Advertisment

ସୋସିଆଲ୍ ମିଡିଆକୁ ହୁଲ୍‌ସ୍ତୁଲ୍ କଲା ରଣବୀର ସିଂହଙ୍କ ନ୍ୟୁଡ୍ ଫଟୋ

ସବୁବେଳେ ନିଜ ଫ୍ୟାଶନ ସେନ୍ସକୁ ନେଇ ଚର୍ଚ୍ଚାରେ ରହୁଥିବା ରଣବୀର ସିଂହ ଏବେ ଏମିତି ଫଟୋସୁଟ୍ କରିଛନ୍ତି ଯାହାକୁ ଦେଖି ଆପଣ ନ ହସି ରହିପାରିବେ ନାହିଁ। ତାଙ୍କ ନ୍ୟୁଡ୍ ଫଟୋକୁ ନେଇ ଅନେକ ମୀମ୍ସ କରୁଛନ୍ତି।

Ranveer Singh latest without clothes photos

Ranveer Singh latest without clothes photos

Advertisment

ସୋସିଆଲ ମିଡିଆରେ ନିଜର ଅସାଧାରଣ ଷ୍ଟାଇଲ୍ ଯୋଗୁଁ ରଣବୀର ସିଂହ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କର ଅଜବ ଫ୍ୟାଶନ୍ ହିଁ ତାଙ୍କୁ ଅଲଗା କରିଥାଏ। ଏଥର କିନ୍ତୁ ଯେଉଁ ଫଟୋକୁ ନେଇ ରଣବୀର ସିଂହ ଚର୍ଚ୍ଚାରେ ଅଛନ୍ତି, ତାହା ତାଙ୍କ ଷ୍ଟାଇଲିସ୍ ପୋଷାକ ପାଇଁ ନୁହେଁ ବରଂ ବିନା ପୋଷାକରେ ସେ ଭାଇରାଲ ହେଉଛନ୍ତି। ଭାଇରାଲ ହେଉଥିବା ଏହିସବୁ ଫଟୋଗୁଡ଼ିକରେ ଏହା ଦେଖିବାକୁ ମିଳେ ଯେ ବଲିଉଡ୍‌ର ହ୍ୟାଣ୍ଡ୍‌ସମ୍‌ ହଙ୍କ୍‌ ବିନା ପୋଷାକରେ ଫଟୋସୁଟ୍‌ କରିଛନ୍ତି ଆଉ ସେ ଷ୍ଟାଇଲିସ୍ ପୋଜ୍ ମଧ୍ୟ ଦେଇଛନ୍ତି।

Advertisment

ତେବେ ସବୁବେଳେ ନୂଆ ନୂଆ ପୋଷାକରେ ଷ୍ଟାଇଲ୍ ପୋଜ୍ ଦେଉଥିବା ରଣବୀର ଏଥର ଯାଜା କରିଛନ୍ତି ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ। କୁହାଯାଉଛି ସେ ଏଭଳି ପୋଜ୍ କୌଣସି ଏକେ ମାଗାଜିନ୍ ପାଇଁ ଦେଇଛନ୍ତି। ତାଙ୍କର ଏହି ଫଟୋକୁ ନେଇ ସମସ୍ତେ ଆଲୋଚନା କରୁଛନ୍ତି। ତାଙ୍କ ଫଟୋକୁ ନେଇ ମୀମ୍ସ ତିଆରି କରି ସୋସିଆଲ୍ ମିଡିଆରେ ଶେୟାର ମଧ୍ୟ କରୁଛନ୍ତି। ଏହିସବୁ ମୀମ୍ସ ଦେଖିଲେ ଆପଣ ନିଜ ହସକୁ ରୋକି ପାରିବେ ନାହିଁ।

ମାଗାଜିନ୍ ଫଟୋସୁଟ୍‌ ପାଇଁ ରଣବୀର ବିନା କପଡାରେ କାର୍ପେଟ୍‌ ଉପରେ ଶୋଇଥିବାର ନଜର ଆସିଛନ୍ତି। କିଛି ଫଟୋରେ, ସେ ଦୁଇ ଗୋଡକୁ ଭାଙ୍ଗି ବସିଥିବାବେଳେ କେତେକରେ ସେ କେବଳ ଇନର୍ ପିନ୍ଧି ବଡି ବିଲ୍ଡର ଭଳି ପୋଜ୍ ଦେଇଛନ୍ତି। ରଣବୀରଙ୍କ ଏହି ଲୁକ୍ ଦେଖିବା ପରେ ପ୍ରଶଂସକମାନେ ପାଗଳ ପ୍ରାୟ ହୋଇଯାଇଛନ୍ତି।

Advertisment

ରଣବୀର ସିଂଙ୍କ ଏହିସବୁ ଫଟୋ ସୋସିଆଲ ମିଡିଆରେ ଜମେଇକି ଭାଇରାଲ ହେବାରେ ଲାଗିଛି। ଏହି ଫଟୋଗୁଡ଼ିକରେ ଏହା ଦେଖିବାକୁ ମିଳୁଛି ଯେ ସେମାନେ ବିନା ପୋଷାକରେ ପୋଜ୍ ଦେଇଛନ୍ତି। ଏହି ଫଟୋରେ ତାଙ୍କର ୬ ପେକ୍ ଆବ୍ସ ସ୍ପଷ୍ଟ ଭାବରେ ଦେଖାଯାଉଛି। ତାଙ୍କର ଏହି ଷ୍ଟାଇଲ୍ ଓ ଏବଂ ତାଙ୍କର ଏହି ବ୍ୟକ୍ତିତ୍ୱକୁ ଦେଖି ପ୍ରଶଂସକଙ୍କ ପସନ୍ଦ ଏବଂ ମନ୍ତବ୍ୟର ସୁଅ ଛୁଟିଛି।

ଏହାକୁ ନେଇ ରଣବୀର କହିଛନ୍ତି ଯେ ତାଙ୍କର ଏପରି ଫଟୋସୁଟ୍‌ କରିବାରେ କୌଣସି ଅସୁବିଧା ନାହିଁ। ସେ କହିଛନ୍ତି ଯେ ସେ ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କରିବାକୁ ଚାହାଁନ୍ତି। ରଣବୀରଙ୍କ ଏହି ନ୍ୟୁଡ୍ ଫଟୋ ଦେଖିବା ପରେ, କେତେକଙ୍କୁ ସ୍ପାଇଡର୍, ଆଉ କେତେକଙ୍କୁ ଝିଟିପିଟି, ପୁଣି କେତେକଙ୍କୁ ବ୍ରେଡ୍ ଉପରେ ଥିବା ବଟର ଭଳି ଲାଗୁଛି।

Advertisment


— 𓃵 Ctrl C + Ctrl Memes 45 (@Ctrlmemes_) July 21, 2022

ଜଣେ ବ୍ୟକ୍ତି ରଣବୀରଙ୍କୁ ମିଲିନ୍ଦ ସୋମନଙ୍କ ସହ ତୁଳନା କରିଛନ୍ତି। ସେହିପରି ଆଉ କିଛି ଲୋକ କହିଛନ୍ତି ଯେ ରଣବୀରଙ୍କ ଭିତରେ ଥିବା ଶକ୍ତି କପୁର ବାହାରକୁ ଆସୁଛନ୍ତି। ଏହା ବ୍ୟତୀତ ଅନେକ ବ୍ୟକ୍ତି ଏହି ଫଟୋ ପରେ ଦୀପିକାଙ୍କ ପ୍ରତିକ୍ରିୟା କ’ଣ ହୋଇଥିବ ଭାବୁଛନ୍ତି। ରଣବୀର ସିଂଙ୍କ ଏହିସବୁ ଫଟୋ ଦେଖିବା ପରେ ଜଣେ ତାଙ୍କୁ ମୋଗଲି ବୋଲି କହୁଥିବାବେଳେ କେହି ଦୀପିକା ପୋଷାକ ଦେଇ ନାହାଁନ୍ତି ବୋଲି କହୁଛନ୍ତି।


 
 
 
 
 
 
 
 
 
 
 
 
 
 

A post shared by Bollywood Hungama🎥 (@realbollywoodhungama)

ରଣବୀରଙ୍କ ଏହି ଫଟୋକୁ ନେଇ ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀ ଟ୍ୱିଟ୍‌ କରି ପ୍ରଶଂସକମାନଙ୍କୁ ଲିଙ୍ଗଗତ ସମାନତା ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚାରିଛନ୍ତି। ଅଭିନେତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି, "ରଣବୀର ସିଂହଙ୍କ ଲାଟେଷ୍ଟ୍ ଫଟୋସୁଟ୍‌ ଇଣ୍ଟର୍‌ନେଟ୍‌ରେ ଭାଇରାଲ ହେବାରେ ଲାଗିଛି ଏବଂ ଅଧିକରୁ ଅଧିକ ଲୋକ ଅଭିନେତାଙ୍କୁ ପ୍ରଶଂସା କରୁଛନ୍ତି। ମୁଁ ଭାବୁଛି ସେ ଯଦି ଜଣେ ମହିଳା ହୋଇଥାନ୍ତେ ତେବେ କ’ଣ ତାଙ୍କର ଏମିତି ପ୍ରଶଂସା ହୋଇଥାନ୍ତା, ନା ଆପଣ ତାଙ୍କ ଘର ପୋଡି ଦେଇଥାନ୍ତେ, ପଦଯାତ୍ରା ବାହାର କରିଥାନ୍ତେ, ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥାନ୍ତେ ନା ତାଙ୍କୁ ବେଜିତ୍ କରିଥାନ୍ତେ ? "

ମିମି ଏତିକିରେ ଅଟକି ଯାଇ ନାହାନ୍ତି। ଅଭିନେତ୍ରୀ ଆହୁରି ଲେଖିଛନ୍ତି ଯେ "ଆମେ ସମାନତା ବିଷୟରେ କହୁଛୁ, ବର୍ତ୍ତମାନ ସେମାନେ କେଉଁଠାରେ ଅଛନ୍ତି? ଆପଣ ଜାଣିଛନ୍ତି ଆପଣଙ୍କ ଦୃଷ୍ଟିକୋଣ ହୁଏତ କିଛି ବଦଳାଇପାରେ କିମ୍ବା ଏହାକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରିଦେଇପାରେ। ଏହି ପ୍ରସଙ୍ଗରେ ଦୃଷ୍ଟିକୋଣକୁ ବିସ୍ତାର କରିବାର ଅଛି କାରଣ ଏଭଳି ଶରୀର ଅନେକ ବଳିଦାନ ପରେ ଆସିଥାଏ।”

କାମର କଥା କହିଲେ, ରଣବୀର ସିଂହଙ୍କୁ ଶେଷ ଥର ପାଇଁ ଫିଲ୍ମ '୮୩' ରେ ଦେଖିବାକୁ ମିଳିଥିଲା। ଏବେ ତାଙ୍କୁ ଆଲିଆ ଭଟ୍ଟଙ୍କ ସହ 'ରକୀ ଆଣ୍ଡ୍ ରାନୀ କୀ ପ୍ରେମ୍‌ କାହାନୀ'ରେ ଦେଖିବାକୁ ମିଳିବ। ବର୍ତ୍ତମାନ ଆଲିଆ ଭଟ୍ଟଙ୍କ ଗର୍ଭଧାରଣ ହେତୁ ଫିଲ୍ମର ସୁଟିଂ ସ୍ଥଗିତ ରଖାଯାଇଛି।

Bollywood Ranveer Singh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ