Advertisment

ବାପାଙ୍କ କଥା ଭାବି ଭାବପ୍ରବଣ ହୋଇଗଲେ ରଣବୀର ସିଂହ

ଆଜି ବଲିଉଡର ଜଣେ ଆଗଧାଡିର ଅଭିନେତା ହେଲେ ରଣବୀର ସିଂହ। ସେ ତାଙ୍କର ସଂଘର୍ଷର ଦିନଗୁଡ଼ିକୁ ମନେପକାଇ ଭାବପ୍ରବଣ ହୋଇଛନ୍ତି। ପ୍ରଥମ ପୋର୍ଟଫୋଲିଓ ପାଇଁ ତାଙ୍କ ବାପା କିପରି ଟଙ୍କା ଦେଇଥିଲେ ତାହା ମନେପକେଇଛନ୍ତି।

Ranveer Singh breaks down in tears while talking about his first portfolio

Ranveer Singh breaks down in tears while talking about his first portfolio

Advertisment

ଏଥିରେ କୌଣସି ସନ୍ଦେହ ନାହିଁ ଯେ ରଣବୀର ସିଂହ ଆଜି ବଲିଉଡର ସବୁଠୁ ବଡ ତାରକା। ଏହି ଅଭିନେତା ୨୦୧୦ରେ 'ବ୍ୟାଣ୍ଡ୍‌ ବାଜା ବାରାତ୍' ସହିତ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ସେ ତାଙ୍କର ଏହି ପ୍ରଥମ ଚଳଚ୍ଚିତ୍ରରେ ହିଁ ଦର୍ଶକଙ୍କ ହୃଦୟ ଜିତିବାରେ ସଫଳ ହୋଇଥିଲେ।

Advertisment

ରଣବୀର ବର୍ତ୍ତମାନ ଅନ୍ୟାନ୍ୟ ତାରକାମାନଙ୍କ ସହ ଦୁବାଇରେ ଅଛନ୍ତି। ଏକ ପୁରସ୍କାର ଶୋ’ରେ ଭାଗ ନେବାକୁ ଅଭିନେତା ଏଠାକୁ ଆସିଛନ୍ତି। ଏହି ପୁରସ୍କାର କାର୍ଯ୍ୟକ୍ରମରୁ ରଣବୀର ସିଂହଙ୍କ ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ପୁରସ୍କାର ଗ୍ରହଣ କରିବା ସମୟରେ ଭାବପ୍ରବଣ ହୋଇଥିବାର ଦେଖିବାକୁ ମିଳିବ।

ଭାଇରାଲ୍ ଭିଡିଓ କ୍ଲିପ୍‌ରେ ରଣବୀର ସିଂହ ତାଙ୍କର ସଂଘର୍ଷର ଦିନଗୁଡ଼ିକୁ ମନେପକାଇ ଭାବପ୍ରବଣ ହୋଇଯାଉଥିବା ଦେଖିବାକୁ ମିଳେ। ଏହି ଭିଡିଓରେ ସେ କହୁଛନ୍ତି ଯେ ତାଙ୍କ ବାପା କିପରି ତାଙ୍କୁ ପ୍ରଥମ ପୋର୍ଟଫୋଲିଓ ପାଇଁ ୫୦,୦୦୦ ଟଙ୍କା ଦେଇଥିଲେ। ରଣବୀରଙ୍କ ଏହି ଭିଡିଓରେ ସାଧାରଣ ଲୋକଙ୍କ ଠାରୁ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ମିଳୁଛି। କିଛି ଲୋକ ତାଙ୍କ ପାଇଁ ଭାବପ୍ରବଣ ହେଉଥିବା ବେଳେ ଆଉ କେହି ଓଭର ଆକ୍ଟିଂ କହି ତାଙ୍କୁ ଟ୍ରୋଲ କରିଛନ୍ତି।

Advertisment

ଭିଡିଓରେ ରଣବୀର କହିଛନ୍ତି- “ଆପଣଙ୍କୁ ପାପା ମନେପଡନ୍ତି କି? ୧୨ ବର୍ଷ ପୂର୍ବେ, ମୁଁ ମୋର ପୋର୍ଟଫୋଲିଓ ସାରିବାକୁ ଯାଉଥିଲି। ପ୍ରତ୍ୟେକ ସଂଘର୍ଷକାରୀ ଅଡିସନ୍ ବେଳେ ଏକ ପୋର୍ଟଫୋଲିଓ ହୋଇଥାଏ ଯାହା ଦ୍ୱାରା 'ଏଠିକି ସେଠିକି ଦୌଡିବାକୁ ପଡେ, ଆଉ ଦେଖେଇବାକୁ ପଡେ ଯେ ମୁଁ ଜଣେ ଭଲ ଅଭିନେତା, ମୋତେ କାମ ଦିଅ'। ପୋର୍ଟଫୋଲିଓର କୋଟେସନ୍ ୫୦,୦୦୦ ଟଙ୍କା ଥିଲା, ଯାହାକୁ ଏକ ବଡ ଫଟୋଗ୍ରାଫର ଦ୍ୱାରା ପ୍ରସ୍ତୁତ କରିବାର ଥିଲା। ମୁଁ ମୋ ବାପାଙ୍କୁ କହିଲି ଯେ ଏହା ବହୁତ ମହଙ୍ଗା। ବାପା କହିଲେ ଚିନ୍ତା କରନି, ତୋ ବାପା ଏବେ ବି ବଞ୍ଚିଛି।”

ରଣବୀର ଆହୁରି କହିଛନ୍ତି “ଆପଣଙ୍କୁ ମା’ଙ୍କ କଥା ମନେ ଅଛି? ଛୋଟ ଘରେ ... ମୋର ଅଡିସନ ବହୁତ ଖରାପ ହୋଇଥିଲା। ମୁଁ ଫେରି ଆସି କହିଲି, ମା ମୋର ସ୍ୱପ୍ନ ସାକାର ହେବ କି ନାହିଁ ମୁଁ ଜାଣେ ନାହିଁ।”

Advertisment

ରଣବୀରଙ୍କ ଏହି ଭିଡିଓ ଉପରେ ଅନେକ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କିଏ କିଏ ଏହି ଭିଡିଓକୁ ଖୁବ୍ ପସନ୍ଦ କରୁଛନ୍ତ ତ ଆଉ କେହି ଏ ସ୍କ୍ରିପ୍ଟ କିଏ ଲେଖିଛନ୍ତି ବୋଲି ପଚାରୁଛନ୍ତି।

Bollywood Ranveer Singh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ