Advertisment

ପୁଣି ଚର୍ଚ୍ଚାରେ ରାନୁ ମଣ୍ଡଳ; ତାଙ୍କ ନାମରେ ଭାଇରାଲ ହେଉଛି ଭିଡିଓ

ଆଜିକାଲି ସୋସିଆଲ୍ ମିଡିଆରେ ଯିଏ ଥରେ ଚର୍ଚ୍ଚିତ ହୋଇଗଲା ସିଏ ହେଇଗଲା ଏକ ଟ୍ରେଣ୍ଡ୍। ସେଭଳି ମଧ୍ୟ ହୋଇଛି ରାନୁ ମଣ୍ଡଳଙ୍କ କ୍ଷେତ୍ରରେ। ଭାଇରାଲ ହେବା ନେଇ ତାଙ୍କ ନାମ ହିଁ ଯଥେଷ୍ଟ ହୋଇଯାଇଛି। ତାଙ୍କ ନାମକୁ ବ୍ୟବହାର କରି ଚାଲୁଛି ଭିଡିଓ। ନିଜକୁ ଚର୍ଚ୍ଚାର ପରିସରକୁ ଆଣିବା ନେଇ ଲୋକେ ରାନୁ ମଣ୍ଡଳଙ୍କ ନାମକୁ ବ୍ୟବହାର କରୁଥିବା ଦେଖାଯାଉଛି।

Ranu Mondal videos once again viral in social media

Ranu Mondal videos once again viral in social media

Advertisment

ମୁମ୍ବାଇ : ସୋସିଆଲ୍ ମିଡିଆର ଶକ୍ତି କେତେ ତାହା ଏବେ ସମସ୍ତଙ୍କୁ ଜଣା। ସୋସିଆଲ୍ ମିଡିଆ ଏମିତି ଏକ ପ୍ଲାଟ୍‌ଫର୍ମ ଯିଏ ଜଣକୁ ରାତାରାତି ଲୋକପ୍ରିୟତାର ସ୍ୱାଦ ଚଖେଇ ଦିଏ, ପୁଣି ତା ପାଖରେ ଏମିତି ମଧ୍ୟ ଶକ୍ତି ଅଛି ଯାହା କେଇ ମୂହୁର୍ତ୍ତରେ ଜଣଙ୍କର ଲୋକପ୍ରିୟତାକୁ ମାଟିରେ ବି ମିଶେଇ ପାରେ। ଏହାର ସବୁଠାରୁ ବଡ ଉଦାହରଣ ହେଲା ରାନୁ ମଣ୍ଡଳ। ଏହି ଗାୟିକାଙ୍କ ଲୁକ୍କାୟିତ ପ୍ରତିଭା ଯେତେବେଳେ ସାମ୍ନାକୁ ଆସିଲା ବଲିଉଡ୍‌ ସଂଗୀତ ନିର୍ଦ୍ଦେଶକ ହିମେଶ ରେଶମିୟା ତାଙ୍କୁ ନିଜ ସହ ଗାଇବାର ସୁଯୋଗ ଦେଲେ।

Advertisment
Ranu Mondal videos once again viral in social mediaପୁଣି ଚର୍ଚ୍ଚାରେ ରାନୁ ମଣ୍ଡଳ; ତାଙ୍କ ନାମରେ ଭାଇରାଲ ହେଉଛି ଭିଡିଓ

କିନ୍ତୁ ପରବର୍ତ୍ତୀ ସମୟରେ ରାନୁ ମଣ୍ଡଳ ତାଙ୍କ ଲୋକପ୍ରିୟତାକୁ ରକ୍ଷା କରିପାରିଲେ ନାହିଁ। ଗ୍ଲାମର ଦୁନିଆର ଚମକରେ ତାଙ୍କ ଭିତରେ ଅହଂକାର ଏତେ ବସା ବାନ୍ଧିଲା ଯେ ସେ ‘ପୁନର୍ମୂଷକୋ ଭବ’ ନ୍ୟାୟରେ ପଡିଗଲେ। ଯେଉଁଠୁ ଆସିଥିଲେ ସେ ପୁଣି ସେଇଠିକୁ ଫେରିଗଲେ। କିନ୍ତୁ ଏବେ ବି ସେ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହୁଛନ୍ତି। ସୋସିଆଲ ମିଡିଆରେ ତାଙ୍କର କିଛି ନା କିଛି ଭିଡିଓ ବା ଫଟୋ ପୋଷ୍ଟ ହେବା ଦେଖାଯାଏ।

Advertisment

କିଛି ଦିନର ବ୍ୟବଧାନ ପରେ ବର୍ତ୍ତମାନ ପୁଣି ଥରେ ରାନୁ ମଣ୍ଡଳ ଇଣ୍ଟର୍‌ନେଟ୍‌ରେ ଚହଳ ପକେଇଛନ୍ତି। କୁହାଯାଉଛି ଯେ ରାନୁ ମଣ୍ଡଳ ପ୍ରଥମ ଥର ପାଇଁ ଛଠ୍‌କୁ ନେଇ ଏକ ଗୀତ ଗାଇଛନ୍ତି। ବର୍ତ୍ତମାନ ସାରା ବିହାର ଓ ପଶ୍ଚିମବଙ୍ଗର କିଛି ଅଞ୍ଚଳରେ ଛଠ୍ ପର୍ବ ଧୂମ୍‌ଧାମ୍‌ରେ ପାଳନ ହେଉଛି। ଏନେଇ ଚାରିଆଡେ ଛଠ ଗୀତର ମାହୋଲ ଦେଖାଯାଉଛି। କିନ୍ତୁ କଥା ଏହା ଯେ ଯେଉଁ ଛଠ୍‌ ଗୀତକୁ ରାନ ମଣ୍ଡଳଙ୍କ ସ୍ୱର ବୋଲି କହି ଭିଡିଓ ଭାଇରାଲ କରାଯାଉଛି, ଏହା ପ୍ରକୃତରେ ତାଙ୍କ ସ୍ୱର ନୁହେଁ। ଏନେଇ ଲୋକେ ଏହାକୁ ବିରୋଧ କରୁଛନ୍ତି ଆଉ ସେମାନଙ୍କ କ୍ରୋଧ ପ୍ରକାଶ କରୁଛନ୍ତି ଯେ ଏହି ଭିଡିଓରେ କାହିଁକି ରାନୁ ମଣ୍ଡଳଙ୍କ ଫଟୋ ଦିଆଗଲା।

ତେବେ ରାନୁ ମଣ୍ଡଳଙ୍କ ନାମରେ ପ୍ରଚାର ହେଉଥିବା ଏହି ଭିଡିଓ ୟୁଟ୍ୟୁବରେ ଖୁବ ଭାଇରାଲ ହେବାରେ ଲାଗିଛି। ଖବର ଲେଖାହେବା ପର୍ଯ୍ୟନ୍ତ ଏହି ଗୀତକୁ ୯ ଲକ୍ଷରୁ ଅଧିକ ଲୋକ ଦେଖିସାରିଛନ୍ତି। ସୋସିଆଲ ମିଡିଆରେ ଅନେକ ଉପଭୋକ୍ତା କହୁଛନ୍ତି ଯେ ଏହା ରାନୁ ମଣ୍ଡଳଙ୍କ ଭିଡିଓ ନୁହେଁ। ଜଣେ ଉପଭୋକ୍ତା କହିଛନ୍ତି ଯେ “କେବଳ ଲାଇକ୍ ଆଉ ଭିୟୁ ବଢେଇବା ନେଇ କାହାର ବି ନାମ ଲେଖିଦେବା ଓ ଫଟୋ ଛାପିଦେବା ଠିକ୍ ନୁହେଁ।”

Advertisment

ସେହିପରି ଏହି ସମୟରେ ରାନୁ ମଣ୍ଡଳଙ୍କ ଆଉ ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି, ଯେଉଁଥିରେ ସେ ଚିକେନ୍ ତରକାରୀ କରୁଥିବା ନଜର ଆସୁଛି। ଏହି ସମୟରେ ସେ ‘ଜବ କୋଇ ବାତ୍ ବିଗଡ ଜାଏ’ ଗୀତ ଗାଉଛନ୍ତି। ଏହି ଭିଡିଓକୁ ମଧ୍ୟ ୫ ଲକ୍ଷରୁ ଅଧିକ ଭିୟୁର୍ସ ମିଳି ସାରିଛି।

ପ୍ରକାଶଥାଉ ଯେ ପଶ୍ଚିମବଙ୍ଗର ରାଣାଘାଟ ରେଲୱେ ଷ୍ଟେସନରେ ରାନୁ ମଣ୍ଡଳ ଗୀତ ବୋଲୁଥିବା ଅବସ୍ଥାରେ ନଜର ଆସିଥିଲେ। ଷ୍ଟେସନରେ ସେ ଲତା ମଙ୍ଗେଶ୍‌କର୍‌ଙ୍କ “ଏକ୍ ପ୍ୟାର୍‌କା ନଗ୍‌ମା” ଗୀତ ବୋଲୁଥିବା ବେଳେ ଜଣେ ବ୍ୟକ୍ତି ତାଙ୍କର ଏକ ଭିଡିଓ କରିଥିଲେ। ସେହି ଭିଡିଓଟିକୁ ସେ ସୋସିଆଲ୍ ମିଡିଆରେ ପୋଷ୍ଟ କରିଦେଇଥିଲେ। ଭିଡିଓଟି ରାତାରାତି ଭାଇରାଲ୍ ହେଲା ଆଉ ରାନୁ ମଣ୍ଡଳ ଷ୍ଟାର୍‌ ପାଲଟିଗଲେ।

Narendra Modi Viral Video Ranu Mondal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ