତେ ପସନ୍ଦ ନଥିଲା, ତେଣୁ ମୁଁ ମନା କରିଦେଲି। ଏଥି ସହିତ, ମତେ ପ୍ରଥମେ ଫିଲ୍ମ 'ଡର' ମଧ୍ୟ ମିଳିଥିଲା କିନ୍ତୁ ଫିଲ୍ମର କିଛି ଦୃଶ୍ୟକୁ ନେଇ ମୁଁ ଅସନ୍ତୁଷ୍ଟ ଥିଲି, ତେଣୁ ମୁଁ ଫିଲ୍ମ କରିବାକୁ ରାଜି ନଥିଲି। ପ୍ରକାଶଥାଉ ଯେ ପରେ 'ପ୍ରେମ୍ କଏଦୀ'ରେ କରିସ୍ମା କପୁର ଅଭିନୟ କରିଥିବା ବେଳେ ଜୁହି ଚାୱଲା 'ଡର୍' ରେ ଅଭିନୟ କରିଥିଲେ।

Raveena Tandon Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ