Advertisment

ଫେବୃଆରୀରେ ବିବାହ କରିବେ କି ରଶ୍ମିକା ମନ୍ଦାନା… କିଏ ହେବେ ବର…

ସାଉଥ୍‌ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ କଳାକାର ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନାଙ୍କ ବିଷୟରେ ଦୀର୍ଘ ଦିନ ଧରି ଖବର ଥିଲା ଯେ ଉଭୟ ପରସ୍ପରକୁ ଡେଟ୍‌ କରୁଛନ୍ତି। କୁହାଯାଉଛି ଯେ ସେମାନେ ଖୁବ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି।

ଅଦ୍ୟତନ ହୋଇଛି
rashmika mandanna are going to get engaged in february

rashmika mandanna are going to get engaged in february

Advertisment

ସାଉଥ୍‌ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ କଳାକାର ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନାଙ୍କ ବିଷୟରେ ଦୀର୍ଘ ଦିନ ଧରି ଖବର ଥିଲା ​​ଯେ ଉଭୟ ପରସ୍ପରକୁ ଡେଟ୍‌ କରୁଛନ୍ତି। ଆଜି ପର୍ଯ୍ୟନ୍ତ କିନ୍ତୁ ଏହି ଯୋଡି ଗଣମାଧ୍ୟମରେ ସେମାନଙ୍କ ସମ୍ପର୍କ ବିଷୟରେ କଥାବାର୍ତ୍ତା ହୋଇ ନାହାଁନ୍ତି। ଏ ବିଷୟରେ କୌଣସି ମତ ମଧ୍ୟ ଦେଇ ନାହାନ୍ତି।

Advertisment

ନୂଆବର୍ଷ ଅବସରରେ ଏହା ମଧ୍ୟ ଖବର ଆସିଛି ଯେ ଦୁହେଁ ଏକାଠି ନୂଆବର୍ଷ ପାଳନ କରିଛନ୍ତି। ବର୍ତ୍ତମାନ ଏହି ଯୋଡିଙ୍କୁ ନେଇ ଆଉ ଏକ ଗୁଜବ ସାମ୍ନାକୁ ଆସିଛି ଯାହା ଖୁବ ଚର୍ଚ୍ଚାରେ ଅଛି। କୁହାଯାଉଛି ଯେ ସେମାନେ ଖୁବ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି।

ଏକ ରିପୋର୍ଟ ଅନୁଯାୟୀ ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନା ଖୁବ୍ ଶୀଘ୍ର ବିବାହ କରିବେ। ଏହି ଯୋଡି ଆସନ୍ତା ମାସରେ ଅର୍ଥାତ୍ ଫେବୃଆରୀ ଦ୍ୱିତୀୟ ସପ୍ତାହରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ତେବେ, ଏହି ଖବରରେ ସତ୍ୟତା କେତେ ତାହା କେବଳ ଆଗମୀ ସମୟ ହିଁ କହିବ।

Advertisment

ଏହି ଗୁଜବ ଯୋଡିଙ୍କର ପ୍ରଥମ ସାକ୍ଷାତ ଫିଲ୍ମ 'ଗୀତା ଗୋବିନ୍ଦମ୍'ର ସୁଟିଂ ସମୟରେ ହୋଇଥିଲା। କୁହାଯାଏ ଯେ ଏହି ଫିଲ୍ମ ସମୟରେ ଦୁହେଁ ପରସ୍ପରଙ୍କର ନିକଟତର ହୋଇଥିଲେ। ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଥିଲା, ଯାହା ପରେ ଉଭୟଙ୍କୁ 'ଡିୟର କାମରେଡ' ରେ ଦେଖିବାକୁ ମିଳିଥିଲା।

ଗତ ବର୍ଷ ଫିଲ୍ମ 'ଖୁସି' ରେ ବିଜୟ ଦେବରକୋଣ୍ଡା ନଜର ଆସିଥିଲେ। ଏହି ଚଳଚ୍ଚିତ୍ରରେ ତାଙ୍କ ସହ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁ ମୁଖ୍ୟ ଭୂମିକାରେ ଥିଲେ। ବର୍ତ୍ତମାନ ବିଜୟ ଦେବରକୋଣ୍ଡା ଆଗାମୀ ଚଳଚ୍ଚିତ୍ର 'ଫ୍ୟାମିଲି ଷ୍ଟାର୍‌' ପାଇଁ ଚର୍ଚ୍ଚାରେ ଅଛନ୍ତି। ସେହିପରି ରଶ୍ମିକା ମନ୍ଦାନା ଫିଲ୍ମ 'ପୁଷ୍ପା ୨'ରେ ନଜର ଆସିବେ। ଏହା ବ୍ୟତୀତ ସେ 'ରେମ୍ବୋ' ନାମକ ଏକ ତେଲୁଗୁ ଚଳଚ୍ଚିତ୍ରର ଅଂଶ ମଧ୍ୟ ହେବେ।

Advertisment
Vijay Deverakonda Rashmika Mandanna
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ