Advertisment

୪୮ ବର୍ଷରେ ପାଦ ଦେଲେଣି ରବୀନା; ଆଜି ବି ଯୁବପିଢି ପାଗଳ

ଆଜି ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କୁ ଆଜି ୪୮ ବର୍ଷ ହୋଇଛି। ଏହା ଭିତରେ ବଲିଉଡରେ ତାଙ୍କର ତିନି ଦଶନ୍ଧିରୁ ଅଧିକ ସମୟ ବିତିଗଲାଣି। ରବୀନା ଡେବ୍ୟୁ କରିବା ସମୟରେ ଯେମିତି ଗ୍ଲାମର ଓ ଫିଟ୍ ଥିଲେ ଆଜି ବି ସେମିତି ଅଛନ୍ତି। ଆସନ୍ତୁ ତାଙ୍କ ବିଷୟରେ ଆଉ କିଛି ରୋଚକ କଥା ଜାଣିନେବା।

ଅଦ୍ୟତନ ହୋଇଛି
Raveena Tandon Birthday Today

Raveena Tandon birthday lesser known facts about actress

Advertisment

ଯଦି ୯୦ ଦଶକର ସବୁଠାରୁ ସୁନ୍ଦର ଅଭିନେତ୍ରୀଙ୍କ ତାଲିକା କରାଯାଏ ତେବେ ରବୀନା ଟଣ୍ଡନଙ୍କ ନାମ ବାଦ ପଡିବନି। ଏହି ଅଭିନେତ୍ରୀ ତାଙ୍କ ଚଳଚ୍ଚିତ୍ର କ୍ୟାରିୟରରେ ଅନେକ ସୁପରହିଟ୍ ଫିଲ୍ମରେ କାମ କରିଛନ୍ତି। ଆଜି ଅର୍ଥାତ୍ ୨୬ ଅକ୍ଟୋବରରେ ସେ ତାଙ୍କର ୪୮ ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କ ଜନ୍ମଦିନରେ, ଆସନ୍ତୁ ଜାଣିବା ତାଙ୍କ ସହ ଜଡିତ କିଛି ଅଜଣା କଥା।

Advertisment

ପିଲାଦିନ ଓ ପାଠପଢା:

ରବୀନାଙ୍କ ପିଲାଦିନ ମୁମ୍ବାଇରେ ଅତିବାହିତ ହୋଇଛି। ତାଙ୍କ ବାପାଙ୍କ ନାମ ରବି ଟଣ୍ଡନ୍ ଏବଂ ମା’ଙ୍କ ନାମ ବୀଣା। ଉଭୟଙ୍କ ନାମକୁ ମିଶାଇ ତାଙ୍କ ନାଁ ରବୀନା ରଖାଯାଇଗଲା। ତାଙ୍କ ଘରର ନାମ ମୁନ୍‌ମୁନ୍। ଏହି ଅଭିନେତ୍ରୀ ଜାମୁନାବାଇ ପବ୍ଲିକ୍ ସ୍କୁଲରୁ ତାଙ୍କର ପ୍ରାଥମିକ ଶିକ୍ଷା ଲାଭ କରିଥିଲେ। ଏହା ପରେ ସେ ମିଠିବାଇ କଲେଜରୁ ସ୍ନାତକ ହାସଲ କରିଥିଲେ।

ସେ କଲେଜ ଦିନରୁ ମଡେଲିଂ ଦୁନିଆରେ ପାଦ ଦେଇଥିଲେ। ତାଙ୍କର ସୌନ୍ଦର୍ଯ୍ୟ କାରଣରୁ ସେ ପାଠପଢା ସମୟରୁ ହିଁ ଅନେକ ଅଫର ପାଇବା ଆରମ୍ଭ କଲେ। ଏହି କାରଣରୁ ସ୍ନାତକୋତ୍ତରର ଦ୍ୱିତୀୟ ବର୍ଷରେ ସେ ପାଠପଢା ଛାଡିଦେଲେ।

Advertisment
Raveena Tandon birthday lesser known facts about actress(ଦମଦାର ଲୁକ୍‌ରେ ରବୀନା ଟଣ୍ଡନ)

ଫିଲ୍ମ ଦୁନିଆରେ ପ୍ରବେଶ:

୧୯୯୧ରେ ରବୀନାଙ୍କୁ ଯେତେବେଳେ ୧୭ ବର୍ଷ ହୋଇଥିଲା ସେ ଚଳଚ୍ଚିତ୍ରରେ ଡେବ୍ୟୁ କରିଥିଲେ। ସେ ପ୍ରଥମେ ସଲମାନ ଖାନଙ୍କ ସହ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରର ନାମ ଥିଲା 'ପଥର୍ କେ ଫୁଲ' । ଏହି ଚଳଚ୍ଚିତ୍ରରେ ରବୀନାଙ୍କ ଅଭିନୟ ଏବଂ ସୌନ୍ଦର୍ଯ୍ୟକୁ ବହୁତ ପ୍ରଶଂସା ମିଳିଥିଲା। ବର୍ଷର ନୂଆ ଚେହେରା ପାଇଁ ସେ ଫିଲ୍ମଫେୟାର ପୁରସ୍କାର ମଧ୍ୟ ପାଇଥିଲେ। ଏହା ପରେ ଅଭିନେତ୍ରୀ ଆଉ ପଛକୁ ଚାହିଁ ନଥିଲେ। 'ଅନ୍ଦାଜ୍ ଅପ୍‌ନା ଅପ୍‌ନା' ଏବଂ 'ମୋହରା' ଭଳି ଚଳଚ୍ଚିତ୍ର ପାଇଁ ତାଙ୍କୁ ଏବେ ମଧ୍ୟ ସ୍ମରଣ କରାଯାଏ।

Raveena Tandon in glamour look(ଗ୍ଲାମର୍ ଲୁକ୍‌ରେ ରବୀନା ଟଣ୍ଡନ୍)

ଆଜି ବି ଲୋକମାନେ ୟୁଟ୍ୟୁବରେ ମୋହରା ଫିଲ୍ମର ଆଇକନିକ୍ ଗୀତ 'ଟିପ୍ ଟିପ୍ ବରଷା ପାନି' ଦେଖିବାକୁ ପସନ୍ଦ କରନ୍ତି। ଏହି ଗୀତରେ ଅଭିନେତ୍ରୀ ନିଜ ବୋଲ୍ଡନେସ୍‌ରେ ପାଣିରେ ନିଆଁ ଲଗାଇ ଦେଇଥିଲେ। ରିପୋର୍ଟ ଅନୁଯାୟୀ, ରବୀନା ଅନେକ ହୀଟ ଫିଲ୍ମ ଦେଇଥିଲେ ବି ଅନେକ ବଡ ବଲିଉଡ ଫିଲ୍ମକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ‘କୁଛ୍‌ କୁଛ୍‌ ହୋତା ହୈ’ ରେ ରାନୀ ମୁଖାର୍ଜୀ ଏବଂ ‘ଦିଲ୍‌ ତୋ ପାଗଲ ହୈ’ ରେ କରିସ୍ମାଙ୍କ ଭୂମିକାକୁ ପ୍ରଥମେ ତାଙ୍କୁ ଦିଆଯାଇଥିଲା କିନ୍ତୁ ଅଭିନେତ୍ରୀ ଏସବୁ ଫିଲ୍ମ କରିନଥିଲେ।

Advertisment
Raveena Tandon in Mohara(ମୋହରାରେ ରବୀନା ଟଣ୍ଡନଙ୍କ ବୋଲ୍ଡସିନ୍)

ବ୍ୟକ୍ତିଗତ ଜୀବନ:

ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ, ୯୦ ଦଶକରେ ତାଙ୍କ ନାମକୁ ନେଇ ଅନେକ ତାରକାଙ୍କ ସହ ଯୋଡି ଚର୍ଚ୍ଚା କରାଯାଉଥିଲା। କୁହାଯାଉଥିଲା ଯେ ସେ ଅକ୍ଷୟ କୁମାରଙ୍କୁ ମନ୍ଦିରରେ ବିବାହ କରିଥିଲେ କିନ୍ତୁ ସେମାନଙ୍କ ସମ୍ପର୍କ ବେଶି ଦିନ ରହିପାରି ନଥିଲା। ରବୀନା ବିବାହ ପୂର୍ବରୁ ଦୁଇ ପିଲା ଛାୟା ଏବଂ ପୂଜାଙ୍କୁ ସନ୍ତାନଭାବେ ଗ୍ରହଣ କରିଥିଲେ।

Raveena Tandon birthday lesser known facts about actress(୪୮ ବର୍ଷରେ ପାଦ ଦେଲେଣି ରବୀନା; ଆଜି ବି ଯୁବପିଢି ପାଗଳ)

ସେତେବେଳେ ଅଭିନେତ୍ରୀଙ୍କ ବୟସ ମାତ୍ର ୨୧ ବର୍ଷ ଥିଲା। ବର୍ତ୍ତମାନ ତାଙ୍କର ସେହି ଦୁଇ ଝିଅ ବିବାହିତ ଏବଂ ସେମାନଙ୍କର ମଧ୍ୟ ସନ୍ତାନ ଅଛନ୍ତି। ରବୀନା ବର୍ତ୍ତମାନ ଜେଜେମା ହୋଇସାରିଛନ୍ତି। ହେଲେ ତାଙ୍କ ସୌନ୍ଦର୍ଯ୍ୟର ଯାଦୁ ଏବେ ବି ଯୁବପିଢିଙ୍କୁ ପାଗଳ କରିଦିଏ। ୨୦୦୪ ମସିହାରେ ରବୀନା ଅନିଲ ଥଡାନି ନାମକ ଜଣେ ଡିଷ୍ଟ୍ରିବ୍ୟୁଟରଙ୍କୁ ବିବାହ କରିଥିଲେ। ସେମାନଙ୍କର ରଣବୀର ଏବଂ ରାଶା ନାମକ ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି।

ଅଧିକ ପଢ଼ନ୍ତୁ: ବଲିଉଡ୍‌ର ୫ ଧନୀ ଅଭିନେତ୍ରୀ; ଜାଣନ୍ତୁ କିଏ କେତେ ଟଙ୍କାର ମାଲିକାଣୀ

Raveena Tandon Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ